ଡେରାଡୁନ: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ 41 ଜଣ ଶ୍ରମିକଙ୍କୁ ଆଜି ଡିସଚାର୍ଜ କରାଯାଇଛି । ସେମାନେ ଏବେ ସେମାନଙ୍କ ଗୃହ ରାଜ୍ୟକୁ ଫେରୁଛନ୍ତି । ସେମାନଙ୍କ ଫେରିବା ପାଇଁ ସମସ୍ତ ଖର୍ଚ୍ଚ ଉତ୍ତରାଖଣ୍ଡ ସରକାର ବହନ କରିବା ନେଇ ଘୋଷଣା ମଧ୍ଯ କରିଛନ୍ତି । 28 ତାରିଖ ବିଳମ୍ବିତ ସଂଧ୍ୟାରେ ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଋଷିକେଶ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ତେବେ ୫ ଓଡିଆ ଶ୍ରମିକ ଆସନ୍ତାକାଲି ଓଡିଶାରେ ପହଞ୍ଚିବେ ।
-
#WATCH | Rishikesh, Uttarakhand: Workers rescued from Silkyara Tunnel have been discharged from the hospital today and are leaving for their home states.
— ANI (@ANI) November 30, 2023 " class="align-text-top noRightClick twitterSection" data="
Officials from various states have reached here to facilitate their return to their home states. pic.twitter.com/6kpBnP7l0v
">#WATCH | Rishikesh, Uttarakhand: Workers rescued from Silkyara Tunnel have been discharged from the hospital today and are leaving for their home states.
— ANI (@ANI) November 30, 2023
Officials from various states have reached here to facilitate their return to their home states. pic.twitter.com/6kpBnP7l0v#WATCH | Rishikesh, Uttarakhand: Workers rescued from Silkyara Tunnel have been discharged from the hospital today and are leaving for their home states.
— ANI (@ANI) November 30, 2023
Officials from various states have reached here to facilitate their return to their home states. pic.twitter.com/6kpBnP7l0v
28 ତାରିଖ ରାତିରେ ସେମାନଙ୍କୁ ଉଦ୍ଧାର ପରେ ଉତ୍ତରକାଶୀ ହସ୍ପିଟାଲରେ ରଖାଯାଇଥିଲା । ଗତକାଲି ସେମାନଙ୍କୁ ଋଷିକେଶ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) କୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ନିକଟରେ କୌଣସି ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ । ଆଜି ସେମାନଙ୍କ ଏକ୍ସ-ରେ, ବ୍ଲଡ ପ୍ରେସର ଓ ଇସିଜି ଆଦି କରାଯାଇଥିଲା । ସମସ୍ତେ ସ୍ବାଭାବିକ ଥିବା ସ୍ପଷ୍ଟ ହୋଇଥିଲା । ସେମାନେ କେବଳ କିଛି ଘଣ୍ଟା ଡାକ୍ତରୀ ନୀରିକ୍ଷଣରେ ରହିବା ପରେ ଡିସଚାର୍ଜ ଅନୁମତି ପାଇଛନ୍ତି ।
ଏହି 41 ଶ୍ରମିକଙ୍କ ମଧ୍ୟରେ ସର୍ବାଧିକ 15 ଝାଡଖଣ୍ଡରୁ ଥିବା ବେଳେ ଓଡିଶାରୁ 5 ଜଣ, ଉତ୍ତର ପ୍ରଦେଶରୁ 8 ଜଣ, ପଶ୍ଚିମବଙ୍ଗରୁ 3 ଜଣ, ଉତ୍ତରାଖଣ୍ଡ ଓ ଆସାମରୁ 2 ଜଣ ଲେଖାଏଁ ଓ ହିମାଚଳ ପ୍ରଦେଶରୁ ଜଣେ ଶ୍ରମିକ ରହିଛନ୍ତି । ଏହି ସମସ୍ତ ରାଜ୍ୟର ଶ୍ରମମନ୍ତ୍ରୀ ଓ ଶ୍ରମ ବିଭାଗର ଅଧିକାରୀ ଉତ୍ତରାଖଣ୍ଡ ଗସ୍ତ କରିଥିଲେ । ଓଡିଶାରୁ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ସିଲକ୍ୟାରା ଗସ୍ତ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଉଦ୍ଧାର ଅପରେସନ ସଫଳ ହେବା ପରେ ଉତ୍ତରକାଶୀ ହସ୍ପିଟାଲରେ ଓଡିଆ ଶ୍ରମିକଙ୍କୁ ଭେଟି ଆଲୋଚନା କରିଥିଲେ ଶ୍ରମମନ୍ତ୍ରୀ । ଆସନ୍ତାକାଲି ସୁଦ୍ଧା ସମସ୍ତ ଓଡିଆ ଶ୍ରମିକ ରାଜ୍ୟରେ ପହଞ୍ଚିବା ନେଇ ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ :- ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ ରେସ୍କ୍ୟୁ, ଆଉ ୧୨ମିଟର ଡ୍ରିଲିଂ ବାକି
ଚଳିତମାସ 12 ତାରିଖରେ ଭୂସ୍ଖଳନ ହେବା କାରଣରୁ ଏହି ଶ୍ରମିକମାନେ ଟନେଲ ମଧ୍ୟରେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦୀର୍ଘ 17 ଦିନ ସମୟ ଲାଗିଥିଲା । ପ୍ରଥମେ ହରିଜେଣ୍ଟାଲ ଡ୍ରିଲିଂ ଓ ଏହା ଫେଲ ମାରିବା ପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଥିଲା । ଏହା ପରେ ରାଟ ମାଇନିଂ ପ୍ରକ୍ରିୟାରେ ଖୋଳା ଯାଇଥିଲା । ତେବେ 28 ତାରିଖ ସଂଧ୍ଯାରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିଛି ଘଣ୍ଟା ମଧ୍ୟରେ ସମସ୍ତ 41 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସମସ୍ତ ଶ୍ରମିକ ସୁରକ୍ଷିତ ସେମାନଙ୍କ ପରିଜନଙ୍କ ନିକଟକୁ ଫେରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