ETV Bharat / bharat

2024ରେ କ୍ଷମତାକୁ ଆସିପାରେ UPA-3: କପିଲ ଶିବଲ - ବରିଷ୍ଠ ରାଜନେତା କପିଲ ଶିବଲ

2024ରେ କ୍ଷମତାକୁ ଫେରିପାରେ UPA-3 । ପିଟିଆଇକୁ ପ୍ରତିକ୍ରିୟା ଦେଇ ଏପରି ଅନୁମାନ ଦର୍ଶାଇଲେ ବରିଷ୍ଠ ରାଜନେତା କପିଲ ଶିବଲ । କହିଲେ, ବିଜେପିକୁ ହରାଇବା ସମ୍ଭବ କିନ୍ତୁ, ପ୍ରାର୍ଥୀ ଚୟନ କରିବା ବେଳେ ବଜାୟ ରଖିବାକୁ ହେବ ଆପସ ସହମତି । ଅଧିକ ପଢନ୍ତୁ

2024 ରେ କ୍ଷମତାକୁ ଆସିପାରେ UPA-3: କପିଲ ଶିବଲ

author img

By

Published : Jun 19, 2023, 6:42 AM IST

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ପୂର୍ଣ୍ଣବହୁମତରେ ସରକାର ଗଠନ କରିବ ବୋଲି ଦାବି କରୁଛି । ବିରୋଧୀ ମଧ୍ୟ ମିଳିତ ଲଢେଇ ପାଇଁ ଅଣ୍ଟା ଭିଡୁଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ରାଜନେତା ତଥା କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ଯାଇଥିବା କପିଲ ଶିବଲ ଭିନ୍ନ ଇସାରା ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କେନ୍ଦ୍ରରେ ଦୁଇଟି ପୂର୍ଣ୍ଣକାଳୀନ ସରକାରରେ ଥିବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ UPAର ତୃତୀୟ ସଂସ୍କରଣ UPA-3 ମଧ୍ୟ 2024ରେ କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭବନା ରହିଛି । ଶିବଲ କହିଛନ୍ତି, ଯଦି ବିରୋଧୀ ଦଳଗୁଡିକର ସାଧାରଣ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଥିବା ଗୋଟିଏ ଏଜେଣ୍ଡା ସହ ଏକାଠି ହୋଇପାରିବେ ତେବେ ଏହା ସମ୍ଭବ ହେବାରେ କୌଣସି ପ୍ରମୁଖ ଆହ୍ବାନ ନାହିଁ ।

ଜାତୀୟ ଖବର ସରବରାହ ସଂସ୍ଥା PTIକୁ ପ୍ରତିକ୍ରିୟା ଦେଇ ଶିବଲ ଏହା କହିଛନ୍ତି । ଯଦି କୌଣସି ଆସନର ବିଜେପି ବିରୋଧରେ ମିଳିତ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଚୟନରେ ଗମ୍ଭୀର ମତଭେଦ ଥାଏ ପ୍ରଶ୍ନରେ ଶିବଲ କହିଥିଲେ, କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳମାନେ ପ୍ରଭାବଶାଳୀ । ଯେପରିକି ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା, ମଧ୍ୟ ପ୍ରଦେଶ, ଛତିଶଗଡରେ କଂଗ୍ରେସ ହିଁ ବିଜେପି ବିରୋଧରେ ପ୍ରମୁଖ ବିରୋଧୀ ଦଳ । ସେଠାରେ ପ୍ରାର୍ଥୀ ଚୟନ କରିବାରେ କୌଣସି ପ୍ରମୁଖ ଆହ୍ବାନ ରହିବ ନାହିଁ । ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ହିଁ ବିଜେପି ବିରୋଧରେ ପ୍ରମୁଖ ରାଜନୈତିକ ଦଳ । ସେଠାରେ ମଧ୍ୟ ସେମିତି କିଛି ପ୍ରମୁଖ ସମସ୍ୟା ରହିବ ନାହିଁ । ତାମିଲନାଡୁରେ ମଧ୍ୟ କଂଗ୍ରେସ ଓ ଶାସକ DMK ମଧ୍ୟରେ ଆସନ ବୁଝାମଣା ନେଇ ସେମିତି କିଛି ବଡ ମତଭେଦ ମଧ୍ୟ ନାହିଁ । ତେଣୁ ଏହି ସାମୁଖ୍ୟ ଗଠନ ହେବାରେ ସେପରି କିଛି ପ୍ରମୁଖ ସମସ୍ୟା ମଧ୍ୟ ନଥିବା ସେ କହିଛନ୍ତି ।

ବିଜେପି ପରାସ୍ତ କରାଯାଇପାରିବ: -

ବିଜେପିକୁ ସାଧାରଣ ନର୍ବାଚନରେ ପରାଜିତ କରିବା ସମ୍ଭବ । କର୍ଣ୍ଣାଟକରେ ବିଜେପିକୁ ପରାସ୍ତ କରି କଂଗ୍ରେସ ସରକାର ଗଠନ କରିପାରିଲା । ଏହା ଏକ ଉଦାହରଣ ଯେ, 2024ରେ ମଧ୍ୟ ସେପରି କିଛି ହେବା ସମ୍ଭବ । ହେଲେ ଆସନରେ ଟିକେଟ ବଣ୍ଟନ ବେଳେ ବିରୋଧୀ ଦଳମାନଙ୍କୁ ବୁଝମାଣା କରିବାକୁ ହେବ । ଯେଉଁ ନିର୍ଦ୍ଦିଷ୍ଟ ଆସନରେ ଏକାଧିକ ଦଳର ଆଶାୟୀ ପ୍ରାର୍ଥୀ ରହିଛନ୍ତି । ସେ କ୍ଷେତ୍ରରେ ନିଜ ଭିତରେ ବୁଝାମଣା କରିପାରିଲେ ବିଜେପି ବିରୋଧୀ ଲଢେଇ ସମ୍ଭବ ହୋଇପାରିବ ।

ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ କେନ୍ଦ୍ରରେ 2004 ରୁ 2009 ଓ 2009 ରୁ 2014 ପର୍ଯ୍ୟନ୍ତ ଦୁଇଟି ପୂର୍ଣ୍ଣକାଳୀନ ସରକାର ଚଳାଇବାରେ ସଫଳ ହୋଇଥିଲା । ଫଳାଫଳ ଆସିବା ପରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ଦୁଇଟି ସରକାରରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ । ବିଜେପିର ବରିଷ୍ଠ ନେତା ତଥା ପୂର୍ବର ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ଥିବା ଲାଲକୃଷ୍ଣ ଆଡଭାନୀଙ୍କୁୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରି ବିଜେପି ନିର୍ବାଚନ ଲଢିଥିଲେ ମଧ୍ୟ କ୍ଷମତା ହାସଲ କରିପାରନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.