ETV Bharat / bharat

ଟନେଲ ଟ୍ରାଜେଡି, ସୁରକ୍ଷିତ ଭାବେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ - ଉତ୍ତରକାଶିରେ ଟନେଲ ଭୁଶୁଡିବା ଘଟଣା

ଉତ୍ତରକାଶିରେ ଟନେଲ ଭୁଶୁଡିବା ଘଟଣା । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଧାମିଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

uttarkashi tunnel collapse
uttarkashi tunnel collapse
author img

By ETV Bharat Odisha Team

Published : Nov 24, 2023, 1:32 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ସିଲ୍କିୟାରା ଟନେଲ ଭୁଶୁଡିବା ଘଟଣାକୁ ପୁରିଲା 13 ଦିନ । ଆଜି ପର୍ଯ୍ୟନ୍ତ ମଧ୍ୟ ଟନେଲ ମଧ୍ୟରେ ଫସି ରହିଥିବା 41ଜଣ ଶ୍ରମିକକୁ ଉଦ୍ଧାର କରାଯାଇନାହିଁ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରେସ୍କ୍ୟୁ ଅପରେସନ । ଆଉ କିଛି ସମୟ ପରେ ଟନେଲ ଭିତରୁ ବାହାରିବେ ଶ୍ରମିକ । ଏହାରି ମଧ୍ୟରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଘନ ଘନ ଖବର ନେଉଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଫୋନ ଯୋଗେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ତୃଟି ନହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହ ଯଦି କିଛି ଅଧିକ ସାହାଯ୍ୟ ଆବଶ୍ୟକ ରହିଛି ତେବେ ଏ ବିଷୟରେ ଅବଗତ କରନ୍ତୁ ବୋଲି ଧାମିଙ୍କୁ କହିଛନ୍ତି ମୋଦି । ଏଥିସହ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ-ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ହୀରାକୁଦରୁ ଗଲା ଅଗର ମେସିନ

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯେତେବେଳେ ଟନେଲ ମଧ୍ୟରୁ ସମସ୍ତ ଶ୍ରମିକ ବାହାରକୁ ଆସିବେ, ସେତେବେଳେ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଯଦି ଦରକାର ପଡ଼େ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ କରାଯିବ । ଏଥିସହ ସେମାନଙ୍କୁ ଘରକୁ ପଠାଇବା ପାଇଁ ଉତ୍ତମ ବ୍ୟବସ୍ଥା କରାଯିବା ଉଚିତ୍।

ଏହା ମଧ୍ୟ ପଢନ୍ତୁ-ଅଗର ମେସିନରେ ସମସ୍ୟା ଯୋଗୁଁ ଡ୍ରିଲିଂ ବନ୍ଦ, ଆଜି ପୁଣି ଆରମ୍ଭ ହେବ ଅପରେସନ

ଏହା ମଧ୍ୟ ପଢନ୍ତୁ-ଅନ୍ଧାରୀ ସୁଡଙ୍ଗ ଭିତରେ 41 ଶ୍ରମିକଙ୍କ ସେହି 12 ଦିନ, ଜାଣନ୍ତୁ କିପରି ଥିଲା ପ୍ରତିଟି ସେକେଣ୍ଡ

ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଥିବା ବେଳେ ଏହା ତଦାରଖ କରିବାକୁ ଗୁରୁବାର ରାତିରେ ଉତ୍ତରକାଶିରେ ରାତ୍ରୀଜାପନ କରିଥିଲେ ମୁଖ୍ୟମନ୍ତ୍ରୀ । ମାତଲିରେ ଏକ ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରାଯାଇଛି । ଯାହା ଦ୍ବାରା ଅନ୍ୟ କାର୍ଯ୍ୟରେ କୌଣସି ସମସ୍ୟା ନଉପୁଜିବ । ସକାଳୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ 11 ପରେ ଆରମ୍ଭ ହେବ ବୋଲି କୁହାଯାଉଥିଲା । ସନ୍ଧ୍ୟା ସୁଦ୍ଧା ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.