ETV Bharat / bharat

ଚାରିଧାମ ଯାତ୍ରା ସ୍ଥଗିତ କଲେ ଉତ୍ତରାଖଣ୍ଡ ସରକାର - ଉତ୍ତରାଖଣ୍ଡ ସରକାରୀ ମୁଖପାତ୍ର

ଚାରିଧାମ ଯାତ୍ରାକୁ ପୁଣି ସ୍ଥଗିତ ରଖିଲେ ଉତ୍ତରାଖଣ୍ଡ ସରକାର । କୋରୋନା ପାଇଁ ନିଆଯାଇଛି ବଡ ନିଷ୍ପତି । ଆଜିଠୁ ଆରମ୍ଭ ହୋଇଥାନ୍ତା ଯାତ୍ରା । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡର 3ଟି ଜିଲ୍ଲା ପାଇଁ ପୁଣି ସ୍ଥଗିତ ରହିଲା ଚାରିଧାମ ଯାତ୍ରା

author img

By

Published : Jun 15, 2021, 12:08 PM IST

ଡେରାଡୁନ: ଚାରିଧାମ ଯାତ୍ରାକୁ ପୁଣି ସ୍ଥଗିତ ରଖିଲେ ଉତ୍ତରାଖଣ୍ଡ ସରକାର । ଉତ୍ତରାଖଣ୍ଡର 3 ଜିଲ୍ଲା ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲାକୁ ଚାରିଧାମ ଯାତ୍ରା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଏବେ ଏହାକୁ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ସରକାର ।

ଉତ୍ତରାଖଣ୍ଡ ସରକାରୀ ମୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ କହିଛନ୍ତି ଯେ ଚାରିଧାମ ଯାତ୍ରା ସମ୍ପର୍କରେ ହାଇକୋର୍ଟରେ ଶୁଣାଣି ଚାଲିଛି। ଜୁନ୍ 16 ପରେ ରାଜ୍ୟ ସରକାର ଏହି ଯାତ୍ରା ପୁଣି ଆରମ୍ଭ କରିବାକୁ ପୁନର୍ବାର ବିଚାର କରିବେ ବୋଲି କହିଛନ୍ତି ।

ଏହି ଘୋଷଣାର ଗୋଟିଏ ଦିନ ପରେ ଆଜି ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରାକାଶୀ ବାସିନ୍ଦାଙ୍କୁ ଯଥାକ୍ରମେ ବଦ୍ରିନାଥ, କେଦାରନାଥ ଏବଂ ଗଙ୍ଗୋତ୍ରୀ-ଯମୁନେତ୍ରିର ଚାରିଧାମ ସ୍ଥାନ ପରିଦର୍ଶନ କରିବା ଅନୁମତିକୁ ସ୍ଥଗିତ ରଖାଯାଇଛି । ଚାରିଧାମ ଯାତ୍ରା ପାଇଁ RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.