ETV Bharat / bharat

10 ଦିନରେ ଉତ୍ତରାଖଣ୍ଡରେ 1 ହଜାର ଶିଶୁ ସଂକ୍ରମିତ

author img

By

Published : May 16, 2021, 2:57 PM IST

ଉତ୍ତରାଖଣ୍ଡରେ ଗତ 10 ଦିନ ମଧ୍ୟରେ ଏକ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତି । ଶିଶୁଙ୍କ ବୟସ 9 ବର୍ଷରୁ କମ୍ ଅଟେ । ଅଧିକ ପଢନ୍ତୁ...

Uttarakhand
Uttarakhand

ଡେରାଡୁନ: କୋରୋନା ଦ୍ବିତୀୟ ଲହର ଦେଶବ୍ୟାପୀ ଆତଙ୍କ ଖେଳାଇଛି । ଏହା ଯୁବ ବୟସ୍କଙ୍କ ପାଇଁ ଅଧିକ ଘାତକ କୁହାଯାଉଥିବାବେଳେ ଏଥିରେ ଛୋଟ ଛୁଆ ମଧ୍ୟ ଅଧିକ ଆକ୍ରାନ୍ତ ହେଉଛନ୍ତି । ଉତ୍ତରାଖଣ୍ଡରେ ଗତ 10 ଦିନ ମଧ୍ୟରେ ଏକ ହଜାର ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଙ୍କ ବୟସ 9 ବର୍ଷରୁ କମ୍ ଅଟେ । ସେଥିମଧ୍ୟରୁ ଅନେକ ପିଲା ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ବିଭାଗ ମୁତାବକ, ଗତବର୍ଷ ଉତ୍ତରଖଣ୍ଡରେ 2 ହଜାର 131 ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଗତ ଏପ୍ରିଲ 1 ତାରିଖରୁ ଏପ୍ରିଲ 15 ମଧ୍ୟରେ 264 ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ଡେଭଲପମେଣ୍ଟ ଫର କମ୍ୟୁନିଟି ଫାଉଣ୍ଡେସନର ସଭାପତି ଅନୁପ ନୈଟିୟାଲଙ୍କ କହିବା ମୁତାବକ, ରାଜ୍ୟରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରେ 771 ଟି କୋରୋନା ପଜିଟିଭ ମାମଲା ରହିଛି । ଏଥିସହ ରାଜ୍ୟ ସରକାର ଟେଷ୍ଟିଂ ବୃଦ୍ଧି ଓ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଉତ୍ତରଖଣ୍ଡରେ 79 ହଜାର 379ଟି କୋରୋନା ସକ୍ରିୟ ମାମଲା ଥିବାବେଳେ 4 ହଜାର 426 ଜଣଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.