ETV Bharat / bharat

UP: ମାୟାବତୀଙ୍କ ଜନ୍ମଦିନରେ କାଟିଥିଲେ ମାଟି କେକ୍‌, 8 ବର୍ଷ ପରେ 3 ଗିରଫ

author img

By

Published : Aug 13, 2023, 6:25 PM IST

ମାୟାବତୀଙ୍କ ଜନ୍ମଦିନରେ କାଟିଥିଲେ ମାଟି କେକ, ବାଣ୍ଟିଥିଲେ ମାଟି ଲଡ଼ୁ । 8 ବର୍ଷ ପରେ 3 ଗିରଫ । ଅଭିଯୁକ୍ତ କହିଲେ ସେ ବିଜେପି କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

UP: ମାୟାବତୀଙ୍କ ଜନ୍ମଦିନରେ କାଟିଥିଲେ ମାଟି କେକ, 8 ବର୍ଷ ପରେ 3 ଗିରଫ

ଲକ୍ଷ୍ନୌ: 8 ବର୍ଷ ପୂର୍ବେ ଏକ ପ୍ରତିବାଦ ସ୍ବରୂପ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଜନ୍ମଦିନରେ ମାଟିରେ ନିର୍ମିତ କରାଯାଇଥିବା କେକ୍‌ କାଟିବା ଏବଂ ମାଟି ଲଡ଼ୁ ବଣ୍ଟନ କରାଯାଇଥିବା ମାମଲାରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ସମ୍ଭଲ ଜିଲ୍ଲାର ସଦର କୋତୱାଲୀ ପୋଲିସ ଗତକାଲି (ଶନିବାର) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନିଜକୁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ବୋଲି କହିବା ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଏଥିରେ ସମାଜବାଦୀ ପାର୍ଟି (ଏସପି) ସାଂସଦ ତଥା ବିଧାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ।

ଗିରଫ 3 ଅଭିଯୁକ୍ତଙ୍କ ମଧ୍ୟରେ ଶକିଲ ଉର୍‌ ରେହମାନ ମଲ୍ଲିକ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା ବୋଲି ଦାବି କରିଛନ୍ତି । ସମ୍ଭଲ ପୋଲିସ ଅଧିକାରୀ ଜିତେନ୍ଦ୍ର କୁମାର କହିଛନ୍ତି, 2015 ମସିହାରେ ସ୍ଥାନୀୟ ଶଙ୍କର କଲେଜ ଛକରେ କିଛି ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ସେମାନେ ମାୟାବତୀଙ୍କ ଜନ୍ମଦିନରେ ମାଟି କେକ କାଟିବା ସହ ମାଟି ଲଡୁ ମଧ୍ୟ ବାଣ୍ଟିଥିଲେ ।

ଏନେଇ ବିଏସପି ନେତା ଅମର ସିଂଙ୍କ ପକ୍ଷରୁ ମୋଟ 8 ଜଣଙ୍କ ବିରୋଧରେ ଏତଲା ଦାୟର କରାଯାଇଥିଲା । ମାମଲା ପଞ୍ଜୀକୃତ ହେବାପରେ ମଧ୍ୟ ଅଭିଯୁକ୍ତମାନେ କୋର୍ଟରୁ ଜାମିନ୍‌ ଆବେଦନ କରିନଥିଲେ କିମ୍ବା କୋର୍ଟରେ ହାଜର ମଧ୍ୟ ହୋଇନଥିଲେ । ଅଦାଲତଙ୍କ ଦ୍ବାରା ବାରମ୍ବାର ନୋଟିସ୍‌ ଜାରି କରାଯିବା ପରେ ସୁଦ୍ଧା ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇନଥିଲେ । ଏବେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଗିରଫ୍‌ ୱାରେଣ୍ଟ ଜାରି କରିଛନ୍ତି । ସମ୍ଭଲ ପୋଲିସ ତିନି ଅଭିଯୁକ୍ତ ଶକିଲ ଉର ରେହମାନ ମଲ୍ଲିକ, ନୁର୍‌ ଖାନ ଏବଂ ଜୁଲଫିକରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ :-ସ୍ବାଧୀନତା ଦିବସ ପୂର୍ବରୁ ସ୍ବାଧୀନ ହେଲା ୟୁପି ପରିବାର, ପାକ୍‌ ଜେଲରେ ବର୍ଷେ କାଟି ଫେରିଲେ ଭାରତ

ସୂଚନା ଅନୁସାରେ, 2011 ସେପ୍ଟେମ୍ବର 28 ତାରିଖରେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ସମ୍ଭଲକୁ ଜିଲ୍ଲା ଭାବେ ଘୋଷଣା କରିଥିଲେ । ଯାହାକି ପୂର୍ବରୁ ମୋରାଦାବାଦର ଏକ ଅଂଶ ଥିଲା । ତିନୋଟି ତହସିଲକୁ ମିଶାଇ ନୂତନ ଜିଲ୍ଲାର ନାମ ଭୀମନଗର ରଖାଗଲା । ସମ୍ଭଲରେ ଜିଲ୍ଲା ମୁଖ୍ୟାଳୟ ସ୍ଥାପନ କରିବା ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । 2012ରେ ସମାଜବାଦୀ ପାର୍ଟି ସରକାର ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବା ପରେ ନିଷ୍ପତ୍ତି ବଦଳିଥିଲା ।

2015 ମସିହାରେ ସମ୍ଭଲକୁ ଜିଲ୍ଲା ମୁଖ୍ୟାଳୟ ଦାବି କରୁଥିବା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ମାୟାବତୀଙ୍କ ଜନ୍ମଦିନରେ ସ୍ଥାନୀୟ ଶଙ୍କର କଲେଜ ଛକରେ ମାଟି କେକ୍‌ କାଟି ଓ ମାଟି ଲଡୁ ବଣ୍ଟି ମାୟାବତୀଙ୍କ ବିରୋଧରେ ପ୍ରତିବାଦ କରିଥିଲେ । ଏହାପରେ ମାମଲା ରୁଜୁ ହୋଇଥିଲା । ହେଲେ ସେତେବେଳେ ଏହି ଗିରଫଦାରୀ କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥବା ବେଳେ ଦୀର୍ଘ 8 ବର୍ଷ ପରେ ଆରେଷ୍ଟ୍‌ ଓ୍ବାରେଣ୍ଟ୍‌ ଜାରି କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.