ଡେରାଡୁନ: ଚାରିଧାମ ଯାତ୍ରା ପୂର୍ବରୁ ଟୀକାକରଣକୁ ଜୋରଦାର କରାଯିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ । ରାଜ୍ୟର ଚାମୋଲି, ଉତ୍ତରକାଶୀ, ରୁଦ୍ରପ୍ରୟାଗ, ତେହେରି ଓ ପୌରି ଜିଲ୍ଲାକୁ ଟିକା ପଠା ସରିଛି । ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ସରକାର ନେଇଛନ୍ତି ।
ଚାରିଧାମ ଯାତ୍ରାକୁ ନେଇ ମନ୍ଦିର ପୂଜକ, ଦୋକାନୀ, ହୋଟେଲ ମାଲିକ, ସ୍ଥାନୀୟ ଲୋକେ ଓ କ୍ୟାବ ଡ୍ରାଇଭରଙ୍କ ପାଇଁ ଏକ ଗାଇଡ ଲାଇନ ଜାରି କରାଯାଇଛି । ସମସ୍ତଙ୍କୁ କୋଭିଡ କଟକଣା ମାନିବାକୁ କୁହାଯାଉଛି । ପ୍ରତି ଜିଲ୍ଲାକୁ 5 ହଜାର ଲେଖାଏଁ କୋରୋନା ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି । ଉତ୍ତରକାଶୀକୁ କେବଳ 10 ହଦାର ଡୋଜ ଯୋଗାଇ ଦିଆଯାଇଛି ।
@ANI