ETV Bharat / bharat

9 ଦିନରେ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା, ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି 41 ଜୀବନ - ଉତ୍ତରକାଶୀ ଟନେଲ ଭୁଶୁ଼ଡିବା ଘଟଣା

ଉତ୍ତରକାଶୀ ୟମୁନେତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା 9 ଦିନ ହୋଇଛି । ଅନ୍ଧାରୀ ଟନେଲ ତଳେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଅଧିକ ପଢନ୍ତୁ

9 ଦିନରେ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା
Uttarakhand tunnel collapse
author img

By ETV Bharat Odisha Team

Published : Nov 20, 2023, 12:44 PM IST

ଡେରାଡୁନ: ଦିନ ଗଡୁଛି ଟେନସନ ବଢୁଛି । ମନରେ ଭୟ ଓ ଆଶଙ୍କା ରହିଛି । ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣା ଆଜକୁ 9 ଦିନ ପୂରଣ ହୋଇଛି । 9 ଦିନ ପରେ ବି ଅନିଶ୍ଚିନ୍ତତା ଜାରି ରହିଛି । ଟନେଲ ତଳ ଚାପି ହୋଇ ରହିଥିବା 41 ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ବି କୌଣସି ସଫଳତା ମିଳିପାରି ନାହିଁ । 9 ଦିନ ହେବ ଟନେଲ ତଳେ ସଂଘର୍ଷ କରୁଛନ୍ତି 41 ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଗୋଟିଏ ଗୋଟିଏ ସେକେଣ୍ଡ ଗୁରୁତ୍ବପୂର୍ଣ୍ଣ ହୋଇଛି । ଉଦ୍ଧାରକାର୍ଯ୍ୟ ଆହୁରି ଦୁଇଦିନ ଚାଲିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି । ସେପଟେ ଉଦ୍ଧାରାକାର୍ଯ୍ୟ କେତେ ବାଟ ଗଲା ସେ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

  • #WATCH | Uttarkashi (Uttarakhand) tunnel rescue operation | International Tunneling Expert, Arnold Dix conducts an inspection at the Silkyara tunnel site as the rescue operation to bring out the trapped victims is underway.

    A part of the Silkyara tunnel collapsed in Uttarkashi… pic.twitter.com/N1qEs1XT2e

    — ANI (@ANI) November 20, 2023 " class="align-text-top noRightClick twitterSection" data=" ">

ଦୁଇଟି ହେଭି ମେସିନରେ ଖନନ କରାଯାଇ ଭିତରକୁ ପାଇପ ସହ ବିକଳ୍ପ ଉପାୟରେ ପାହାଡ ଉପରୁ ଖୋଳା ଆରମ୍ଭ ହୋଇଥିଲା । ମାତ୍ର କୌଣସି ସଫଳତା ମିଳିନଥିଲା । ଟନେଲ ଦ୍ବାରଠୁ ଶ୍ରମିକମାନେ 50 ମିନଟର ଦୂରରେ ରହିଛନ୍ତି । ଏବେ ଭୂଲମ୍ବ (ଭର୍ଟିକାଲ) ଲାଇନରେ ଖୋଳା ଆରମ୍ଭ ହେବ । ଉଦ୍ଧାରକାର୍ଯ୍ୟ ଆହୁରି 2 ଦିନ ଲାଗିବ ବୋଲି ସୂଚନା ମିଳିଛି ।

  • #WATCH | Uttarkashi (Uttarakhand) tunnel rescue operation | International Tunneling Expert, Arnold Dix says "We are going to get those men out. Great work is being done here. Our whole team is here and we are going to find a solution and get them out. A lot of work is being done… https://t.co/ta5cXfBRyv pic.twitter.com/Mfwkxu5UbJ

ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଅର୍ଡନୋଲ୍ଡ ଡିକ୍ସ କହିଛନ୍ତି, '' ସେମାନଙ୍କୁ ବାହାର କରିବାକୁ କାର୍ଯ୍ୟ ଜାରି ରହିଛି । ଏହା ଏକ ବଡ଼ କାର୍ଯ୍ୟ । ଆମ ଟିମ୍ ଏଠାରେ ରହିଛନ୍ତି । ଶ୍ରୀଘ୍ର ସମାଧାନ ବାଟ ବାହାରିବ । କେବଳ ଉଦ୍ଧାର ନୁହେଁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଅଧିକ ଗୁରୁତ୍ବୁପୂର୍ଣ୍ଣ । ସମଗ୍ର ବିଶ୍ବ ସାହାଯ୍ୟ କରୁଛି । ଯୋଜନାବଦ୍ଧ ଭାବେ କାର୍ଯ୍ୟ ଚାଲିଛି । ଶ୍ରମିକଙ୍କୁ ଔଷଧ ଓ ଖାଦ୍ୟ ଉପଲବ୍ଧ କରାଯାଉଛି ।''

ମୁଖ୍ଯମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: ଉତ୍ତରକାଶୀ ଟନେଲ ଟ୍ରାଜେଡି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଧାରକାର୍ଯ୍ୟ କେତେବାଟ ଗଲା ସେ ବିଷୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଉଦ୍ଧାର ଉପକରଣ ଏବଂ ଜରୁରୀ ଜିନିଷ ଉପଲବ୍ଧ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ଏଜେନ୍ସିଂ ମଧ୍ୟରେ ଲଗାତାର ସମନ୍ବୟରେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ଏବେ ଫସି ରହିଥିବା ଶ୍ରମିକଙ୍କ ମନୋବଳ ବଢାଇବା ଜରୁରୀ ହୋଇଛି ।

ଏହା ବି ପଢନ୍ତୁ...ଟନେଲ ଭିତରେ ଫସିଛି ୪୧ ଜୀବନ; ଶୀଘ୍ର ବାହାର କରିବାକୁ ଗୁହାରି କଲେ ଶ୍ରମିକ

ଏହା ବି ପଢନ୍ତୁ...ଉତ୍ତରକାଶୀ ଟନେଲ ଟ୍ରାଜେଡି: ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ମୟୂରଭଞ୍ଜର ୩ ଜଣ

ପ୍ରକାଶ ଥାଉ କି, ନଭେମ୍ବର 11 ତାରିଖରେ ତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିଥିଲା । ଯେବେ ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳୁଥିଲା । ସେବେଠୁ ଅନ୍ଧାରୀ ସୁଡଙ୍ଗ ଭିତରେ ଚାପି ହୋଇ ରହିଛନ୍ତି 41 ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାକୁ 8 ଦିନ ବିତିଛି । ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି ହେଲେ କୌଣସି ସଫଳତା ମିଳୁନାହିଁ । ସମୟ ଗଡ଼ିବା ସାଙ୍ଗକୁ ଟେନସନ ବି ବଢ଼ୁଛି । 8 ଦିନ ପରେ ବି ଅନିଶ୍ଚିନନ୍ତତା ଜାରି ରହିଛି ।

ପ୍ରାୟ 450 କିମିମିଟର ଲମ୍ବ ଟନେଲର 150 ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକାରାରୁ ଦଣ୍ଡାଲ ଗାଓଁକୁ ସଂଯୋଗ ପାଇଁ ନିର୍ମାଣ କରାଯାଉଥିଲା । ଚାରିଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ଫଳରେ ଉତ୍ତରକାଶୀ ଓ ଯମୁନେତ୍ରୀ ମଧ୍ୟରେ 26 କିମି ହ୍ରାସ ପାଇବା ନେଇ ନିର୍ମାଣ ହେଉଥିଲା । ମାତ୍ର ଟନେଲ ନିର୍ମାଣ ସମୟରେ ଅଘଟଣ ଘଟିଯାଇଥିଲା । ଶ୍ରମିକମାନେ 270 ମିଟରରେ ଫସି ରହିଛନ୍ତି 41 ଶ୍ରମିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.