ETV Bharat / bharat

ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ରେଜଲ୍ଡ

author img

By

Published : Oct 30, 2021, 10:37 AM IST

ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ପରୀକ୍ଷା ଫଳ । UPSC ଓ୍ବେବ ସାଇଟରେ ରେଜଲ୍ଡ ଦେଖିପାରିବେ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ରେଜଲ୍ଡ
ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ରେଜଲ୍ଡ

ନୂଆଦିଲ୍ଲୀ: ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ପରୀକ୍ଷା ଫଳ । ଏନେଇ ଗତକାଲି କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା UPSC ପକ୍ଷରୁ ଓ୍ବେବ ସାଇଟରେ ଫଳ ପ୍ରକାଶ ପାଇଥିବା ନେଇ ଘୋଷଣା କରାଯାଇଛି । ପରୀକ୍ଷାର୍ଥୀମାନେ upsc.gov.inରୁ ପରୀକ୍ଷା ଫଳ ଜାଣିପାରିବେ । ଗତ ୨୦୨୧ ଅକ୍ଟୋବର ୧୦ରେ ହୋଇଥିଲା ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ।

ଚଳିତ ବର୍ଷ ଦେଶର ୮୩ଟି ସହରରେ UPSC-୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ଅର୍ଥାତ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ତେବେ କୋରୋନା ସଂକ୍ରମଣ ଯୋଗୁଁ ଜୁନ୍ ୨୭ରେ ହେବାକୁ ଥିବା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷାକୁ ସ୍ଥଗିତ ରଖାଯିବା ପରେ ଅକ୍ଟୋବର ୧୦ରେ ଅନୁଷ୍ଠିତ ହୋଇଥିଲା ।

୩ଟି ପର୍ଯ୍ୟାୟ ଯଥା ପ୍ରିଲିମ, ମେନ୍‌ ଓ ସାକ୍ଷାତକାର ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ଆୟୋଜିତ କରିଥାଏ ୟୁପିଏସସି । ଏହି ପରୀକ୍ଷା ଜରିଆରେ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ବୈଦେଶିକ ସେବା(IFS) ଓ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କୁ ଚୟନ କରାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.