ETV Bharat / bharat

ଭାଲେଣ୍ଟାଇନ ଡେରେ ଅଘଟଣ, ସମୁଦ୍ରରେ ବୁଡି ପ୍ରେମୀଯୁଗଳଙ୍କ ମୃତ୍ୟୁ

author img

By

Published : Feb 15, 2023, 10:22 AM IST

ଭାଲେଣ୍ଟାଇନ ଡେରେ ଚୁରମାର ହୋଇଗଲା ସ୍ବପ୍ନ । ପାଲୋଲେମ ବିଚରେ ବୁଡି ଚାଲିଗଲା ପ୍ରେମିକ ପ୍ରେମିକାଙ୍କ ଜୀବନ । ଅଧିକ ପଢନ୍ତୁ

couple drown in Palolem Beach
couple drown in Palolem Beach

ପାଣାଜୀ: ପ୍ରେମ ସପ୍ତାହରେ ମଙ୍ଗଳବାର ରହିଥିଲା ଭାଲେଣ୍ଟାଇନ ଡେ । ପାର୍କ, ସିନେମା ହଲ, ରେସ୍ତୋରାଁ, ମଲ୍‌ ସବୁଆଡେ ରହିଥିଲା ପ୍ରେମର ମାହୋଲ । ନିଜର ପାର୍ଟନରଙ୍କୁ ଖୁସି କରିବା ପାଇଁ କିଏ କେଉଁ ପନ୍ଥା ଆପଣାଇଥିଲେ । ଏହିଭଳି ଭାବରେ ଭାଲେଣ୍ଟାଇନ ଡେକୁ ଆହୁରି ରୋମାଣ୍ଟିକ କରିବା ପାଇଁ ଗୋଆ ଯାଇଥିଲେ ପ୍ରେମୀଯୁଗଳ । ପରିବାର ଲୋକଙ୍କ ବିନା ଅବଗତିରେ ଦୁହେଁ ଗୋଆ ବିଚ୍‌ରେ ଖୁସିରେ ସମୟ ଅତିବାହିତ କରୁଥିଲେ । ଏହି ସମୟରେ ହଠାତ ଘଟିଗଲା ଅଘଟଣ । ଖୁସି ମନାଇବା ପାଇଁ ଯାଇଥିବା ବେଳେ ପରିବାର ପାଇଁ ଆଣିଲେ ଦୁଃଖଦ ଖବର । ଗୋଆ ବିଚ୍‌ରେ ଗାଧୋଉଥିବା ବେଳେ ବୁଡିଯାଇ ପ୍ରାଣ ହରାଇଛନ୍ତି ପ୍ରେମୀ ଯୁଗଳ ।

ମଙ୍ଗଳବାର ସନ୍ଧ୍ୟାରେ ଗୋଆରେ ବୁଡିଯାଇ ଦୁଇ ପ୍ରେମପକ୍ଷୀଙ୍କ ମୃତ୍ୟୁ ହୋଇଛି । ଖୁସିରେ ସମୟ ବିତାଇବା ପାଇଁ ସ୍ବପ୍ନ ନେଇ ଗୋଆ ଯାଇଥିବା ବେଳେ ଦଇବ ସାଧିଲା ଦାଉ । ପ୍ରେମକୁ ନେଇ ସ୍ବପ୍ନ ଦେଖିବା ପାଇଁ ଯାଇଥିବା ବେଳେ ମୃତଦେହ ହୋଇ ଫେରିଲେ । ଦୁଇ ମୃତକ ହେଲେ ୨୬ ବର୍ଷୀୟା ସୁପ୍ରିଆ ଦୁବେ ଏବଂ ୨୭ ବର୍ଷୀୟା ବିଭୁ ଶର୍ମା । ଉଭୟଙ୍କ ବୁଡିଯିବା ଖବରପାଇ ପୋଲିସ ଏବଂ ଲାଇଭଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଉଦ୍ଧାର କରିଥିଲେ । ତେବେ ପୋଲିସ ଦୁହିଁଙ୍କୁ କୋନକୋନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବିବାହ ପାଇଁ କହିବାରୁ ପ୍ରେମିକାକୁ ହତ୍ୟା କରି ଫ୍ରିଜରେ ଲୁଚାଇ ରଖିଥିଲା ପ୍ରେମିକ

ଏହି ଘଟଣାକୁ ନେଇ ପୋଲିସର କହିବା ଅନୁସାରେ, "ସୁପ୍ରିଆ ଏବଂ ବିଭୁ ଦୁହେଁ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ । ସୁପ୍ରିଆ ବେଙ୍ଗାଲୁରୁରେ ଚାକିରି କରୁଥିବା ବେଳେ ବିଭୁ ଦିଲ୍ଲୀରେ ରହୁଥିଲେ । ଛୁଟି କାଟିବା ପାଇଁ ଦୁହେଁ ଗୋଆ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିଲା କିନ୍ତୁ ସେମାନେ ଗୋଆ ଯିବାନେଇ ପରିବାର ଲୋକଙ୍କୁ ଅବଗତ କରାଇନଥିଲେ । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।" ପ୍ରତିଶୃତି ଦିବସରେ ସାତଜନ୍ମ ଯାଏଁ ସାଥିହେବା ପାଇଁ କଥା ଦେଇଥିବା ବେଳେ ଭାଲେଣ୍ଟାଇନ ଦିବସରେ ଦୁହେଁ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ । ସପେଟେ ଏହି ଘଟଣାକୁ ନେଇ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.