ETV Bharat / bharat

20 ବର୍ଷ ପରେ ଫେରିଲା ନିଖୋଜ ପୁଅ, ଖୁସିରେ ଆତ୍ମହରା ହେଲେ ବାପାମା’ - family reunited after twenty years

ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରର 20 ବର୍ଷ ପରେ ପତ୍ତା ମିଳିଛି। ପୁଅକୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇଛନ୍ତି ବାପାମାଆ। ଅଧିକ ପଢନ୍ତୁ

20 ବର୍ଷ ପରେ ଫେରିଲା ନିଖୋଜ ପୁଅ
20 ବର୍ଷ ପରେ ଫେରିଲା ନିଖୋଜ ପୁଅ
author img

By

Published : Jul 29, 2023, 10:18 PM IST

ଲକ୍ଷ୍ନୌ: 20 ବର୍ଷ ପରେ ଫେରିଲା ନିଖୋଜ ପୁଅ। ଏଭଳି ଚମତ୍କାର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସୂଚନା ଅନୁସାରେ, ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ନିଜର ପିତାମାତାଙ୍କ ସହ ମୁମ୍ବାଇରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲା। ହେଲେ ଆସିବା ବାଟରେ ଅସାବଧାନତାବଶତଃ ପିଲାଟି ନିଖୋଜ ହୋଇଯାଇଥିଲା। ମୁମ୍ବାଇରେ ନିଖୋଜ ହୋଇଯାଇଥିବା ଉତ୍ତରପ୍ରଦେଶର ସେହି ପିଲାକୁ ପୁଣି ଥରେ 20ବର୍ଷ ପରେ ଫେରି ପାଇଛନ୍ତି ବାପାମାଆ। ମୁମ୍ବାଇରେ ନିଖୋଜ ହୋଇଥିବା ପୁଅକୁ ଖୋଜିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ସେମାନେ ବିଫଳ ହୋଇଥିଲେ। ଏହାରି ଭିତରେ ନିଖୋଜ ହୋଇଥିବା ସେହି ପଞ୍ଚମ ଶ୍ରେଣୀର ଛାତ୍ର ଜଣକ ପାଲଟିଛି ନାବାଳକରୁ ସାବାଳକ। ଯୁବକଙ୍କ ନାଁ ମହେନ୍ଦ୍ର ବିନ୍ଦ ବୋଲି ଜଣାପଡିଛି।

ଉତ୍ତରପ୍ରଦେଶର ଶିବ କୁମାର ଯାଦବ ନାମକ ଜଣେ ବ୍ୟକ୍ତି ମୁମ୍ବାଇର ବେଲାମପଲ୍ଲୀରେ ଥିବା ଏକ ବେକରୀ ଦୋକାନରେ କାମ କରନ୍ତି। କୌଣସି ଏକ କାମରେ ଯାଇଥିବାବେଳେ ଅଚାନକ ଶିବ କୁମାରଙ୍କ ସହ ମହେନ୍ଦ୍ରଙ୍କର ଦେଖା ହୋଇଥିଲା। ଆଉ ସେତିକିବେଳେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିବା ସମୟରେ ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳର ହୋଇଥିବା ନେଇ ଶିବ କୁମାରଙ୍କୁ ପରିଚୟ ଦେଇଥିଲେ ମହେନ୍ଦ୍ର ବିନ୍ଦ। ଆଉ ନିଜ ଜନ୍ମମାଟିକୁ ଫେରିବା ପାଇଁ ତାଙ୍କର ସହାୟତା ଲୋଡିଥିଲେ। ଏହସହ ନିଜ ପିତାମାତାଙ୍କ ସହ ବୁଲିବାକୁ ଆସିଥିବାବେଳେ କିଭଳି ନିଖୋଜ ହୋଇଥିଲେ ପୁରା ଘଟଣାକ୍ରମ ସମ୍ପର୍କରେ ବଖାଣିଥିଲେ।

ଏହା ମଧ୍ୟ ପଢନ୍ତୁ...ମହାନଦୀକୁ ଡେଇଁ ଯୁବକ ନିଖୋଜ ! ଖୋଜାଖୋଜି ଜାରି

ଆଉ ମହେନ୍ଦ୍ରଙ୍କଠାରୁ ସବୁ ଶୁଣିବା ପରେ ଶିବ କୁମାର ଦୁଃଖ ପ୍ରକାଶ କରିଥିଲେ। ହଜିଲା ପୁଅକୁ କିଭଳି ତାଙ୍କ ବାପା ମାଆଙ୍କ ପାଖକୁ ଫେରାଇବେ ସେଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏନେଇ ସେ ଉତ୍ତରପ୍ରଦେଶ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଉତ୍ତରପ୍ରଦେଶ ପୋଲିସ ଏହାର ତନାଘନା କରିବା ପରେ 20ବର୍ଷ ପୂର୍ବେ ରୁଜୁ ହୋଇଥିବା ନିଖୋଜ ମାମଲା ସମ୍ପର୍କରେ ଜାଣିବାକୁ ପାଇଥିଲା।

ଆଉ ଏହା ପରେ ତଦନ୍ତ କରାଯାଇ ମହେନ୍ଦ୍ରଙ୍କ ବାପା ସାନ୍ତ୍ରା ବିନ୍ଦ ଓ ମାଆ ମୁନ୍ନା ବିନ୍ଦଙ୍କୁ ତାଙ୍କ ହଜିଲା ପୁଅର ପରିଚୟ ପ୍ରଦାନ କରିଥିଲା। ତା'ପରେ ବେଲାମପଲ୍ଲୀ ଯାଇ ମହେନ୍ଦ୍ରଙ୍କୁ ଭେଟିବା ପରେ ଉଭୟଙ୍କ ଖୁସିର ସୀମା ନାହିଁ। ଦୀର୍ଘ 20ବର୍ଷର ବ୍ୟବଧାନ ପରେ ନିଜ ପୁଅକୁ ପାଖରେ ପାଇଁ ଭାବବିହ୍ବଳ ହେବା ସହ ଶିବ କୁମାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପୋଲିସର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହିପରି ଭାବେ ଦୀର୍ଘ 20 ବର୍ଷ ପରେ ହଜିଲା ପୁଅକୁ ଫେରି ପାଇବା ପରେ ପୁଣି ଥରେ ଏକାଠି ହୋଇଛନ୍ତି ପରିବାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.