ETV Bharat / bharat

ଅନ୍ତିମ ଚରଣରେ ଉଦ୍ଧାର କାର୍ଯ୍ୟ; ଆଉ କିଛି ସମୟ ପରେ ବାହାରିବେ ୪୧ ଶ୍ରମିକ

author img

By ETV Bharat Odisha Team

Published : Nov 23, 2023, 9:34 AM IST

Updated : Nov 23, 2023, 11:39 AM IST

ଉତ୍ତରକାଶୀ ଟନେଲ ଦୁର୍ଘଟଣା । ଅନ୍ତିମ ଚରଣରେ ଉଦ୍ଧାର କାର୍ଯ୍ୟ । କେଉଁ ମୁହୂର୍ତ୍ତରେ ବି ଉଦ୍ଧାର ହେବେ ୪୧ ଶ୍ରମିକ । ଅଧିକ ପଢନ୍ତୁ

ଉତ୍ତରକାଶୀ ଟନେଲ ଦୁର୍ଘଟଣା
ଉତ୍ତରକାଶୀ ଟନେଲ ଦୁର୍ଘଟଣା

ଡେରାଡୁନ: ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବାସ୍ ଆଉ କିଛି ସମୟ ମଧ୍ୟରେ ଶ୍ରମିକମାନଙ୍କୁ ଅନ୍ଧାରୀ ଟନେଲ ଭିତରୁ ବାହାର କରାଯିବ । ଅଳ୍ପ କେଇ ଘଣ୍ଟା ମଧ୍ୟରେ ଉଦ୍ଧାର ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି । ଏବେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପାଇଁ ଟନେଲ ଭିତରେ ପାଇପଲାଇନ ଭର୍ତ୍ତି କରାଯାଉଛି । ଉଦ୍ଧାର ତ୍ବରାନ୍ବିତ କରିବାକୁ ଦିଲ୍ଲୀରୁ ୭ଟି ବିଶେଷଜ୍ଞ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର ପରେ ପ୍ରଥମେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏଥିପାଇଁ ଟନେଲ ବାହାରେ ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି । ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଏଥିରେ ସବୁ ପ୍ରକାର ଆବଶ୍ୟକୀୟ ମେଡିକାଲ ସୁବିଧା ଉପଲବ୍ଧ ରହିଛି । ଶ୍ରମିକମାନେ ବାହାରିବା ମାତ୍ରେ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯିବ ।

ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ଚିନୁକ: ଆମ୍ବୁଲାନ୍ସ ବ୍ୟତୀତ ଟନେଲ ବାହାରେ ବାୟୁସେନାର ଚିନୁକ ହେଲିକପ୍ଟର ତୟାର ରଖାଯିବ । ଯଦି କୌଣସି ଶ୍ରମିକଙ୍କ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ ତାହାଲେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାରଲିଫ୍ଟ କରାଯିବ । ଏଥିପାଇଁ ଚିନୁକ ହେଲିକପ୍ଟର କିଛି ସମୟ ମଧ୍ୟରେ ଉତ୍ତରକାଶୀର ଚିନ୍ୟାଲିସୌର ବିମାନ ବନ୍ଦରରେ ଅବତରଣ କରିବ ।

ଆଉ କେଇ ମିଟରର ଦୂରତା: ଦୁର୍ଘଟଣାଗ୍ରସ୍ତ ସିଲ୍କିୟାରା ଟନେଲରେ ଆଉ ମାତ୍ର ୬ ମିଟରରୁ କମ୍ ଡ୍ରିଲିଂ ବାକି ଅଛି । ତେଣୁ କୌଣସି ବି ମୁହୂର୍ତ୍ତରେ ଖୁସି ଖବର ଆସିପାରେ । ଖୁବଶୀଘ୍ର ୧୨ ଦିନ ହେଲା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଅଛନ୍ତି । ଦୀପାବଳି ଦିନଠାରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦିନରାତି ରେସ୍କ୍ୟୁ ଟିମ୍ ଲାଗିପଡିଛନ୍ତି । ଏହି ଅପରେସନରେ ବିଦେଶୀ ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି । ଯାହାମଧ୍ୟରେ ଅଷ୍ଟ୍ରେଲିଆର ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଅର୍ନୋଲ୍ଡ ଡିକ୍ସ ସାମିଲ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟନେଲ ମଧ୍ୟକୁ ପଶିଲା NDRF, ମଧ୍ୟରାତି ସୁଦ୍ଧା ସରିବ ଅପରେସନ !

୨୬୫ ଘଣ୍ଟା ହେଲା ଟନେଲରେ ୪୧ ଶ୍ରମିକ: ନଭେମ୍ବର ୧୨ ତାରିଖ ସକାଳୁ ୪୧ ଜଣ ଶ୍ରମିକ ସିଲ୍କିୟାର ଟନେଲରେ ଫସି ରହିଛନ୍ତି । ଏହି ଶ୍ରମିକମାନଙ୍କ ମଧ୍ୟରେ ସର୍ବାଧିକ ୧୫ ଜଣ ଝାଡ଼ଖଣ୍ଡ ନିବାସୀ । ସେହିପରି ଉତ୍ତରପ୍ରଦେଶର ୮ ଜଣ ଥିବାବେଳେ ଓଡ଼ିଶାର ୫, ବିହାରର ୪, ପଶ୍ଚିମବଙ୍ଗର ୩, ଉତ୍ତରାଖଣ୍ଡର ୨, ହିମାଚଳ ପ୍ରଦେଶର ଜଣେ ଏବଂ ଆସାମର ୩ ଜଣ ଅଛନ୍ତି । ପ୍ରାୟ ୨୬୫ ଘଣ୍ଟା ହେଲାଣି ଏହି ଶ୍ରମିକମାନେ ମାଟି ଅତଡା ତଳେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 23, 2023, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.