ETV Bharat / bharat

UP polls: ଚତୁର୍ଥ ପର୍ଯ୍ୟାୟ ମତଦାନ, ଭୋଟ ଦେଉଛି ୯ ଜିଲ୍ଲା

author img

By

Published : Feb 23, 2022, 9:08 AM IST

Updated : Feb 23, 2022, 9:18 AM IST

୫୯ ଆସନ ପାଇଁ ଆଜି ଉତ୍ତରପ୍ରଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଭୋଟ ଦେଉଛି ୯ ଜିଲ୍ଲା । ଅଧିକ ପଢନ୍ତୁ

UP polls: ୟୁପିରେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ, ଭୋଟ ଦେଉଛି ୯ ଜିଲ୍ଲା

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ୫୯ ଆସନରେ ମତଦାନ କରୁଛନ୍ତି ୯ଟି ଜିଲ୍ଲାର ମତଦାତା । ଉନ୍ନାଓ, ପିଲିଭିତ, ଲଖିମପୁର ଖେରୀ, ରାଏ ବରେଲି, ସୀତାପୁର, ଫତେହପୁର, ହାର୍ଡୋଇ ଏବଂ ଲକ୍ଷ୍ନୌରେ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏନେଇ ସକାଳୁ ସକାଳୁ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।

ଆଜି ଆଇନ ମନ୍ତ୍ରୀଙ୍କ ସମେତ ରାଏବରେଲି ବିଧାୟିକା ଅଦିତି ସିଂହ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ ପୂର୍ବତନ ଜଏଣ୍ଟ ଡାଇରେକ୍ଟର(former joint director of Enforcement Directorate) ରାଜେଶ୍ବର ସିଂହ ଏବଂ ଉନ୍ନାଓ ଦୁଷ୍କର୍ମ ପୀଡିତା ମାଆଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୫୯ ଆସନ ପାଇଁ ଭୋଟଗ୍ରହଣ ଥିବାବେଳେ ନିର୍ବାଚନୀ ଦୌଡରେ ଅଛନ୍ତି ବିଭିନ୍ନ ଦଳର ମୋଟ 624 ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବ୍ରଜେଶ ପାଠକ ଲକ୍ଷ୍ନୌ କଣ୍ଟୋନମେଣ୍ଟ ସିଟ୍‌ରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ସପା ପ୍ରାର୍ଥୀ ତଥା ଦୁଇଥର ମେୟର ଥିବା ସୁରେନ୍ଦ୍ର ସିଂହଙ୍କ ସହ ମୁକାବିଲା କରୁଛନ୍ତି । ଯୋଗୀ କ୍ୟାବିନେଟର ସହରାଞ୍ଚଳ ବିକାଶ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅନୁରାଗ ଭରଦ୍ବାଜଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ସେହିପରି ସରୋଜିନି ନଗର ଆସନରେ ମଧ୍ୟ କଡା ଟକ୍କର ଚାଲିଛି । ଏଠାରୁ ରାଜେଶ୍ବର ସିଂହ ସପା ପ୍ରାର୍ଥୀ ଅଭିଶେଖ ମିଶ୍ରଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଛନ୍ତି । ଅଭିଶେଖ ଆଇଆଇଏମର ପୂର୍ବତନ ପ୍ରଫେସର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପାଖ ଲୋକ ଅଟନ୍ତି । ରାଏବରେଲିରେ ବିଜେପି ବିଧାୟିକା ଅଦିତି ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ମନୀଷ ଚୌହ୍ବାନ ଓ ସପାର ଆରପି ଯାଦବଙ୍କ ମଧ୍ୟ କଡା ମୁକାବିଲା ହେଉଛି । କହିରଖୁଛୁ କି, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭାରେ ରାଏ ବରେଲିରୁ ପ୍ରତିନିଧିତ୍ବ କରୁଛନ୍ତି ।

ଖେରୀ ହିଂସାକାଣ୍ଡରେ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ଏପରିସ୍ଥଳେ ସେଠାରେ ବିଜେପି ପାଇଁ ବିଜୟ ପାଇବା ସମ୍ମାନର ପ୍ରଶ୍ନ ହେବାକୁ ଯାଉଛି । ଏଠାରୁ ବିଜେପି ନେତା ଯୋଗେଶ ବର୍ମା ପ୍ରତିଦ୍ବନ୍ଦିତା କରୁଥିବାବେଳେ ମୈଦାନରେ ସପା ପ୍ରାର୍ଥୀ ଉତ୍କର୍ଷ ବର୍ମା, ବିଏସପିର ମୋହନ ବାଜପେୟୀ, କଂଗ୍ରେସ ନେତା ରବି ଶଙ୍କର ତ୍ରିବେଦୀ, ଏଆଇଏମଆଇଏମ ନେତା ଉସମାନ ସିଦ୍ଦିକି ଏବଂ ଆପ୍ ପ୍ରାର୍ଥୀ ଖୁସି କିନ୍ନର ତାଙ୍କୁ କଡା ଚ୍ୟାଲେଞ୍ଜ ଦେଉଛନ୍ତି ।

୨୦୧୭ ନିର୍ବାଚନରେ ବିଜେପି ଏହି ୫୯ ଆସନରୁ ୫୧ଟି ଦଖଲ କରିଥିଲା । ସମାଜବାଦୀ ପାର୍ଟି ଖାତାକୁ ୪ଟି ଆସନ ଯାଇଥିବାବେଳେ ବିଏସପିକୁ ୩ଟିରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ୟୁପିରେ ୮୦-୨୦ରେ ମଧ୍ୟରେ ଲଢେଇ ଚାଲିଥିବା ଶାସକ ଦଳ କହୁଥିବାବେଳେ ଏଥର କିଏ ମାରିବ ୟୁପି ବାଜି ତାହା ଫଳାଫଳ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2022, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.