ETV Bharat / bharat

ବିମାନ ବନ୍ଦରରେ ଗିରଫ ହେଲେ ଜଣେ ଆମେରିକୀୟ, ପାଖରେ ଥିଲା ସାଟେଲାଇଟ ଫୋନ

ପଶ୍ଚିମବଙ୍ଗ ବାଗଦୋରା ବିମାନ ବନ୍ଦରରୁ ସାଟେଲାଇଟ ଫୋନ ସହ ଆମେରିକୀୟ ଯୁବକଙ୍କୁ ଗିରଫ କଲା ପୋଲିସ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

author img

By

Published : Jan 21, 2023, 7:48 PM IST

ପଶ୍ଚିମବଙ୍ଗରୁ ସାଟେଲାଇଟ ଫୋନ ସହ ଜଣେ ଆମେରିକୀୟ ଗିରଫ

ହାଇଦ୍ରାବାଦ: ପଶ୍ଚିମବଙ୍ଗର ବାଗଦୋରା ବିମାନ ବନ୍ଦରରୁ ସାଟେଲାଇଟ ଫୋନ ସହ ଜଣେ ଆମେରିକୀୟ ନାଗରିକଙ୍କୁ ଗିରଫ କରାଯାଇଛି । ବାଗଦୋରାରୁ ନୂଆଦିଲ୍ଲୀ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା 3 ଆମେରିକୀୟ ନାଗରିକଙ୍କୁ ଯାଞ୍ଚ ବେଳେ ଜଣେ ଆମେରିକୀୟଙ୍କ ନିକଟରେ ଏକ ଅତ୍ୟାଧୁନିକ ସାଟେଲାଇଟ୍‌ ଫୋନ ପାଇଥିଲେ ସିଆଇଏସଏଫ ଯବାନ । ପରେ ତାଙ୍କୁ ଅଟକ ରଖି ଜେରା କରାଯିବା ସହ ସ୍ଥାନୀୟ ପୋଲିସକୁ କେନ୍ଦ୍ରୀୟ ସୁରକ୍ଷା ବଳ ହସ୍ତାନ୍ତର କରିଥିଲା । ବିଦେଶୀ ନାଗରିକଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଗତକାଲି ଘଟିଛି । ବିମାନ ବନ୍ଦରରେ ଏହି 3ଜଣ ଆମେରିକୀୟ ଯୁବକ ପ୍ରବେଶ କରିଥିଲେ । ସେମାନେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାର ଥିବା ବିମାନରେ ବୋଡିଂ କରିବାର ଥିଲା । ତେବେ ଚେକିଂ ପଏଣ୍ଟରେ ସେମାନଙ୍କ ଲଗେଜ ଚେକିଂ ବେଳେ ସିଆଇଏସଏଫ ଯବାନମାନେ ସେଥିମଧ୍ୟରୁ ଜଣଙ୍କ ବ୍ୟାଗରେ ଏକ ଅତ୍ୟାଧୁନିକ ବୈଦ୍ୟୁତିକ ସରଞ୍ଜାମ ଦେଖିବାକୁ ପାଇଥିଲେ । ଏହାକୁ ଯାଞ୍ଚ କରିବା ପରେ ଏହା ଏକ ସାଟେଲାଇଟ୍‌ ଫୋନ ବୋଲି ଜଣାପଡିଥିଲା ।

ତେବେ ବିନା କୌଣସି ନିର୍ଦ୍ଦିଷ୍ଟ କାରଣ ସମ୍ପର୍କିତ ଅନୁମତି ବିନା ସାଟେଲାଇଟ ଫୋନ ବ୍ୟବହାର ଓ କ୍ୟାରି କରିବା ଭାରତରେ ବେଆଇନ ହୋଇଥିବା କାରଣରୁ ତାଙ୍କୁ ଅଟକ ରଖାଯାଇ ଜେରା କରାଯାଇଥିଲା । ତେବେ ଉକ୍ତ ବିଦେଶୀ ନାଗରିକଙ୍କ ଠାରୁ ସନ୍ତୋଷଜନକ ଉତ୍ତର କିମ୍ବା କୌଣସି ବୈଧ କାଗଜପତ୍ର ମଧ୍ୟ ମିଳିନଥିଲା । ପରେ ସମ୍ପୃକ୍ତ ବିଦେଶୀ ଯୁବକଙ୍କୁ ଏୟାର ପୋର୍ଟ ସୁରକ୍ଷାରେ ଥିବା କେନ୍ଦ୍ରୀୟ ଫୋର୍ସ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ । ତାଙ୍କୁ ଗିରଫ କରାଯାଇ ଜେରା କରାଯାଉଥିବା ସୂଚନା ମିଳିଛି ।

ଗିରଫ ହୋଇଥିବା ବିଦେଶୀ ନାଗରିକଙ୍କ ପାସପୋର୍ଟ ସମେତ ଅନ୍ୟ କାଗଜପତ୍ର ଓ ଭାରତରେ ତାଙ୍କର ଭ୍ରମଣ ରେକର୍ଡ ଯାଞ୍ଜ କରୁଛି ପୋଲିସ । ତେବେ ସେ କେବେ ଭାରତ ଆସିଥିଲେ , କେଉଁ କାରଣ ପାଇଁ ଆସିଥିଲେ, ତାଙ୍କ ସହ ଆଉ କେଉଁମାନେ ଥିଲେ, କେଉଁ କେଉଁ ସହର ପରିକ୍ରମା କରି ସେ ବଙ୍ଗ ଓ ପରେ ଦିଲ୍ଲୀ ଯାଉଥିଲେ ? ଏସମ୍ପର୍କିତ ସମସ୍ତ ଦିଗକୁ ନେଇ ପୋଲିସ ତାର ତଦନ୍ତ ଚଳାଇଛି । ତେବେ ପ୍ରାଥମିକ ଭାବେ ଏହି ବିଦେଶୀ ନାଗରିକଜଣଙ୍କ ଏକ ସାଟେଲାଇଟ ଫୋନ ସପ୍ଲାଏର୍ସ କମ୍ପାନୀରେ କାର୍ଯ୍ୟରତ ଥିବା ଓ 12 ତାରିଖରେ ଭାରତ ଆସିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.