ETV Bharat / bharat

ରାଜସ୍ଥାନରେ ପହଞ୍ଚିଲା ଆମେରିକା ସେନା, 8ରୁ ମିଳିତ ଯୁଦ୍ଧାଭ୍ୟାସ - us india joint exercise

ଭାରତ ଓ ଆମେରିକା ସୈନଙ୍କ ମଧ୍ୟରେ ମିଳିତ ସମରାଭ୍ୟାସ ହେବାକୁ ଥିବାବେଳେ ଶନିବାର ରାଜସ୍ଥାନରେ ପହଞ୍ଚିଛି ଆମେରିକା ସେନା । ଅଧିକ ପଢନ୍ତୁ....

ରାଜସ୍ଥାନରେ ପହିଞ୍ଚିଲା ଆମେରିକା ସେନା , 8ରୁ ମିଳିତ ଯୁଦ୍ଧାଭ୍ୟାସ

author img

By

Published : Feb 6, 2021, 8:24 PM IST

ଜୟପୁର: ଭାରତ ଓ ଆମେରିକା ସୈନଙ୍କ ମଧ୍ୟରେ ମିଳିତ ସମରାଭ୍ୟାସ ହେବାକୁ ଥିବାବେଳେ ଶନିବାର ରାଜସ୍ଥାନରେ ପହଞ୍ଚିଛି ଆମେରିକା ସେନା । ରାଜସ୍ଥାନର ମହାଜନ ଫାଏରିଂ ରେଞ୍ଜରେ ଆମେରିକା ସେନା ପହଞ୍ଚିବା ପରେ ସାମରିକ ପରମ୍ପରା ଅନୁଯାୟୀ ଭାରତୀୟ ସେନା ଆମେରିକା ସେନାକୁ ସ୍ବାଗତ କରିଥିବା ଜଣାପଡିଛି । ଉଭୟ ଦେଶର ସାମରିକ ଅଧିକାରୀ ଓ ସୈନ୍ୟଙ୍କ ମଧ୍ୟରେ ଔପଚାରିକ ତଥା ସୌଜନ୍ୟ ମୂଳକ ସାକ୍ଷାତ ମଧ୍ୟ ହୋଇଛି । ସୋମବାରଠାରୁ ଦୁଇ ଦେଶର ସେନା ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ଆରମ୍ଭ ହେବାକୁ ଯାଉଛି ।

ରାଜସ୍ଥାନରେ ପହିଞ୍ଚିଲା ଆମେରିକା ସେନା , 8ରୁ ମିଳିତ ଯୁଦ୍ଧାଭ୍ୟାସ
ରାଜସ୍ଥାନରେ ପହିଞ୍ଚିଲା ଆମେରିକା ସେନା , 8ରୁ ମିଳିତ ଯୁଦ୍ଧାଭ୍ୟାସ

ମରୁଭୂମି ଅଞ୍ଚଳରେ କିପରି ଶତ୍ରୁପକ୍ଷର ଷଡଯନ୍ତ୍ରକୁ ମାତ ଦେଇ ହେବ ତାର ମିଳିତ ଅଭ୍ୟାସ କରିବେ ଦୁଇ ଦେଶର ସେନା । ଏହା ହେଉଛି 2004 ମସିହାରେ ଆରମ୍ଭ ହୋଇଥିବା ଇଣ୍ଡୋ-ଆମେରିକା ଦ୍ବିପାକ୍ଷିକ "ଯୁଦ୍ଧ ଅଭ୍ୟାସ -20" ଷୋଡ଼ଶ ସଂସ୍କରଣ । ମିଳିତ ବ୍ୟାୟାମର ପୂର୍ବ ସଂସ୍କରଣ ଆମେରିକାର ସିଆଟେଲରେ ଅନୁଷ୍ଠିତ ହୋଇଥିଲା। ଜାତିସଂଘର ନିର୍ଦ୍ଦେଶ ଅନୁଯାୟୀ ମରୁଭୂମି ଅଞ୍ଚଳରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଉପରେ ଏହି ଦ୍ବୀପାକ୍ଷିକ ଯୁଦ୍ଧ ଅଭ୍ୟାସ ସହାୟକ ହେବ ବୋଲି କହାଯାଉଛି ।

ଅଭ୍ୟାସ ସମୟରେ ଦୁଇ ଦେଶର ମିଳିତ ସାମରିକ ଯୋଜନା, ଅପରେସନ୍, ମିଳିତ କୌଶଳ ଆଦାନପ୍ରଦାନ ସହ ଅଭ୍ୟାସକୁ ସଫଳ କରିବା ପାଇଁ ଫିଲ୍ଡ କମାଣ୍ଡର ଏବଂ ସୈନିକମାନେ ଅଭ୍ୟାସ କରିବେ । ଏହି ଅଭ୍ୟାସ ଭାରତ ଏବଂ ଆମେରିକା ମଧ୍ୟରେ ସର୍ବ ବୃହତ ସାମରିକ ତାଲିମ ଏବଂ ପ୍ରତିରକ୍ଷା ସହଯୋଗ ପ୍ରୟାସ ମଧ୍ୟରୁ ଅନ୍ୟତମ ବୋଲି ମଧ୍ୟ ବିଚାର କରାଯାଉଛି । ଏହି ମିଳିତ ଅଭ୍ୟାସ ହେଉଛି ଦୁଇଦେଶ ମଧ୍ୟରେ ମିଳିତ ସାମରିକ ପଦକ୍ଷେପ, ଯାହା ଭାରତ-ଆମେରିକା ସମ୍ପର୍କର ସ୍ଥିର ଅଭିବୃଦ୍ଧିକୁ ସୃଦୃଢ କରିପାରିବ ବୋଲି ମଧ୍ୟ ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.