ETV Bharat / bharat

ଉତ୍ତରାଖଣ୍ଡରେ ଆଉ ସପ୍ତାହେ ବଢିଲା କୋରୋନା କର୍ଫ୍ୟୁ - କୋଭିଡ ନେଗେଟିଭ ରିପୋର୍ଟ

ଉତ୍ତରାଖଣ୍ଡରେ କୋରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ଆଉ ଏକ ସପ୍ତାହ ବଢିଲା  କୋରୋନା କର୍ଫ୍ୟୁ

author img

By

Published : May 18, 2021, 7:24 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ବୃଦ୍ଧି ପାଇବରେ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଉ ଏକ ସପ୍ତାହ କୋରୋନା କର୍ଫ୍ୟୁକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଲାଗୁହୋଇଥିବା କର୍ଫ୍ୟୁ ଆଜି ଶେଷ ହୋଇଥିବା ବେଳେ ଏହାକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କ୍ୟାବିନେଟ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ସରକାରୀ ମୁଖପାତ୍ର ସୁବୋଧ ୟୁନିୟାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ କର୍ଫ୍ୟୁ ସମୟରେ ବିବାହ ଉତ୍ସବରେ ଯୋଗ ଦେବାକୁ ହେଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଥିବା ବେଳେ ବିବାହ ସମାରୋହରେ କେବଳ 20 ଜଣ ଅତିଥି ଯୋଗ ଦେଇପାରିବେ ଏବଂ ଅନ୍ତିମ ସଂସ୍କାର ପାଇଁ 20 ଜଣ ଯୋଗ ଦେଇପାରିବେ ବୋଲି କହିଛନ୍ତି ସୁବୋଧ ୟୁନିୟାଲ । କର୍ଫ୍ୟୁ ସମୟରେ ସକାଳ 7ଟାରୁ 10 ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ କର୍ଫ୍ୟୁକୁ ବୃଦ୍ଧି କରାଯାଇଥିବା କହିଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.