ETV Bharat / bharat

୪ ସନ୍ତାନର ମା'ଙ୍କୁ ପ୍ରେମ କରୁଥିଲେ ଯୁବକ, ପ୍ରେମିକର ଗୁପ୍ତାଙ୍ଗ କାଟିଲେ ମହିଳା

author img

By ETV Bharat Odisha Team

Published : Dec 16, 2023, 9:52 PM IST

woman chops off boyfriends genitals: ବଚସା ପରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀ ନଗର ଜିଲ୍ଲାରେ । ଅଧିକ ପଢନ୍ତୁ

woman chops off boyfriends genitals
woman chops off boyfriends genitals

ଲକ୍ଷ୍ମୌ: ମହଙ୍ଗା ପଡିଲା ଭାଉଜ ପ୍ରେମ । ବଚସା ପରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀ ନଗର ଜିଲ୍ଲାରେ । ସୂଚନା ଅନୁସାରେ, ୪ଟି ସନ୍ତାନର ଜନନୀଙ୍କ ପ୍ରେମରେ ପଡିଥିଲେ ଯୁବକ । ଗୁରୁବାର ରାତିରେ ମହିଳାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ପରବର୍ତ୍ତୀ ସମୟରେ ଏହି ବଚସା ଉଗ୍ର ରୂପ ନେଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ ସମ୍ପୃକ୍ତ ଯୁବକଙ୍କ ଗୁପ୍ତାଙ୍କ କାଟିଦେଇଥିବା ଜଣାପଡିଛି ।

ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ତୁର୍କହାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଲା । ଯୁବକ ଜଣକ ଗୁରୁତର ହେବାରୁ ପୁଣି ଥରେ ଆଉ ଏକ ଡାକ୍ତରଖାନା ନିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ପୁଣି ଥରେ ସଙ୍କଟାପନ୍ନ ଅବସ୍ଥାରେ ଆଉ ଏକ ମେଡିକାଲ କଲେଜକୁ ରେଫର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କୁ ଭେଟିବାକୁ ଆସୁଥିଲା ପ୍ରେମିକ । ଗତ ଗୁରୁବାର ରାତି ପାଖାପାଖି ୯ଟା ୩୦ ମିନିଟ ସମୟରେ ମହିଳା ଜଣଙ୍କ ପ୍ରେମିକକୁ ଘରକୁ ଡାକିଥିଲେ । ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ମହିଳା ଜଣକ ରାଗିଯାଇ ଘରେ ଥିବା ଏକ ଛୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ସେପଟେ ଯୁବକ ଜଣକ ଜୀବନ ବଞ୍ଚାଇବାକୁ କୌଣସି ପ୍ରକାରରେ ସେଠାରୁ ଚାଲିଆସିଥିଲେ ।

ଏହା ବି ପଢନ୍ତୁ...ଅନୈତିକ ସମ୍ପର୍କ ସନ୍ଦେହ କରି ହତ୍ୟା, ସାଙ୍ଗକୁ କୂଅକୁ ଠେଲି ଦେଇଥିଲା ସାଙ୍ଗ

ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ସେଠାରେ ପହଞ୍ଚି ତୁରନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସମ୍ପୃକ୍ତ ମହିଳାଙ୍କ ସହ ଯୁବକଙ୍କର ଅନୈତିକ ସମ୍ପର୍କ ଥିବା କଥା ଶୁଣିବାକୁ ମିଳିଥିଲା । ଏନେଇ ଖଡ୍ଡା ଥାନା ଏସଏଚଓ ନୀରଜ ରାୟ କହିଛନ୍ତି, ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ହେଲେ ଏହା କେବଳ ମୌଖିକ ଭାବେ ଶୁଣିବାକୁ ମିଳିଥିବାବେଳେ ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.