ETV Bharat / bharat

ସ୍କୁଲ ବହିରେ ତ୍ରୁଟି, ଜାତୀୟ ସଙ୍ଗୀତରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ - ଜାତୀୟ ସଙ୍ଗୀତରୁ ଓଡିଶା ଗାଏବ

ଜାତୀୟ ସଙ୍ଗୀତ 'ଜନଗଣ ମନ ଅଧିନାୟକ'ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ । କଂଗ୍ରେସ କହିଲା ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ଦୁଃଖ ଭୁଲି ପାରିନି ବିଜେପି । ଅଧିକ ପଢନ୍ତୁ

ଜାତୀୟ ସଙ୍ଗୀତରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ
ଜାତୀୟ ସଙ୍ଗୀତରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ
author img

By

Published : Sep 11, 2022, 12:54 PM IST

Updated : Sep 11, 2022, 2:19 PM IST

ଲକ୍ଷ୍ନୌ: ସ୍କୁଲ ବହିରେ ଗୁରୁତର ତ୍ରୁଟି । ଜାତୀୟ ସଙ୍ଗୀତ 'ଜନଗଣ ମନ ଅଧିନାୟକ'ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ(Utkal Bang missing from national anthem) । ପାଠ୍ୟ ବହିରେ ଅଧୁରା ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷ ଲକ୍ଷ ପିଲା । ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଲେଖାଥିବା ଜାତୀୟ ସଙ୍ଗୀତରୁ 'ଉତ୍କଳ-ବଙ୍ଗ' ଧାଡି ଗାଏବ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ତୃତୀୟ ଧାଡିର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ ପରେ କିଛି ଲେଖା ନଥିବା ଦେଖିବାକୁ ମିଳିଛି । ପ୍ରାୟ ସାଢେ ୨ ଲକ୍ଷରୁ ଅଧିକ ବହିରେ ଏହି ତ୍ରୁଟି ରହିଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ତେବେ ଏହାକୁ ପ୍ରିଣ୍ଟିଂ ଜନିତ ତ୍ରୁଟି ବୋଲି କହିଛନ୍ତି ବିଏସଏସ(BSA) ପ୍ରକାଶ ସିଂହ ।

ସ୍କୁଲ ବହିରେ ତ୍ରୁଟି, ଜାତୀୟ ସଙ୍ଗୀତରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ

ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲା(Kaushambi district)ରେ ଥିବା ସରକାରୀ ସ୍କୁଲଗୁଡିକର ପଞ୍ଚମ ଶ୍ରେଣୀ ବହିରେ ଏହି ଭୁଲ୍ ଜାତୀୟ ସଙ୍ଗୀତ ଉଲ୍ଲେଖ ରହିଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଖାପାଖି ୨ ଲକ୍ଷ ପିଲା ପାଠ ପଢୁଛନ୍ତି । ହେଲେ ପଞ୍ଚମ ଶ୍ରେଣୀ ହିନ୍ଦୀ ବହି ପଛ ମଲାଟରେ ଜାତୀୟ ସଙ୍ଗୀତରୁ ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ-ପରେ 'ଉତ୍କଳ-ବଙ୍ଗ' ଧାଡି ଉଭାନ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ସ୍କୁଲ ବହିରେ ଲିଖିତ ଜାତୀୟ ସଙ୍ଗୀତରେ ଏହିଭଳି ସାଙ୍ଘାତିକ ତ୍ରୁଟିକୁ ନେଇ କଂଗ୍ରେସ ଭାରତୀୟ ଜନତା ପାର୍ଟି ସରକାରଙ୍କୁ ଟାର୍ଗେଟ କରିଛି ।

ଏହାମଧ୍ୟ ପଢନ୍ତୁ: ବିଶ୍ବର ଦ୍ବିତୀୟ ଉଚ୍ଚତମ ରାସ୍ତାରେ ୯୦୦ କିମି ବାଇକ୍ ଚଳାଇଲେ କର୍ଣ୍ଣାଟକ ମହିଳା

କଂଗ୍ରେସ ଜିଲ୍ଲା ସଭାପତି ଅରୁଣ ବିଦ୍ୟାର୍ଥୀ(Congress District President Arun Vidyarthi) କହିଛନ୍ତି, '' ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ଦୁଃଖ ବିଜେପି ଭୁଲି ପାରୁନାହିଁ । ସେଥିପାଇଁ ସେ ଜାତୀୟ ସଙ୍ଗୀତରେ ଉତ୍କଳ-ବଙ୍ଗ ଧାଡିଟି ପ୍ରିଣ୍ଟି କରିନି । ଆମେ ଏହା ଉପରେ ଆନ୍ଦୋଳନ କରିବୁ ।'' ଅନ୍ୟପଟେ କୌଶମ୍ବୀ ଜିଲ୍ଲାର ବିଏସଏ ପ୍ରକାଶ ସିଂହ(BSA Prakash Singh କହିଛନ୍ତି,'' ବହିରେ ଥିବା ଜାତୀୟ ସଙ୍ଗୀତରେ ତ୍ରୁଟି ଏହା କେବଳ ପ୍ରିଣ୍ଟିଂ ଜନିତ ଭୁଲ । ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଯାଇ ତଦନ୍ତ କରାଯିବ ।''

Last Updated : Sep 11, 2022, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.