ନୂଆଦିଲ୍ଲୀ: ଭାରତୀୟଙ୍କୁ ଚେତାଇଲା ଆମେରିକା । ବଢୁଥିବା ସଂକ୍ରମଣକୁ ଦେଖି ଭାରତୀୟଙ୍କ ପାଇଁ ଟ୍ରାଭେଲ ଆଡଭାଇଜାରୀ କରିଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକାରଣ କେନ୍ଦ୍ର(ସିଡିସି) । ଆବଶ୍ୟକ ନଥିଲେ ଭାରତ ଗସ୍ତ କରନ୍ତୁ ନାହିଁ ବୋଲି ସିଡିସି ପରାମର୍ଶ ଦେଇଛି ।
କୋରୋନାର ଦ୍ବିତୀୟ ଲହରୀ ମାରାତ୍ମକ ଭାବେ ମାଡି ଚାଲିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତି ଭାରତ ଯିବା ଉଚିତ ନୁହେଁ । ଟିକା ନେଇଥିଲେ ମଧ୍ୟ ସଂକ୍ରମଣ ଆଶଙ୍କା ରହୁଛି । ବିଭିନ୍ନ ପ୍ରକାରର ମ୍ୟୁଟେସନରେ ସଂକ୍ରମଣ ହୋଇ ତାର ପ୍ରସାର କରିପାରନ୍ତି । ତେଣୁ ଭାରତୀୟଙ୍କୁ ଦେଶ ଛାଡି ଯିବା ଉଚିତ ନୁହେଁ ବୋଲି ସିଡିସି କହିଛି ।
ଆମେରିକା ବିଦେଶ ବିଭାଗ ସୋମବାର ଏକ ବୟାନ ଜାରି କରିଥିଲା । ଅନେକ ଦେଶରେ ସଂକ୍ରମଣ ଅଧିକ ବିପଦଜନକ ହୋଇପାରେ । ଅନ୍ୟ ଦେଶକୁ ଯାତ୍ରା କରିବା ପୂର୍ବରୁ କେତେକ ଦେଶରେ ‘ଯାତ୍ରା କରନ୍ତୁ ନାହିଁ’ ଏକ ଆଡଭାଇଜାରୀ ଜାରି କରିଛନ୍ତି । 80 ପ୍ରତିଶତ ଦେଶରେ କୋଭିଡ ମହାମାରୀ କାରଣରୁ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି ।
ଭାରତର ସ୍ଥିତି ଦେଖି ଆମେରିକା ପୂର୍ବରୁ ବ୍ରିଟେନ ଭାରତୀୟ ନାଗରିକଙ୍କ ପ୍ରତି କୋଠର ହୋଇଛି । ବ୍ରିଟେନରେ ଭାରତୀୟଙ୍କୁ ରେଡ ତାଲିକାରେ ରଖାଯାଇଛି । ଭାରତୀୟଙ୍କୁ ବ୍ରିଟେନ ଆସିବା ମନା କରିଛି ।