ETV Bharat / bharat

ତିନି ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ 3 ଦୋଷୀଙ୍କୁ ଫାଶୀ ଶୁଣାଇଲେ କୋର୍ଟ - ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଫାଶୀ

ଉତ୍ତର ପ୍ରଦେଶର ବୁଲନ୍ଦଶହର 3 ଶିଶୁଙ୍କୁ ଅପହରଣ କରି ହତ୍ୟା ମାମଲାରେ ସେସନ କୋର୍ଟଙ୍କ ଦୃଷ୍ଟାନ୍ତମୂଳକ ରାୟ । 3 ଦୋଷୀଙ୍କୁ ମୃତ୍ୟୁଦଣ୍ଡ । 2019 ରେ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ତିନି ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ 3 ଦୋଷୀଙ୍କୁ ଫାଶୀ

author img

By ETV Bharat Odisha Team

Published : Oct 18, 2023, 6:13 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବୁଲନ୍ଦଶହରରେ 2019ରେ ହୋଇଥିବା 3 ଶିଶୁଙ୍କୁ ଅପହରଣ କରି ହତ୍ୟାକାଣ୍ଡ ମାମଲାରେ ଆଜି 3 ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ବୁଲନ୍ଦଶହର ସେସନ କୋର୍ଟ ବିଚାରପତି ମନୁ କାଲିଆ ଆଜି (ବୁଧବାର) ଏହି ମାମଲାର ଶୁଣାଣି କରି 3 ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ତିନି ଦୋଷୀ ହେଉଛନ୍ତି ସଲମାନ, ବିଲାଲ ଓ ଇମ୍ରାନ । ଏହି ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇସାରିଛି ।

2019 ମହିସା ମେ’ 25 ତାରିଖରେ ଏହି ଗଣ ଅପହରଣ ଓ ହତ୍ୟାକାଣ୍ଡ ଘଟିଥିଲା । କୋତବାଲୀ ଥାନା କ୍ଷେତ୍ର ଅଧୀନ ଏକ ଗ୍ରାମରୁ 3 ଶିଶୁଙ୍କୁ ଏହି ଅପରାଧୀମାନେ ଅପହରଣ କରିନେଇଥିଲେ । ପରଦିନ ସମସ୍ତଙ୍କ ମୃତଦେହ ଶିକାରପୁର ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ଗୁଳି କରି ଏହି ନିଷ୍ପାପ ଶିଶୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ପୋଲିସ ଏହି ମାମଲାରେ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ କୋର୍ଟ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ କରିସାରିଛନ୍ତି । ଖଲାସ ହୋଇସାରିଥିବା ଅଭିଯୁକ୍ତ ହିଁ ପୋଲିସ ଚାର୍ଜସିଟରେ ଅପହରଣର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ସ୍ଥାନ ପାଇଥିଲା । ତାର ନିର୍ଦ୍ଦେଶ ଅନୁସାରେ ଏହି 3 ଦୋଷୀ ଏହି ଅପହରଣ ଓ ହତ୍ୟାକୁ ରୂପ ଦେଇଥିଲେ । ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ଖଲାସ ହୋଇସାରିଥିବା ବେଳେ ଆଜି ଅନ୍ୟ 3 ଅଭିଯୁକ୍ତଙ୍କୁ ଶେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Delhi: 2008 ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 5 ଦୋଷୀ ସାବ୍ୟସ୍ତ

ଆଜି ଶୁଣାଣିରେ କୋର୍ଟ ଏହି ଅପରାଧକୁ ଅତି ଜଘନ୍ୟ କାଣ୍ଡ ଭାବେ ବିବେଚନା କରିଥିଲେ । ନିଷ୍ପାପ ଶିଶୁଙ୍କୁ ଅପହରଣ କରି ହତ୍ୟା କରିବା ଜଘନ୍ୟ ଅପରାଧ ଓ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା କହିଥିଲେ । ଉଭୟ ପକ୍ଷର ଯକ୍ତି ଶୁଣିବା ସହ ପୋଲିସ ଦାଖଲ କରିଥିବା ସମସ୍ତ ତଥ୍ୟ ପ୍ରମାଣ ଓ ସାକ୍ଷକୁ ଭିତ୍ତି କରି ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟଙ୍କ ରାୟକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହାକୁ ସ୍ବାଗତ କରିଛନ୍ତି ହତ୍ୟାର ଶିକାର ହୋଇଥିବା ଶିଶୁଙ୍କ ପରିବାର ।

ଏହା ମଧ୍ୟ ପଢନ୍ତ:- ହୃଦୟ ଜିତିଲେ ବାପା: ଶାଶୁଘର ଲୋକେ ଝିଅକୁ ଦେଉଥିଲେ ନିର୍ଯାତନା,ବାଜା ବଜାଇ ବାଣ ଫୁଟାଇ ଫେରାଇ ଆଣିଲେ ଘରକୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.