ETV Bharat / bharat

ଦେବଭୂମି ଦୁର୍ବିପାକ: 20 କୋଟି ଘୋଷଣା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - 20 କୋଟି ଘୋଷଣାକଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଦେବଭୂମି ଉତ୍ତରାଖଣ୍ଡରେ ପ୍ରକୃତିର ପ୍ରଳୟ ପରେ ସେଠାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ 20 କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରାଓ୍ବତ । ପଢନ୍ତୁ ଅଧିକ...

ଉଦ୍ଧାର ଓ ରିଲିଫ ପାଇଁ 20 କୋଟି ଘୋଷଣାକଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

author img

By

Published : Feb 8, 2021, 6:55 PM IST

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ପ୍ରକୃତିର ପ୍ରଳୟ ପରେ ସେଠାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏହାରି ମଧ୍ୟରେ ବର୍ତ୍ତମାନର ସ୍ଥିତି ଓ ଉଦ୍ଧାର ଓ ରିଲିଫ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ । ସ୍ଥିତି ସମୀକ୍ଷା ପରେ ସେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 20 କୋଟି ଟଙ୍କା ଅନୁମୋଦନ କରିଥିବା ଜଣାପଡିଛି ।

ଉତ୍ତରାଖଣ୍ଡର ଚାମୋଲିରେ ଗତକାଲି ହିମସ୍କଳନ ପରେ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାମ ଜାରି ରହିଛି । ଭାରତୀୟ ବାୟୁ ସେନା, ଆଇଟିବିପି, ଏସଡିଆରଏଫ ଓ ଏନଡିଆରଫ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉକ୍ତ ସ୍ଥାନରେ ୟାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା କାରଣରୁ ଏୟାର ଲିଫଟିଂ ମାଧ୍ୟମରେ ଫସିଥିବା ଲୋକଙ୍କ ପାଖରେ ପହଞ୍ଚାଯାଉଛି । ତେବ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିବା ବେଳେ ଉଦ୍ଧାର କାର୍ଯ୍ୟ ରହିଛି ।

ତେବେ ଘଟଣାକୁ ନେଇ ସମୀକ୍ଷା ବୈଠକ ପରେ ପ୍ରାଥମିକ ଭାବେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 20 କୋଟିର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.