ETV Bharat / bharat

ବିବାହର 2 ଦିନ ପରେ ପ୍ରେମିକ ସହ ଗପୁଥିଲେ ନବବଧୂ, ଏସିଡ୍‌ ପକାଇଦେଲେ ଶାଶୁଘର

ବିବାହର ଦୁଇ ଦିନ ପରେ ନବବଧୂକୁ ଏସିଡ୍‌ ମାଡ । ପ୍ରେମିକ ସହ ଗପିବାରୁ ହତ୍ୟା ଉଦ୍ୟମ କଲେ ବାପା ଓ ଦିଅର । ଅଧିକ ପଢନ୍ତୁ

author img

By

Published : Apr 28, 2023, 10:31 AM IST

acid attack in bareily
acid attack in bareily

ଲକ୍ଷ୍ନୌ: ବିବାହକୁ ମାତ୍ର 2 ଦିନ ହୋଇଥିଲା । କିନ୍ତୁ ପ୍ରେମିକକୁ ଭୁଲି ପାରିନଥିଲେ ନବବଧୂ । ଫୋନରେ ବାରମ୍ବାର ବାର୍ତ୍ତାଳାପ କରିବାରୁ ନୂଆ ବୋହୂର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ ଶାଶୁଘର ଲୋକେ । ପରେ ଖବର ଯାଇ ପହଞ୍ଚିଥିଲା ଝିଅର ବାପାଙ୍କ ପାଖରେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ଉପରେ ଏସିଡ ଫୋପାଡିଲେ ତାଙ୍କ ବାପା ଓ ଦିଅର । ଗୁରୁତର ଅବସ୍ଥାରେ ଜଙ୍ଗଲ ରାସ୍ତାରୁ ଉଦ୍ଧାର ହେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲିରେ । ମହିଳା ଜଣଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିବା ପରେ 2 ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ୟମ ଦର୍ଶାଇ ଗିରଫ କରାଯାଇଛି । ଗତ 25 ତାରିଖ ଦିନ ଆଗ୍ରାସ ଗ୍ରାମର ଏକ ରାସ୍ତା ଗଡ ଜଙ୍ଗଲରୁ ପୋଲିସ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,'' ଆଗ୍ରାସ ଗ୍ରାମର ଜଙ୍ଗଲରୁ ମହିଳାଙ୍କୁ ଉଦ୍ଧାର କରି ଆମେ ହସ୍ପିଚାଲରେ ଭର୍ତ୍ତି କରିଥିଲୁ । ମହିଳା ଜଣଙ୍କ ବିବାହିତା ହୋଇଥିବା ବେଳେ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଯାହା ତାଙ୍କ ବାପା ଜାଣିବା ପରେ ତିନି ଜଣ ସମ୍ପର୍କୀୟଙ୍କ ସହ ମିଶି ଏସିଡ୍‌ ପକାଇ ଝିଅକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ରହିଥିଲେ ମଧ୍ୟ ପରିଚୟ ଦେବା ସହ ପୁରା ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ । ତେବେ 2 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ବର୍ତ୍ତମାନ ଫେରାର ରହିଛନ୍ତି ।''

ଦୁଇ ଅଭିଯୁକ୍ତଙ୍କୁ ପଚାରାଉଚରା କରୁଛି ପୋଲିସ । ଶୌଚାଳୟ ସଫା ହେଉଥିବା ଏସିଡରେ ସେମାନେ ମହିଳା ଜଣଙ୍କୁ ଆକ୍ରମଣ କରିଥିବା କଥା କହିଛନ୍ତି । ପୀଡିତା ଜଣଙ୍କ ବିବାହ ପରେ ନିଜ ପ୍ରେମିକକୁ ଭୁଲି ପାରିନଥିଲେ । ସେ ଫୋନରେ ବାରମ୍ବାର କଥା ହେଉଥିଲେ । ଶାଶୁଘରେ ଥାଇ ମଧ୍ୟ ଲଗାତାର ଫୋନରେ ବାର୍ତ୍ତାଳାପ କରୁଥିଲେ । ନୂଆ ବୋହୂ ଜଣଙ୍କ ବାରମ୍ବାର ଫୋନରେ ଗପୁଥିବାରୁ ଶାଶୁଘର ଲୋକେ ବିରକ୍ତି ପ୍ରକାଶ କରିଥିଲେ । ପରେ ବୋହୂର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇ ତାଙ୍କ ବାପାଙ୍କୁ ଜଣାଇଥିଲେ । ପରେ ମହିଳା ଜଣଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଚୋତାରାମ ଓ ଦିନେଶ । ବର୍ତ୍ତମାନ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.