ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଭ୍ ଜିହାଦ୍ ବିରୋଧରେ ରାଜ୍ୟ ସରକାର ଦେଇଥିବା ନିୟମକୁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଅନୁମୋଦନ କରିଛନ୍ତି । ଏହାସହିତ ଆଜିଠାରୁ ଏହି ନିୟମ ଲାଗୁ ହୋଇଛି । ପ୍ରକାଶଥାଉକି, ମଙ୍ଗଳବାର(ନଭେମ୍ବର 24) ରେ ଉତ୍ତରପ୍ରଦେଶ କ୍ୟାବିନେଟ ଲଭଜିହାଦ ଉପରେ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଥିଲା ।
ଏହାପରେ ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ଆକ୍ଟ ଅନୁସାରେ, ଧୋକା ଦେଇ ଧର୍ମ ପରିବର୍ତ୍ତନ କଲେ 10 ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗିବ।କୁ ପଡିବ । ଏହାବ୍ୟତୀତ ଯଦି ନିଜ ସମ୍ମତିରେ ଧର୍ମ ରୂପାନ୍ତର କରିବାକୁ ଚାହିଁବେ ତେବେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅନୁମତିର ଆବଶ୍ୟକତା ପଡିବ ।
@ANI