ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏ ନେଇ ବିଜେପିର ଘନ ଘନ ବୈଠକ ବସୁଛି । ଆଜି ଉତ୍ତରପ୍ରଦେଶର ବିଜେପି ସାଂସଦମାନେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ ।
ଦୁଇ ଦିନ ଧରି ୟୁପି ସାଂସଦମାନେ ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ବିଧାନସଭା ନିର୍ବାଚନ ନେଇ କଣ ରଣନୀତି ରହିବ ସେ ବିଷୟରେ ଆଲୋଚନା ହେବ । ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦୁଇ ଅତିରିକ୍ତ ମନ୍ତ୍ରୀ ଦିନେଶ ଶର୍ମା ଓ କେଶବ ପ୍ରସାଦ ମୟୂର ବୈଠକରେ ଉପସ୍ଥିତ ରହିବେ ।
ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଲୋକମାନେ ଭୋଗୁଥିବା ସମସ୍ୟାର ସମାଧାନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଏ ନେଇ ଲୋକଙ୍କୁ ସଚେତନ କରାଯିବା ଦରକାର । ଏହା ପୂର୍ବରୁ ଜୁଲାଇ ୧୬ରେ ବିଜେପି ରାଷ୍ଟ୍ରିୟ ଅଧକ୍ଷ ଜେପି ନଡ୍ଡା ୟୁପି କାର୍ଯ୍ୟକାରିଣୀ କମିଟି ସହିତ ବୈଠକ କରିଥିଲେ । ଜୁଲାଇ ୧୮ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ବିଜେପି ମଧ୍ୟରେ ଏକ ବୈଠକ ବସିଥିଲା । ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୭ରେ ୟୁପିରେ ବିଜେପି କ୍ଷମତାରେ ରହିଛି ।
@ANI