ETV Bharat / bharat

ୟୁପି ରେସ୍ତୋରାଁର ନିଆରା ଅଫର, ମାଳଦ୍ବୀପ ଛୁଟି ବାତିଲ କଲେ ମିଳିବ ଫ୍ରି ଛୋଲେ ଭଟୁରେ

free Chole Bhature: ଉତ୍ତରପ୍ରଦେଶ ନୋଏଡା ସ୍ଥିତ ରେସ୍ତୋରାଁର ନିଆରା ଅଫର । ମାଳଦ୍ବୀପ ଛୁଟି ବାତିଲ କଲେ ମିଳିବ ଫ୍ରି ଛୋଲେ ଭଟୁରେ । ଅଧିକ ପଢନ୍ତୁ

Chole Bhature
Chole Bhature
author img

By ETV Bharat Odisha Team

Published : Jan 19, 2024, 5:48 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପର କିଛି ମନ୍ତ୍ରୀ ସମାଲୋଚନା କରିବା ପରେ ତେଜିବାରେ ଲାଗିଛି ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ କରିବା ପରେ ମାଳଦ୍ବୀପକୁ କଡ଼ା ଜବାବ ଦେଇ ଟ୍ରିପ ବାତିଲ କରିଥିଲେ ଲକ୍ଷ ଲକ୍ଷ ଭାରତୀୟ । ଏହା ବିବାଦ ମଧ୍ୟରେ ଉତ୍ତରପ୍ରଦେଶ ନୋଏଡା ସ୍ଥିତ ଏକ ରେସ୍ତୋରାଁ ଗ୍ରାହକଙ୍କ ପାଇଁ ନିଆରା ଅଫର ଆଣିଛି । ମାଳଦ୍ବୀପ ଛୁଟି ବାତିଲ କଲେ ଉକ୍ତ ଗ୍ରାହକଙ୍କୁ ମାଗଣାରେ ଛୋଲେ ଭଟୁରେ ଦିଆଯିବ ବୋଲି ଘୋଷଣା କରିଛି ।

ମିଡିଆ ରିପୋର୍ଟ ଅନୁସାରେ ନୋଏଡା ଓ ଗାଜିଆବାଦରେ ଥିବା ଏକ ଜଣାଶୁଣା ରେସ୍ତୋରାଁ ଗ୍ରାହକଙ୍କ ପାଇଁ ଏହି ଅଫର ଆଣିଛି । ତେବେ ଏଥିଲାଗି ଗ୍ରାହକଙ୍କୁ ଟିକେଟ କ୍ୟାନ୍ସେଲର ପ୍ରମାଣ ଦେଖାଇବାକୁ ପଡ଼ିବ । ଏନେଇ ରେସ୍ତୋରାଁ ମାଲିକ ବିଜୟ ମିଶ୍ର କହିଛନ୍ତି, "ଆମେ ଲାକ୍ଷାଦ୍ବୀପ ପର୍ଯ୍ୟଟନକୁ ପ୍ରମୋଟ କରିବାକୁ ଚାହୁଁଛୁ । ଗତ ଶନିବାର ଠାରୁ ଏହି ଅଫର ଆରମ୍ଭ ହୋଇଥିବା ବେଳେ ଗ୍ରାହକଙ୍କ ଭଲ ରେସପନ୍ସ ମିଳିଛି । ଏହି ଅଫର ପାଇଁ ଅଧିକ ଗ୍ରାହକ ଆସୁଥିବାରୁ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଅଫର ସମୟ ସୀମାକୁ ବୃଦ୍ଧି କରାଯାଇଛି ।"

ଏହା ବି ପଢନ୍ତୁ- ମାଳଦ୍ବୀପକୁ ସୁଟିଂ କରିବାକୁ ଯାଆନ୍ତୁନି, ସର୍ବଭାରତୀୟ ସିନେ କର୍ମଚାରୀ ସଂଘର ଅପିଲ୍

ସୂଚନା ଥାଉ କି ଗତ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରିଥିଲେ । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ମାଳଦ୍ବୀପ ଭୟଭୀତ ହୋଇପଡ଼ିଥିଲା । ମାଳଦ୍ବୀପର 3 ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ।

ଏହା ବି ପଢନ୍ତୁ- ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ'

ଏହାପରେ ସୋସିଆଲ ମିଡିଆରେ #ବୟକଟ ମାଳଦ୍ବୀପ ଟ୍ରେଣ୍ଡ କରିଥିଲା । ଏହାପରେ ଏକାଧିକ ଭାରତୀୟ ମାଳଦ୍ବୀପ ଯିବା ପାଇଁ କରିଥିବା ବିମାନ ଟିକେଟକୁ ବାତିଲ କରିଥିଲେ । ଏହାପରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଲାକ୍ଷାଦ୍ବୀପ ଯିବାକୁ ଦେଶବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ରେ ମଧ୍ୟ ଲାକ୍ଷାଦ୍ବୀପକୁ ନେଇ ଅଧିକ ସର୍ଚ୍ଚ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.