ETV Bharat / bharat

ଆଜି ସନ୍ଧ୍ୟା 5ଟା ସୁଦ୍ଧା ଖୁସି ଖବର ! ଆଉ ମାତ୍ର 3 ମିଟର ଦୂରତା - ଟନେଲ ଶ୍ରମିକ ଉଦ୍ଧାର କାର୍ଯ୍ୟ

Uttarakhand tunnel tragedy: ଆଜି ସନ୍ଧ୍ୟା ସୁଦ୍ଧା ଆସିପାରେ ଖୁସି ଖବର । 5ଟା ସୁଦ୍ଧା କିଛି ଫଳାଫଳ ଆସିପାରେ ବୋଲି କହିଲେ ଏକ୍ସପର୍ଟ । ଆଉ ମାତ୍ର 2-3 ମିଟର ଦୂରତାରେ ରହିଛନ୍ତି ଶ୍ରମିକ । ଅଧିକ ପଢନ୍ତୁ

ଆଜି ସନ୍ଧ୍ୟା 5ଟା ସୁଦ୍ଧା ଖୁସିଖବର !
ଆଜି ସନ୍ଧ୍ୟା 5ଟା ସୁଦ୍ଧା ଖୁସିଖବର !
author img

By ETV Bharat Odisha Team

Published : Nov 28, 2023, 2:07 PM IST

ଡେରାଡୁନ: ସରିବ ଅପେକ୍ଷା । ଆସିବ ଖୁସି ଖବର । ଜିତିବ ଜୀବନ । ଆଲୋକ ଦେଖିବେ ଅନ୍ଧାରୀ ସୁଡଙ୍ଗରେ ଫସିଥିବା 41 ଶ୍ରମିକ । ଆଜି ସନ୍ଧ୍ୟା 5ଟା ସୁଦ୍ଧା ଟନେଲରୁ ବାହାରିପାରନ୍ତି ଶ୍ରମିକମାନେ । ଆଉ ମାତ୍ର 2ରୁ 3 ମିଟର ଖୋଳିବାକୁ ବାକି ରହିଥିବା ବେଳେ ଆଜି ଖୁସି ଖବର ମିଳିପାରେ । ଏଭଳି ବୟାନ ଜାରି କରିଛନ୍ତି ବିଦେଶରୁ ଆସିଥିବା ମାଇକ୍ରୋ ଟନେଲିଂ ଏକ୍ସପର୍ଟ କ୍ରିସ୍ କୁପର । ତେବେ ବିଶେଷଜ୍ଞଙ୍କ ଏହି ବୟାନ ପରେ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି ।

ଉତ୍ତରକାଶୀ ଟନେଲ ଟ୍ରାଜେଡି ଘଟଣାକୁ 17 ଦିନ ପୁରିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା 41 ଜଣ ଶ୍ରମିକ ଆଜି ଦେଖିପାରନ୍ତି ଆଲୋକ । ବାରମ୍ବାର ଅଗର ମେସିନ ଖରାପ ହେବା ପରେ ଏବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ରାଟ୍ ହୋଲ୍ ମାଇନିଂ ଟିମ୍ । ଏହି ଟିମ୍ ମାନୁଆଲ ଡ୍ରିଲିଂ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହୋଇପାରେ ।

ଏହାମଧ୍ୟ ପଢନ୍ତୁ.. ଟନେଲ ଟ୍ରାଜେଡିକୁ 17 ଦିନ: 3 ମିଟର ମାନୁଆଲ୍ ଡ୍ରିଲିଂ କଲେ ରାଟ୍ ହୋଲ୍ ମାଇନର

ମାଇକ୍ରୋ ଟନେଲିଂ ଏକ୍ସପର୍ଟ କ୍ରିସ୍ କୁପର କହିଛନ୍ତି, "ଆମେମାନେ ଏବେ ବି ଖୋଳୁଛୁ ।ସମସ୍ତେ ବେଶ ଉତ୍ସାହର ସହ ଖନନ କାର୍ଯ୍ୟରେ ଲାଗି ପଡିଛନ୍ତି । ଦେଖାଯାଉ କ'ଣ ହେଉଛି । ଆଉ ମାତ୍ର କିଛି ମିଟର ଦୂରତାରେ ଅଛେ । ଆମେ ଆଶା କରୁଛୁ ଯେ 5ଟା ସୁଦ୍ଧା କିଛି ଫଳାଫଳ ଆସିପାରେ । ଆଉ ମାତ୍ର 3ରୁ 3 ମିଟର ବାକି ରହିଛି । " ସେ ଆଉ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆମେ ଭର୍ଟିକାଲ ଖନନକୁ ବନ୍ଦ କରି ମାନୁଆଲ ଡ୍ରିଲିଂ ଉପରେ ଧ୍ୟାନ ଦେଉଛୁ ।

ଏହାମଧ୍ୟ ପଢନ୍ତୁ.. ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଏବେ ଶ୍ରମିକଙ୍କୁ ଉଦ୍ଧାରର ବଡ ଆଶା ରାଟ ହୋଲ ମାଇନିଂ, 2014ରେ NTG କରିଥିଲା ବ୍ୟାନ

ଅନ୍ୟପଟ ଅନ୍ତର୍ଜାତୀୟ ଟନେଲିଂ ଏକ୍ସପର୍ଟ ଅର୍ଣ୍ଣୋଲ୍ଡ ଡିକ୍ସ ସିଲ୍କୟାରା ଟନେଲ ପାଖରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । 41 ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବିଦେଶୀ ହୋଇ ମଧ୍ୟ ଭାରତୀୟ ବିଶ୍ବାସରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ସୁଦ୍ଧା ଖୁସି ଖବର ମିଳିପାରେ ବୋଲି ଆଶା କରାଯାଉଛି ।

ତେବେ ସୋମବାର ରାତିରୁ ଆରମ୍ଭ ହୋଇଥିବା ମାନୁଆଲ ଡ୍ରିଲିଂ କାର୍ଯ୍ୟ ରାଟ ହୋଲ୍ ମାଇନରମାନେ କରୁଛନ୍ତି । ଉତ୍ତର ପ୍ରଦେଶ ଝାନ୍‌ସୀରୁ ଆସି ସେମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଟନେଲରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଭୟ ଭୂଲମ୍ବ ଖନନ ଏବଂ ମାନୁଆଲ୍ ଡ୍ରିଲିଂ ପଦ୍ଧତିର ସହାୟତା ନିଆଯାଇଛି । ଭାରତୀୟ ସେନାର ମାଡ୍ରାସ ସେସେପର୍ସ ଇଞ୍ଜିନିୟରିଂ ବାଟାଲିୟନ ମାନୁଆଲ ଡ୍ରିଲିଂର ମନିଟରିଂ କରିଛନ୍ତି । ରାଟ୍ ମାଇନିଂ ନିୟମ ଅନୁସାରେ ମାନୁଆଲ ଡ୍ରିଲିଂ ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.