ETV Bharat / bharat

ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ

author img

By

Published : Apr 14, 2022, 9:07 AM IST

ଉତ୍ତର ପ୍ରଦେଶରେ ନବ ସମ୍ବତ୍ସର ଅବସରରେ ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ । ଗତକାଲି ବଜରଙ୍ଗ ମୁନିକୁ ଗିରଫ କରିଛି ଲକ୍ଷ୍ନୌ ପୋଲିସ । ଅଧିକ ପଢନ୍ତୁ

ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ
ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ । ଗତକାଲି ବଜରଙ୍ଗ ମୁନିକୁ ଗିରଫ କରିଛି ଲକ୍ଷ୍ନୌ ପୋଲିସ । ମହନ୍ତ ବଜରଙ୍ଗ ମୁନି ଦାସ ଗତ ଏପ୍ରିଲ ୨ ତାରିଖରେ ଘୃଣ୍ୟ ଭାଷଣ ଦେବା ସହ ଦୁଷ୍କର୍ମ ଧମକ ଦେଇଥିଲେ । ତେବେ ୧୧ ଦିନ ପରେ ତାଙ୍କୁ ଗିରଫ କରାଯାଇଛି ।

ସୂଚନାଅନୁସାରେ, ୟୁପି ଖୈରାବାଦ ସହରର ମହର୍ଷି ଶ୍ରୀ ଲକ୍ଷ୍ମଣ ଦାସ ଉଦାସୀନ ଆଶ୍ରମର ମହନ୍ତ ବଜରଙ୍ଗ ମୁନି ଦାସ ଗତ ଏପ୍ରିଲ ୨ ତାରିଖରେ ଘୃଣ୍ୟ ଭାଷଣ ଦେବା ସହ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ସୋସିଆଲ ମିଡିଆରେ ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା । ପୋଲିସ ତୁରନ୍ତ ମହନ୍ତଙ୍କ ବିରୋଧରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ମାମଲା ରୁଜୁ ହେବା ମାତ୍ରେ ମହନ୍ତ ବଜରଙ୍ଗ ମୁନି ନିଜ ଆଶାଳୀନ ବୟାନ ପାଇଁ କ୍ଷମା ମାଗିଥିଲେ । ଜାତୀୟ ମହିଳା ଆୟୋଗ ଏହି ମାମଲାରେ ହସ୍ତକ୍ଷେପ କରି ଅଭିଯୁକ୍ତ ଦାସଙ୍କୁ ଗିରଫ କରିବାକୁ ୟୁପି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ମହନ୍ତ ବଜରଙ୍ଗଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.