ETV Bharat / bharat

UP Polls: ତୃତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବେ ହେଭିୱେଟ, ଚର୍ଚ୍ଚାରେ ଅଖିଳେଶ-ବଘେଲ ଲଢେଇ - ଉତ୍ତର ପ୍ରଦେଶ ମତଦାନ ଅପଡେଟ

ରବିବାର ଉତ୍ତର ପ୍ରଦେଶ ତୃତୀୟ ପର୍ଯ୍ୟାୟ ମତଦାନ । 59 ନିର୍ବାଚନ ମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରିବେ ୬୨୭ ପ୍ରାର୍ଥୀ । ମୈଦାନରେ ଅଖିଳେଶଙ୍କ ସମେତ ବହୁ ହେଭିଓ୍ବେଟ । ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

UP Polls: ତୃତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବେ ହେଭିୱେଟ, ଚର୍ଚ୍ଚାରେ ଅଖିଳେଶ-ବଘେଲ ଲଢେଇ

author img

By

Published : Feb 19, 2022, 7:46 PM IST

Updated : Feb 19, 2022, 8:10 PM IST

ଲକ୍ଷ୍ନୌ: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଦେବେ ଉତ୍ତରପ୍ରଦେଶବାସୀ । ଆସନ୍ତାକାଲି (ରବିବାର) ରାଜ୍ୟର 16 ଜିଲ୍ଲାରେ 59 ଟି ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ପ୍ରାୟ 627 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଆସନ୍ତାକାଲି (ରବିବାର) ମତଦାନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ହାଥରସ, ଫିରୋଜାବାଦ, ଇଟାୱା, କାସଗଞ୍ଜ, ମୈନ୍ପୁରୀ, ଫାରୁଖାବାଦ୍, କନ୍ନୌଜ, ଅରାୟା, କାନପୁର ଦେହତ୍, କାନପୁର ନଗର, ଜଲାୟୁଁ, ଝାନ୍ସି, ଲଲିତପୁର, ହମିରପୁର ଏବଂ ମହୋବା ଜିଲ୍ଲା ଅନ୍ତର୍ଭୂକ୍ତ ରହିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କରହଲ ବିଧାନସଭା ଆସନ ପାଇଁ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ତେବେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଗତକାଲି (ଶୁକ୍ରବାର) ଶେଷ ହୋଇଥିବା ବେଳେ କ୍ଷେତ୍ର ବାହାରର ନେତାମାନେ ନିର୍ବାଚନ ଆଚରଣ ବିଧି ମୁତାବକ ସ୍ଥାନ ଛାଡିଛନ୍ତି ।

ଚର୍ଚ୍ଚାରେ ଅଖିଳେଶ-ବଘେଲ ଲଢେଇ:-

ସେହିପରି ସମସ୍ତଙ୍କ ନଜର ଅଖିଳେଶ ପ୍ରତିଦ୍ବନ୍ଦିତା କରୁଥିବା କରହଲ ଆସନ ଉପରେ ଥିବାବେଳେ ଅଖିଳେଶଙ୍କୁ ଟକ୍କର ଦେବେ ବିଜେପି ଟିକେଟରୁ ଲଢୁଥିବା କେନ୍ଦ୍ରମନ୍ତ୍ରୀ ଏସପି ସିଂ ବଘେଲ । ସେହିପରି ଅନ୍ୟ ଜଣେ ଚର୍ଚ୍ଚିତ ଚେହେରା ଭାବେ ଅଖିଳେଶଙ୍କ ରାଜନୈତିକ ସହଯୋଗୀ ତଥା ଦାଦା ଶିବପାଲ ସିଂ ଯାଦବ ମଧ୍ୟ ପାରମ୍ପାରିକ ଜଶୋବନ୍ତନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ପୁଅ ପାଇଁ ପ୍ରଚାର କଲେ ମୁଲାୟମ:-

ଉତ୍ତର ପ୍ରଦେଶ ରାଜନୀତିରେ ବେଶ ପ୍ରଭାବ ରଖୁଥିବା ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବ ମଧ୍ୟ ଗତକାଲି ପୁଅ ଅଖିଳେଶଙ୍କ ପାଇଁ ନିଜ ଗଡ କରହଲରେ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା । କରହଲରେ ଅଖିଳେଶ ଓ କେନ୍ଦ୍ରମନ୍ତ୍ରୀ ବଘେଲଙ୍କ ମଧ୍ୟରେ କଡା ଟକ୍କର ଥିବାବେଳେ କୌଣସି ଉତ୍ତେଜନା ଏଡାଇବା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଅର୍ଦ୍ଧସାମରିକ ବାହିନୀ ମୂତୟନ ହୋଇଛନ୍ତି ।

