ETV Bharat / bharat

'ଆମେରିକାରେ ସମ୍ପୂର୍ଣ୍ଣ ଟୀକାକରଣ ପରେ ମାସ୍କ ପିନ୍ଧିବା ଅନାବଶ୍ୟକ'

ଆମେରିକାରେ ସମ୍ପୂର୍ଣ୍ଣ ଟିକା ନେଇସାରିଥିବା ବ୍ୟକ୍ତିକୁ ମାସ୍କ ପିନ୍ଧିବା ଅନାବଶ୍ୟକ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

'ଆମେରିକାରେ ସମ୍ପୂର୍ଣ୍ଣ ଟୀକାକରଣ ପରେ ମାସ୍କ ପିନ୍ଧିବା ଅନାବଶ୍ୟକ'
'ଆମେରିକାରେ ସମ୍ପୂର୍ଣ୍ଣ ଟୀକାକରଣ ପରେ ମାସ୍କ ପିନ୍ଧିବା ଅନାବଶ୍ୟକ'
author img

By

Published : May 14, 2021, 9:29 AM IST

ୱାଶିଂଟନ: ଆମେରିକାକୁ ମହାମାରୀ ଲଢେଇ ବିରୋଧରେ ମିଳିଛି ବଡ ସଫଳତା । ମହାମାରୀର ପୂର୍ବ ଅବସ୍ଥାକୁ ଗତି କରୁଛି ଦେଶ । ଆମେରିକାରେ ସମ୍ପୂର୍ଣ୍ଣ ଟୀକାକରଣ ପରେ ଆଉ ଦରକାର ନାହିଁ ମାସ୍କ ପରିଧାନ । ଟିକା ନେବା ପରେ ଘର ବାହାରେ କିମ୍ବା ଭିତରେ ଟିକା ପିନ୍ଧିବା ଆଉ ଆବଶ୍ୟକ ନଥିବା ସହିତ ଦେଶ ପାଇଁ ଆଜି(ଗୁରୁବାର) ଏକ ବଡ ଦିନ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

'ଆମେରିକାରେ ସମ୍ପୂର୍ଣ୍ଣ ଟୀକାକରଣ ପରେ ମାସ୍କ ପିନ୍ଧିବା ଅନାବଶ୍ୟକ'

ବାଇଡେନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ନିଜ ସହକର୍ମୀଙ୍କ ସହିତ ବିନା ମାସ୍କରେ ପହଞ୍ଚିଥିଲେ । କୋରୋନା ମହାମାରୀ ବିରୋଧରେ ଦେଶକୁ ମିଳିଥିବା ସଫଳତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଥିଲେ । ଏହାସହିତ ଯେଉଁ ନାଗରିକ ଟିକା ନେଇସାରିଛନ୍ତି ସେମାନେ ଘର ବାହାରେ କିମ୍ବା ଭିତରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି କହିବା ସହିତ ଟିକା ନେଇନଥିବା ନାଗରିକଙ୍କୁ ଟିକା ନେବା ପାଇଁ ଆହ୍ବାନ କରିଥିଲେ । ସମ୍ପୂର୍ଣ୍ଣ ଟିକା ନିଅ ନଚେତ ମାସ୍କ ପିନ୍ଧ ବୋଲି ବାଇଡେନ କହିଥିଲେ ।

ଦେଶରେ ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ବସ, ବିମାନରେ ଯାତ୍ରା, ହସ୍ପିଟାଲ, ଧର୍ମାନୁଷ୍ଠାନଗୁଡିକରେ ଏବେ ମଧ୍ୟ ମାସ୍କ ପିନ୍ଧିବା କଟକଣାକୁ ବଳବତ୍ତର ରଖିଛନ୍ତି ସରକାର । ଏହାସହିତ ସମ୍ପୂର୍ଣ୍ଣ ଟୀକାକରଣ ସରିଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ନାହିଁ ବୋଲି ମଧ୍ୟ କୁହାଯାଇଛି । ଅନ୍ୟପଟେ ଦେଶରେ ଖୁବଶୀଘ୍ର କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଖୋଲିବାର ପଥ ପରିଷ୍କାର ହୋଇଛି । ଏହି ଦିନକୁ ଦେଶ କେବେଠୁ ଅପେକ୍ଷା କରିଥିଲା ବୋଲି ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ରସେଲ ୱଲେନସ୍କି କହିଛନ୍ତି ।

ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ପରେ ଏହି ସୁଫଳ ମିଳିଛି ବୋଲି ଜଣାପଡିଛି । ଦେଶବାସୀ ପ୍ରଥମ ଡୋଜ ଟିକା ନେବା ପରେ ଏହାର ପ୍ରଭାବ ପରିଲକ୍ଷିତ କରିବା ପରେ ସମ୍ପୂର୍ଣ୍ଣ ଟିକା ନେଇଥିଲେ । ଆମେରିକାରେ ବର୍ତ୍ତମାନ କୋରୋନା ସଂକ୍ରମଣ ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି । ଦେଶବାସୀ ଟିକା ନେବା ପରେ ବହୁ ସମୟ ବ୍ୟବଧାନରେ ସାଧାରଣ ଜୀବନ ଜୀଇଁବାର ସମୟ ଆସିଲ ବୋଲି ୱଲେନସ୍କି କହିଛନ୍ତି ।

ସେପଟେ ବିନା ମାସ୍କରେ ଘରୁ ବାହାରିବାକୁ ଆମେରିକାବାସୀଙ୍କ ମନରେ ଭୟ ଦେଖାଦେଉଛି । କାରଣ ତାଙ୍କ ନିକଟରେ ରହିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଟିକା ନେଇସାରିଛି କି ନାହିଁ ସେମାନେ ଜାଣିନଥିବାରୁ ଏଭଳି ଭୟ ଉପୁଜୁଛି ବୋଲି କିଛି ଆମେରିକାବାସୀ କହିଛନ୍ତି । ଦେଶରେ ସମ୍ପୂର୍ଣ୍ଣ ଟୀକାକରଣ ସଂକ୍ରମଣକୁ କମାଇବ ବୋଲି ଆମେରିକା ଓ ଇସ୍ରାଏଲ ପ୍ରମାଣ କରିଛନ୍ତି ବୋଲି ୱଲେନସ୍କି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.