ETV Bharat / bharat

ସେନାରେ ସାମିଲ ହେଲେ 425 ଜେଣ୍ଟେଲମ୍ୟାନ କ୍ୟାଡେଟ୍ସ

author img

By

Published : Jun 12, 2021, 12:24 PM IST

ସେନାରେ ଯୋଗ ଦେବା ପୂର୍ବରୁ ପାସିଂ ଆଉଟ ପରେଡ । ସାମିଲ ହେଲେ 425 ଜେଣ୍ଟେଲମ୍ୟାନ କ୍ୟାଡେଟ୍ସ । ଅଧିକ ପଢନ୍ତୁ...

Uttarakhand: Passing Out Parade underway at Indian Military Academy, Dehradun
ସେନାରେ ଯୋଗ ଦେବା ପୂର୍ବରୁ ପାସିଙ୍ଗ ଆଉଟ ପରେଡ , ସାମିଲ ହେଲେ 425 ଜେଣ୍ଟେଲମ୍ୟାନ କ୍ୟାଡେଟସ

ନୂଆଦିଲ୍ଲୀ : ଭାରତୀୟ ମିଲିଟାରୀ ଏକାଡେମୀ ପକ୍ଷରୁ ଡେରାଡୁନର ଚେତଉଟ ବିଲ୍ଡିଂ ତ୍ରିଲ ସ୍କୋୟାରରେ ପାସିଂ ଆଉଟ ପରେଡ ଅନୁଷ୍ଠିତ ହୋଇଯାଇଛି । 425 ଜେଣ୍ଟେଲମ୍ୟାନ କ୍ୟାଡେଟ୍ସ ପରେଡରେ ସାମିଲ ହୋଇଥିଲେ ।

ଓ୍ବଷ୍ଟର୍ଣ୍ଣ ସେନା କମାଣ୍ତର ଲେଫ୍ଟନାଣ୍ଟ ଜେନେରାଲ ଆରପି ସିଂ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ କୋରୋନା ପାଇଁ ପରେଡରେ କେବଳ ଯବାନଙ୍କୁ ସାମିଲ କରାଯାଇଥିଲା । କୋଭିଡ କଟକଣା ପାଇଁ ଯବାନ ପରିବାର ବର୍ଗଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇ ନଥିଲା । 425 ଜଣଙ୍କ ମଧ୍ୟରୁ 341 ଜଣ ଭାରତୀୟ ସେନାରେ ଯୋଗ ଦେବେ ।

ଅବଶିଷ୍ଟ 84 ଜଣ ଆଫଗାନିସ୍ତାନ, ତାଜିକିସ୍ତାନ, ଭୁଟାନ, ମରିସସ୍, ଶ୍ରୀଲଙ୍କା, ଭିଏତନାମ, ଟୋଙ୍ଗା, ମାଲଦ୍ୱୀପ ଏବଂ କିର୍ଗିଜସ୍ଥାନ ଦେଶଗୁଡିକରେ ସେନାରେ କାର୍ଯ୍ୟ କରିବେ । ସେପଟେ, ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ମିଲିଟାରୀ କଲେଜ ଅଫ ଇଲେକ୍ଟ୍ରୋନିକ୍ସ ଏବଂ ମେକାନିକାଲ୍ ଇଞ୍ଜିନିୟରିଂରୁ ପାସଆଉଟ କରିଥିବା 28 ଜେଣ୍ଟେଲମ୍ୟାନ କ୍ୟାଡେଟ୍ସ ପରେଡ ହୋଇଥିଲା । ଏହି କଲେଜରୁ ପାସ ଆଉଟ କରିଥିବା ସମସ୍ତ ଯୁବକ ସେନାର ଯନ୍ତ୍ରପାତି ଚଳାଇବା କାର୍ଯ୍ୟରେ ନିୟୋଜିତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.