ଶେଷ ଦିନରେ ପ୍ରଚାର କରିଛନ୍ତି ପ୍ରିୟଙ୍କା:-

ଗତକାଲି (ଶୁକ୍ରବାର) ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅବଧି ଶେଷ ହେବା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାନପୁର, ଜଲାୟୁଁ ଏବଂ ହମିରପୁରରେ ଏକାଧିକ ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଏହି କ୍ଷେତ୍ରରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରମୁଖ ଚେହେରା:-

ସେହିପରି ଏହି ପର୍ଯ୍ୟାୟରେ ଅନ୍ୟ କିଛି ପ୍ରମୁଖ ଚେହେରାଙ୍କ ମଧ୍ୟରେ ବିଜେପିର ସତୀଶ ମହାନା କାନପୁରର ମହାରାଜପୁର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ରାମବୀର ଉପାଧ୍ୟାୟ ହାଥରସର ସାଦାବାଦ ଆସନ ଏବଂ ଚର୍ଚ୍ଚିତ ଫାରୁଖାବାଦ ଆସନରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ୍ଦଙ୍କ ପତ୍ନୀ ଲୁଇସ୍ ଖୁର୍ସିଦ୍ଦ ପ୍ରତିଦ୍ବନ୍ଦିତା କରୁଛନ୍ତି । ପୂର୍ବତନ ଆଇପିଏସ ଅଧିକାରୀ ଅସୀମ ଅରୁଣ ବିଜେପି ଟିକେଟରେ କନୌଜ ସଦରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ଉତ୍ତର ପ୍ରଦେଶ ମନ୍ତ୍ରୀ ରାମନାରସ ଅଗ୍ନିହୋତ୍ରୀ ମଧ୍ୟ ଏହି ପର୍ଯ୍ୟାୟରେ ନିର୍ବାଚନ ମୈଦାନରେ ରହିଛନ୍ତି ।

2017 ଫଳାଫଳ:-

ଉତ୍ତର ପ୍ରଦେଶ ରାଜନୀତିରେ ବେଶ ପ୍ରଭାବ ରଖୁଥିବା ମଧ୍ୟକ୍ଷେତ୍ର ସପା ଓ ବସପାର ଗଡ ଭାବେ ପରିଚିତ ଥିଲା ବେଳେ ୨୦୧୭ ପୂର୍ବଧାରା ଭାଙ୍ଗିବାରେ ସକ୍ଷମ ହୋଇଥିଲା ବିଜେପି । ମୋଟ 59ଟି ଆସନ ମଧ୍ୟରୁ 49ଟି ଜିତିଥିବାବେଳେ ସପା ମାତ୍ର ୯ ଆସନ ଓ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଅକ୍ତିଆର କରିବାରେ ସଫଳ ହୋଇଥିଲା । ସପା ସହ ମେଣ୍ଟରେ ନିର୍ବାଚନ ଲଢୁଥିବା ବିଏସପି ଉକ୍ତ ଅଞ୍ଚଳରେ ଖାତା ଖୋଲି ପାରିନଥିଲା ।

କଡାକଡି ସୁରକ୍ଷା ବ୍ୟବସ୍ଥା:-

ଆସନ୍ତାକାଲି ନିର୍ବାଚନକୁ ଦେଖି ସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ଆବଶ୍ୟକୀୟ ସାମଗ୍ରୀ ସହ ପୋଲିଂ ଅଧିକାରୀ ପହଞ୍ଚି ସାରିଥିବା ବେଳେ ସମସ୍ତ୍ର ପୋଲିସ ବଳ ମଧ୍ୟ ମୂତୟନ ରହିଛନ୍ତି । କିଛି ଉତ୍ତେଜନାପୂର୍ଣ୍ଣ କେନ୍ଦ୍ରକୁ ସମ୍ବେଦନଶୀଳ ବୁଥ ଭାବେ ଘୋଷଣା କରାଯାଇଥିବା ସହ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି । ଅଧିକ ସଶସ୍ତ୍ର ବଳ ଓ ଭିଡିଓଗ୍ରାଫି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଭିଡ ନିୟନ୍ତ୍ରଣ ଓ କୋଭିଡ କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଗତ ଦୁଇ ପର୍ଯ୍ୟାୟ ମତଦନରେ ମଧ୍ୟ କାଁଭାଁ ହିଂସା ଓ ବିଶୃଙ୍ଖଳାକୁ ଛାଡିଦେଲେ କୌଣସି ବଡ ଧରଣର ଅଘଟଣ ମଧ୍ୟ ସାମ୍ନାକୁ ଆସିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2022, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.