ETV Bharat / bharat

'ତୀରଥଙ୍କ ଇସ୍ତଫା ବାଧ୍ୟତାମୂଳକ, ଉପନିର୍ବାଚନ ହୋଇପାରିବନି ଆଉ ଏକ ବଡ ମିଛ' - କଂଗ୍ରେସ ନେତା ହରିଷ ରାୱତ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାୱତ ଇସ୍ତଫାକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ହରିଷ ରାୱତ । ଏହା ସମ୍ବିଧାନର ବାଧ୍ୟତାମୂଳକ ଇସ୍ତଫା, ତୀରଥଙ୍କୁ ଆଇନର ସଠିକ୍ ଜ୍ଞାନ ଜଣାନାହିଁ । ଅଧିକ ପଢନ୍ତୁ...

'ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ବାଧ୍ୟତାମୂଳକ, ଉପନିର୍ବାଚନ ହୋଇପାରିବନି ଆଉଏକ ବିଡ ମିଛ'

author img

By

Published : Jul 3, 2021, 8:06 AM IST

Updated : Jul 3, 2021, 9:29 AM IST

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାୱତ ଇସ୍ତଫା ଦେବାପରେ ବିଜେପି ଏବଂ ତୀରଥଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ହରିଷ ରାୱତ । ତୀରଥ ସମ୍ବିଧାନରେ ବାଧ୍ୟତାମୂଳକ ଭାବେ ଇସ୍ତଫା ଦେଇଛନ୍ତି ଏବଂ କୋରୋନା ସମୟରେ ଉପନିର୍ବାଚନ ଅସମ୍ଭବ ଏହା ଏକ ବଡ ମିଛ ବୋଲି ସେ କହିଛନ୍ତି ।

'ତୀରଥଙ୍କ ଇସ୍ତଫା ବାଧ୍ୟତାମୂଳକ, ଉପନିର୍ବାଚନ ହୋଇପାରିବନି ଆଉ ଏକ ବଡ ମିଛ'

ଏହାଠୁ ବଡ ମିଛ ଆଉ କଣ ହୋଇପାରେ, ଯେ ସଂକ୍ରମଣ କାରଣରୁ ଉପନିର୍ବାଚନ ହୋଇ ପାରିବ ନାହିଁ ଏବଂ ସାମ୍ବିଧାନିକ ବାଧ୍ୟତା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିବ । ବାସ୍ତବ କଥା ହେଉଛି କି ସମାନ କୋରୋନା କାରଣରୁ ପୂର୍ବରୁ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଲ୍ଟ ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା, ମୁଖ୍ୟମନ୍ତ୍ରୀ ଏଠାରୁ ମଧ୍ୟ ନିର୍ବାଚନ ଲଢିପାରିଥାନ୍ତେ । ଅନ୍ୟ କେଉଁ ସ୍ଥାନରୁ ଇସ୍ତଫା ଦେଇ ଏଠାରୁ ନିର୍ବାଚନ ଲଢିପାରିଥାନ୍ତେ । ମାତ୍ର ଆଇନ ବାବଦରେ ସମ୍ପୂର୍ଣ୍ଣ ଜ୍ଞାନ ଅଭାବରୁ ରାଜ୍ୟକୁ ଆଉ ଏକ ମୁଖ୍ୟମନ୍ତ୍ରୀ ବାଛିବାକୁ ଦିଆଯାଇଛି । ଏହାକୁ ଲଗାଇ ଗତ 5 ବର୍ଷ ମଧ୍ୟରେ ରାଜ୍ୟ 3 ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଯାଉଛି ବୋଲି ହରିଷ ରାୱତ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, '2017 ରେ କ୍ଷମତାକୁ ଆସିଥିବା ବିଜେପି ଉତ୍ତରପ୍ରଦେଶର 2 ନେତା ତୀରଥ ସିଂହ ରାୱତ ଏବଂ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥିତିକୁ ହାସ୍ୟାସ୍ପଦ କରିଦେଇଛି । ଉଭୟ ଭଲ ମଣିଷ । ତୀରଥ କେଉଁଠାରୁ ନିର୍ବାଚନ ଲଢିବେ ସେନେଇ ନିଷ୍ପତ୍ତି ନେଇନପାରିବାରୁ ପରିହାସର ପାତ୍ର ହୋଇଛନ୍ତି । ବର୍ତ୍ତମାନ ରାଜ୍ୟବାସୀ ଭାବୁଛନ୍ତି କି ଯେତେବେଳେ ଆମ ମୁଖ୍ୟମନ୍ତ୍ରୀଙ୍କୁ କେତେବେଳେ ନିର୍ବାଚନ ଲଢି ବିଧାନସଭାରେ ପହଞ୍ଚିବା ଉଚିତ୍ ଜଣାନାହିଁ, ସେ ରାଜ୍ୟର କଣ କଲ୍ୟାଣ କରିବେ ।' ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ, ନା ସେ ସେତେବେଳେ ସାମ୍ବିଧାନିକ ଆବଶ୍ୟକତାକୁ ବୁଝିଥିଲେ ନା ଏବେ ବୁଝିପାରୁଛନ୍ତି ବୋରି ହରିଷ କଟାକ୍ଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2021, 9:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.