ETV Bharat / bharat

ତରକାରୀରେ ଟମାଟୋ ପକାଇଲେ ସ୍ୱାମୀ, ରାଗରେ ଘର ଛାଡ଼ିଦେଲେ ସ୍ତ୍ରୀ

author img

By

Published : Jul 13, 2023, 7:01 PM IST

ପାରିବାରିକ କଳହର କାରଣ ସାଜିଛି ଟମାଟୋ । ତରକାରୀରେ ଟମାଟୋ ପକାଇବାରୁ ଘର ଛାଡି ଦେଇଛି ସ୍ତ୍ରୀ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରୁ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଟମାଟୋ ପାଇଁ  ରାଗରେ ଘର ଛାଡ଼ିଦେଲେ ସ୍ତ୍ରୀ
ଟମାଟୋ ପାଇଁ ରାଗରେ ଘର ଛାଡ଼ିଦେଲେ ସ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଟିଫିନ ସେଣ୍ଟର କରିଥିବା ଜଣେ ବ୍ୟକ୍ତିଙ୍କୁ ଖାଦ୍ୟରେ ଟମାଟୋ ପକାଇବା ମହଙ୍ଗା ପଡିଛି । ଯାହାକୁ ନେଇ କଳହ ହେବା ପରେ ଘର ଛାଡି ଚାଲିଯାଇଛନ୍ତି ପତ୍ନୀ । ଏହା ପରେ ଘରୋଇ କଳହ ଥାନାରେ ପହଞ୍ଚିଛି । ଧନପୁରୀ ଥାନା ଅଞ୍ଚଳରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ମହଙ୍ଗା ମାଡ଼କୁ ନେଇ ଚର୍ଚ୍ଚାରେ ଥିବା ଟମାଟୋ ପାରିବାରିକ ଜୀବନରେ ଫାଟ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଟିଫିନ ସେଣ୍ଟର କରିଥିବା ସଞ୍ଜୀବ ଗ୍ରାହକଙ୍କ ପାଇଁ ପ୍ରତିଦିନ ଭଳି ଟିଫିନ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ ରହିଥିବାରୁ ଖାଦ୍ୟରେ ଟମାଟୋର ବ୍ୟବହାର କରିବାକୁ ସଞ୍ଜୀବଙ୍କ ପତ୍ନୀ ଆରତୀ ବାରଣ କରିଥିଲେ । ହେଲେ ପତ୍ନୀଙ୍କ ଉପଦେଶକୁ ନମାନି ସଞ୍ଜୀବ ତରକାରୀରେ ଟମାଟୋ ପକାଇଥିଲେ। ଏହା ଜାଣିବା ପରେ ଆରତୀଙ୍କ ରାଗ ଜର୍ଜରିତ ହୋଇ ସଞ୍ଜୀବଙ୍କୁ ଗାଳି କରିବା ସହ ଘର ଛାଡି ଚାଲିଯାଇଛନ୍ତି । ତେବେ ଆରତୀ ଶାଶୁଘର ଛାଡି ଉମରିଆରେ ରହୁଥିବା ନିଜ ଭଉଣୀଙ୍କ ଘରକୁ ଚାଲି ଯାଇଛନ୍ତି ।

ଅପରପକ୍ଷେ, ଆରତୀଙ୍କୁ ମନାଇବାକୁ ଲାଗି ପଡିଛନ୍ତି ସଞ୍ଜୀବ। ଆଉ ଜୀବନରେ କେବେ ବି ଖାଦ୍ୟ ପଦାର୍ଥରେ ଟମାଟୋର ବ୍ୟବହାର ନକରିବାକୁ ଶପଥ ନେଇଛନ୍ତି । ଯାହାକି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଟମାଟୋକୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ଖବର ଆସୁଥିବାବେଳେ ଘରୋଇ କଳହର ଏଭଳି ଅଜବ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟମାଟୋ ଯେ କାହାର ଘର ଭାଙ୍ଗିବାର କାରଣ ହୋଇପାରେ, ତାହା ସମସ୍ତଙ୍କୁ ଚକିତ କରିଛି ।

ଏହା ମଧ୍ୟ ପଢନ୍ତୁ...ବିକ୍ରି ପାଇଁ ଟମାଟୋ ଷ୍ଟକ୍‌ ରଖିଥିଲେ ବ୍ୟବସାୟୀ, ଚୋରି କରି ନେଲେ ଦୁର୍ବୃତ୍ତ

ଘଟଣାକୁ ନେଇ ପତ୍ନୀ ଆରତୀଙ୍କୁ ଫେରାଇ ଆଣିବାକୁ ସଞ୍ଜୀବ ଥାନାରେ ପହଞ୍ଚିଛନ୍ତି । ସେଠାରେ ଥିବା ଥାନା ଅଧିକାରୀଙ୍କୁ ସେ ଘଟଣା ସମ୍ପର୍କରେ କହିବା ସହ ଆରତୀଙ୍କୁ ଫେରାଇ ଆଣିବାକୁ ସହାୟତା ଲୋଡିଥିବା ସୂଚନା ଦେଇଛନ୍ତି ଧନପୁରୀ ଥାନା ଅଧିକାରୀ ସଞ୍ଜୟ ଜୈସୱାଲ । ପୂର୍ବରୁ କିଲୋପ୍ରତି 20 ଟଙ୍କାରେ ମିଳୁଥିବା ଟମାଟୋ ଏବେ 100ରୁ 150ଟଙ୍କା ପହଞ୍ଚିଥିବାବେଳେ ଏହାକୁ ନେଇ ପ୍ରତି ଦିନ ନୂଆ ନୂଆ ଖବର ସାମନାକୁ ଆସୁଛି ।

କେତେବେଳେ ଟମାଟୋ ଚୋରି ହେଉଛି ତ କେତେବେଳେ ଟମାଟୋ ଚାଷୀଙ୍କ ହତ୍ୟା କରାଯାଉଛି । ଏବେ ଟମାଟୋ ଘରୋଇର କାରଣ ମଧ୍ୟ ସାଜିଥିବା ଜଣାପଡିଛି । ଏହାରି ଭିତରେ ଗରିବ ତଥା ମଧ୍ୟବିତ ଲୋକଙ୍କ ହାଣ୍ଡିଶାଳ ଟମାଟୋ ଶୂନ୍ୟ ପାଲଟିଛି । ତେଣୁ ନିତିଦିନିଆ ଖାଦ୍ୟରେ ବ୍ୟବହୃତ ଟମାଟୋର ଦର କିପରି ହ୍ରାସ ପାଇବ ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.