ETV Bharat / bharat

Uttarkashi avalanche: ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତ୍ୟୁସଂଖ୍ୟା 19କୁ ବୃଦ୍ଧି - ଉତ୍ତରାଖଣ୍ଡ ଦଣ୍ଡା ୨ ହିମସ୍ଖଳନ

ଉତ୍ତରକାଶୀ ହିମସ୍ଖଳନ(Uttarkashi avalanche)ରେ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Uttarkashi avalanche: ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

author img

By

Published : Oct 7, 2022, 10:11 AM IST

ଡେରାଡୁନ: ଉତ୍ତରକାଶୀ ହିମସ୍ଖଳନ(Uttarkashi avalanche) ଅଘଟଣରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତଦେହ ମିଳିଛି । ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ମଙ୍ଗଳବାର ସକାଳେ ଉତ୍ତରକାଶୀ ଦ୍ରୌପଦୀର ଦଣ୍ଡା-୨ ପର୍ବତରେ ଏହି ବଡ ଧରଣର ହିମସ୍ଖଳନ ହୋଇଥିଲା । ବରଫ ଅତଡା ଭିତରେ ଏକ ପର୍ବତାରୋହୀ ଟିମ୍ ଫସି ରହିଥିଲେ । ପୂର୍ବରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି ପର୍ବତାରୋହୀଙ୍କୁ ଖୋଜାଖୋଜି କରାଯାଉଛି । ତେବେ ଶୁକ୍ରବାର ସୁଦ୍ଧା ମୋଟ ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର(Uttarakhand DGP Ashok Kumar) ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍‌ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୀର୍ଘ ୭୦ ଘଣ୍ଟା ଧରି ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ମୃତଦେହ ଗୁଡିକ ମଧ୍ୟରୁ ତିନି ଜଣ ଟ୍ରେନର ଓ ଅନ୍ୟମାନେ ଟ୍ରେନି ଅଟନ୍ତି । ମୃତକଙ୍କ ଭିତରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲ ମଧ୍ୟ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Uttarakhand Avalanche: ୧୦ ପର୍ବତାରୋହୀ ମୃତ, ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ୯ଟା ସମୟରେ ଦଣ୍ଡା ୨ ଶିଖରରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗ(Nehru Institute of Mountaineering)ର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଟିମ୍‌ରେ ୩୩ ଜଣ ଟ୍ରେନି ଏବଂ ୭ ଜଣ ଟ୍ରେନରଙ୍କ ସମେତ ୪୦ ଜଣ ସାମିଲ ଥିଲେ । ବରଫ ଅତଡା ଖସିବା ପରେ ସମସ୍ତେ ସେଠାରେ ଫସି ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟିନୀ ସବିତା କନସ୍ବାଲଙ୍କ ମୃତ୍ୟୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.