ETV Bharat / bharat

ଟନେଲ ଭୁଶୁଡ଼ିବା ଘଟଣା, ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଧାମିଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 23, 2023, 2:06 PM IST

ଟନେଲ ଭୁଶୁଡିବା ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Uttarkashi tunnel rescue
Uttarkashi tunnel rescue

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା । ଫସି ରହିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆଜି ସଂଧ୍ୟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ରହିଛି । ଏହାରି ମଧ୍ୟରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଧାମି ।

  • आदरणीय प्रधानमंत्री श्री @narendramodi जी ने आज फोन कर सिलक्यारा, उत्तरकाशी में निर्माणाधीन टनल में फँसे श्रमिकों को सकुशल बाहर निकालने हेतु चल रहे रेस्क्यू ऑपरेशन की जानकारी ली।

    इस दौरान माननीय प्रधानमंत्री जी को केंद्रीय एजेंसियों, अंतर्राष्ट्रीय विशेषज्ञों एवं प्रदेश प्रशासन…

    — Pushkar Singh Dhami (@pushkardhami) November 23, 2023 " class="align-text-top noRightClick twitterSection" data=" ">

ପୁଷ୍କର ସିଂ ଧାମି ଟ୍ବିଟ କରି କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୋନ ଯୋଗେ ଉତ୍ତରକାଶୀର ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୋତେ ପଚାରି ବୁଝିଛନ୍ତି । କେନ୍ଦ୍ରୀୟ ଏଜେନ୍ସି, ଆନ୍ତର୍ଜାତୀୟ ବିଶେଷଜ୍ଞ ତଥା ରାଜ୍ୟ ପ୍ରଶାସନ ମଧ୍ୟରେ ସମନ୍ବୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅବଗତ କରାଇଛି ।"

ଏହା ମଧ୍ୟ ପଢନ୍ତୁ-ଅନ୍ତିମ ଚରଣରେ ଉଦ୍ଧାର କାର୍ଯ୍ୟ; ଆଉ କିଛି ସମୟ ପରେ ବାହାରିବେ ୪୧ ଶ୍ରମିକ

ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଚିକିତ୍ସା ନିମନ୍ତେ ଡାକ୍ତର, ଆମ୍ବୁଲାନ୍ସ ଏବଂ ଅସ୍ଥାୟୀ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଛି । କୌଣସି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ନିମନ୍ତେ ଏମ୍ସରେ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଟନେଲରେ ଫସି ରହିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସହ ନିରନ୍ତର କଥାବାର୍ତ୍ତା ଜାରି ରହିଛି ବୋଲି ମୋଦିଙ୍କୁ ଅବଗତ କରାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ନଭେମ୍ବର 11 ତାରିଖରେ ତ୍ତରାଖଣ୍ଡ ଉତ୍ତରକାଶୀ ସିଲ୍କିୟାରା ଟନେଲ ଭୁଶୁଡି ପଡିଥିଲା । ଆଜକୁ 12 ଦିନ ହେବ ଅନ୍ଧାରୀ ସୁଡଙ୍ଗ ଭିତରେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି। ଆଉ ମାତ୍ର 6 ମିଟରରୁ କମ୍ ଡ୍ରିଲିଂ ବାକି ଅଛି । ଖୁବଶୀଘ୍ର ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲିକହିଛନ୍ତି ଏନଡିଆରଏଫ ଡିଜି । ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ 15 ଜଣ ଝାଡ଼ଖଣ୍ଡ ନିବାସୀ ରହିଥିବା ବେଳେ ଉତ୍ତରପ୍ରଦେଶର 8 ଜଣ ଓଡ଼ିଶାର 5, ବିହାରର 4, ପଶ୍ଚିମବଙ୍ଗର 3, ଉତ୍ତରାଖଣ୍ଡର 2, ହିମାଚଳ ପ୍ରଦେଶର ଜଣେ ଏବଂ ଆସାମର 3 ଜଣ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.