ETV Bharat / bharat

ପଠାନକୋଟ-ଲୁଧିଆନା ବିସ୍ଫୋରଣ ଘଟଣା: ଉତ୍ତରାଖଣ୍ଡରୁ 4 ଅଭିଯୁକ୍ତଙ୍କୁ ବାନ୍ଧିଲା STF - ପଠାନକୋର୍ଟରେ ଆତ୍ମଘାତି ବିସ୍ଫୋରଣ ଘଟଣା

ପଞ୍ଜାବ ପଠାନକୋଟ ବିସ୍ଫୋରଣ ଘଟଣାରେ ଉତ୍ତରାଖଣ୍ତ ଏସଟିଏଫ(STF)କୁ ବଡ ସଫଳତା ମିଳିଛି । ଏହି ଘଟଣାରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ । ଅଧିକ ପଢନ୍ତୁ

ପଠାନକୋର୍ଟରେ ଆତ୍ମଘାତି ବିସ୍ଫୋରଣ ଘଟଣା : 4 ଅଭିଯୁକ୍ତଙ୍କୁ ବାନ୍ଧିଲା STF

author img

By

Published : Jan 22, 2022, 4:24 PM IST

ଡେରାଡୁନ: ଉତ୍ତରାଖଣ୍ଡ ସ୍ପେଶାଲ ଟାସ୍କଫୋର୍ସକୁ (STF)କୁ ବଡ ସଫଳତା ମିଳିଛି । ପଠାନକୋଟ ବିସ୍ଫୋରଣର ଅଭିଯୁକ୍ତ ସୁଖପ୍ରୀତ ଓରଫ ସୁଖୀ ସମେତ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ । ଉଦ୍ଧମ ସିଂ ନଗର ଜିଲ୍ଲାର କେଲାଖେଡାରୁ ଏମାନଙ୍କୁ ଗିରଫ କରାଯାଇଛି ।

ଲୁଧିଆନା ବିସ୍ଫୋରଣରେ ବି ଏମାନଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଛି । ଉତ୍ତରାଖଣ୍ଡ ଏସଟିଏଫ(STF) କହିଛି ଯେ ଗତ ବର୍ଷ ନଭେମ୍ବର 2021ରେ ପଞ୍ଜାବର ପଠାନକୋଟ, ନଓ୍ବାନଶାହର ଓ ଲୁଧିଆନାରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ମାମଲାରେ ପଞ୍ଜାବ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଜଣେ ଅଭିଯୁକ୍ତ ସୁଖପ୍ରୀତ ଓରଫ ସୁଖି ଫେରାର ରହିଥିଲା । ସୁଖପ୍ରିତ ଉତ୍ତରାଖଣ୍ଡରେ ଲୁଚିଥିବା ନେଇ ଏସଟିଏଫକୁ ଖବର ମିଳିଥିଲା ।

ଏହାବି ପଢନ୍ତୁ: encounter in JK: ସୁରକ୍ଷାବଳ ଗୁଳିରେ ଜଣେ ଆତଙ୍କୀ ସଫା, ଏନକାଉଣ୍ଟର ଜାରି

ପରେ ସେଠାରେ ଚଢାଉ କରିଥିଲା ଏସଟିଏଫ ଟିମ । ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିଥିଲା ଏସଟିଏଫ । ଗତ ତିନି ଦିନ ଧରି ଉତ୍ତରାଖଣ୍ଡ ଏସଟିଏଫ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।

ଏହା ପରେ ଶ୍ୟାମସର ସିଂ ଓରଫ ଶେରା , ତାଙ୍କ ଭାଇ ହରପ୍ରୀତ ସିଂ ଓରଫ ହାପି, ଅଜମେର ସିଂ ଓରଫ ଲାଡି ମାଣ୍ଡ ଓ ଗୁରୁପାଲ ସିଂ ଓରଫ ଗୁରୀ ଡ଼ିଲନଙ୍କୁ ଗିରଫ କରିଛି। ଉତ୍ତରାଖଣ୍ଡ ଏସଟିଏଫ ଶ୍ୟାମସେର ସିଂ ନିକଟରୁ 32 ବୋର ପିସ୍ତଲ ଓ ଏକ କାର ମଧ୍ୟ ଜବତ କରିଛି। ପଞ୍ଜାବରେ ଆତଙ୍କବାଦୀ ବୋମା ବିସ୍ଫୋରଣ ସମୟରେ ଏହି କାରରେ ଅଭିଯୁକ୍ତ ସୁଖପ୍ରୀତକୁ ତାଙ୍କ ଘରକୁ ଆଣିଥିଲେ।

ଆତଙ୍କବାଦୀ ସଂଗଠନ ଖାଲିସ୍ତାନ ଟାଇଗର ଫୋର୍ସର ନାମ ମଧ୍ୟ ଏ ଘଟଣାରେ ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡ ଏସଟିଏଫର ସୂଚନା ଅନୁଯାୟୀ ପଳାତକ ଆତଙ୍କବାଦୀ ସୁଖପ୍ରୀତ ​​ଏବଂ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ଅନ୍ତର୍ଜାତୀୟ କଲ ସହ ବହୁଦିନ ଧରି ଜଡିତ ଥିବା ଜଣାପଡିଛି । ଏହି ଚାରି ଅଭିଯୁକ୍ତଙ୍କ ବିରୋଧରେ ଉଦ୍ଧମ ସିଂ ନାଗର ଜିଲ୍ଲାର ପନ୍ତନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ଠାରୁ ପ୍ରାପ୍ତ ସମସ୍ତ ସୂଚନା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଏବଂ ଅନ୍ୟ ରାଜ୍ୟର ପୋଲିସଙ୍କୁ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.