ETV Bharat / bharat

ଖୁବଶୀଘ୍ର ବଦଳିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ !

author img

By

Published : Jul 2, 2021, 10:57 AM IST

Updated : Jul 3, 2021, 10:58 AM IST

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦବୀରେ ଆସିପାରେ ବଡ ପରିବର୍ତ୍ତନ । ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ଅଧିକ ପଢନ୍ତୁ...

ଖୁବଶୀଘ୍ର ବଦଳି ପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ !

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ପରିବର୍ତ୍ତେ ଅନ୍ୟ କାହାକୁ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ବିଜେପି ହାଇ କମାଣ୍ଡ ଉତ୍ତରପ୍ରଦେଶ ସିଏମଙ୍କୁ ତୁରନ୍ତ ଦିଲ୍ଲୀ ଡାକିବା ପରେ ଏନେଇ ସନ୍ଦେହ ଉପୁଜିଛି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀରେ ପରିବର୍ତ୍ତନ ହୋଇପାରେ । ମାତ୍ର କିଏ ଉତ୍ତରାଖଣ୍ଡର ଶାସନ ଗାଦି ସମ୍ଭାଳିବେ ସେନେଇ ସ୍ପଷ୍ଟ ହୋଇନାହିଁ ।

ଗତକାଲି(ଗୁରୁବାର) ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଦିଲ୍ଲୀର ତାଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏକ ବୈଠକ କରିଥିଲେ । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ଦଳର ନେତାମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଖାଲି ଥିବା ହଲଦ୍ବାନି ଏବଂ ଗଙ୍ଗୋତ୍ରୀ ସିଟ୍ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଧାୟକଙ୍କ ଦେହାନ୍ତ ପରେ ଏହି ଆସନଗୁଡ଼ିକ ଖାଲିପଡିଛି ।

ତେବେ ସିଏମ ତିରଥ ସିଂ ରାୱତ କେବଳ ଜଣେ ବିଧାୟକ ନୁହଁନ୍ତି, ବରଂ ଲୋକସଭା ସାଂସଦ ମଧ୍ୟ ଅଟନ୍ତି । ଫଳରେ ତାଙ୍କୁ ପଦରେ ରହିବାକୁ ହେଲେ ସେପ୍ଟେମ୍ବର 9 ପୂର୍ବରୁ ବିଧାନସଭାର ନିର୍ବାଚିତ ସଦସ୍ୟ ହେବାକୁ ପଡିବ । ଗରୱାଲରୁ ତିରଥ ସିଂ ରାୱତ ମାର୍ଚ୍ଚ 2021 ରେ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ । ଫଳସ୍ୱରୂପ ତାଙ୍କ ପାଇଁ ପୁନଃ ନିର୍ବାଚନ କରିବା ଜରୁରୀ ଅଟେ । ଏହାପୂର୍ବରୁ, ମେ 5 ରେ କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ଉପନିର୍ବାଚନ କରିବାକୁ ମନା କରିଦେଇଥିଲେ ।

କିନ୍ତୁ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ବାକି ଅଛି, ତେବେ ଉପ-ନିର୍ବାଚନ ହୋଇପାରିବ ନାହିଁ । ଏଭଳି ପରିସ୍ଥିତିରେ ନେତୃତ୍ୱ ବଦଳାଇବା ପାଇଁ ବିଜେପି ହାଇକମାଣ୍ଡ ସହିତ ଏକମାତ୍ର ବିକଳ୍ପ ବାକି ଅଛି । ତଥାପି, ଯଦି ତୀରଥ ସିଂହ ରାୱତ ସଲ୍ଟ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ, ବୋଧହୁଏ ଆଜି ଏହି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ପୁଣିଥରେ ନେତୃତ୍ୱ ବଦଳାଇବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ଯଦି ବର୍ତ୍ତମାନ ରାଜ୍ୟରେ ନେତୃତ୍ୱର କୌଣସି ପରିବର୍ତ୍ତନ ନହୁଏ, ତେବେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କୁ 6 ମାସ କାର୍ଯ୍ୟକାଳ ଶେଷ ହେବା ପରେ ଅର୍ଥାତ୍ 9 ସେପ୍ଟେମ୍ବରରେ ଇସ୍ତଫା ଦେବାକୁ ପଡିବ। ତେବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ମୁଖ୍ୟମନ୍ତ୍ରୀ ତୀରଥଙ୍କ ଇସ୍ତଫା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ସେପଟେ ଆଜିକାଲି ରାଜ୍ୟ ରାଜନୀତିରୁ ସ୍ପଷ୍ଟ ହୋଇଛି ଯେ ଏକ ବଡ ପରିବର୍ତ୍ତନ ସୁନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2021, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.