ETV Bharat / bharat

Uttarakhand Rains: ମୃତ୍ୟୁ ସଂଖ୍ୟା 72କୁ ବୃଦ୍ଧି, ଏବେବି 4 ନିଖୋଜ

author img

By

Published : Oct 25, 2021, 9:42 AM IST

Updated : Oct 25, 2021, 12:03 PM IST

ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡରେ ବର୍ତ୍ତମାନ ସୁଦ୍ଧା 72 ପ୍ରାଣ ହରାଇଥିବା ବେଳେ ଏବେବି 4 ଜଣ ନିଖୋଜ ଅଛନ୍ତି । ଏନେଇ ରବିବାର ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Uttarakhand Rains
Uttarakhand Rains

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରକୃତି ରଚିଥିବା ତାଣ୍ଡବରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 72 ପ୍ରାଣ ହରାଇ ଥିବାବେଳେ ଏବେ ବି 4 ଜଣ ନିଖୋଜ ଅଛନ୍ତି । ଏନେଇ ରବିବାର ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅକ୍ଟୋବର 17ରୁ 19 ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 26 ଜଣ ଲୋକ ଆହତ ହୋଇଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ଉତ୍ତରଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଭୂସ୍ଖଳନ ତ କେଉଁଠି ଘରଦ୍ବାର ଭାଙ୍ଗି ଯାଇଛି । ପ୍ରବଳ ବର୍ଷା କାରଣରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିପାଇଁ ରାଜ୍ୟରେ 224 ଘର କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ତଥ୍ୟ କହୁଛି ।

ସୂଚନା ଥାଉକି, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିଜ ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବା ପାଇଁ ଘୋଷଣା କରିଥିଲେ । ଏବେବି ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ SDRF ସର୍ଚ୍ଚ ଅପରେସନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2021, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.