ETV Bharat / bharat

Atiq Ahmed: ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟାର୍‌, ଅତିକ ଅହମ୍ମଦକୁ ଏନକାଉଣ୍ଟର ନେଇ ବଢ଼ିଲା ଚର୍ଚ୍ଚା

author img

By

Published : Mar 26, 2023, 4:12 PM IST

Updated : Mar 26, 2023, 9:49 PM IST

ଗୁଜୁରାଟ ସାବରମତୀ ସେଣ୍ଟ୍ରାଲ ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ । ଏନକାଉଣ୍ଟରକୁ ନେଇ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

Atiq Ahmed
Atiq Ahmed

ଲକ୍ଷ୍ନୌ: ଗୁଜୁରାଟ ସାବରମତୀ ସେଣ୍ଟ୍ରାଲ ଜେଲରୁ ବାହାରିଲା କୁଖ୍ୟାତ ଅପରାଧୀ ଅତିକ ଅହମ୍ମଦ । ଆଉ ଜେଲରୁ ବାହାରିବା ମାତ୍ରେ ଏନକାଉଣ୍ଟରକୁ ନେଇ ଭୟ ଜାହିର କରିଛି ଅତିକ । ୟୁପି ପୋଲିସ ତାକୁ ନେବା ବାଟରେ ହିଁ ଏନକାଉଣ୍ଟର କରିବା ଲାଗି ଯୋଜନା କରିଥିବା କହିଛି ଅତିକ । ଏକ ଅପରାଧିକ ମାମଲାରେ ଆସନ୍ତା ୨୯ ତାରିଖରେ ଅତିକକୁ ଉତ୍ତରପ୍ରଦେଶର ଏକ କୋର୍ଟରେ ହାଜର କରାଯିବ । ଏଥିଲାଗି ଅତିକକୁ ଆଣିବା ପାଇଁ ଗୁଜୁରାଟରେ ପହଞ୍ଚିଥିଲା ପୋଲିସ । ଅତିକକୁ ସଡ଼କପଥରେ ଆଣୁଛି ପୋଲିସ । ଆଇନଜୀବୀ ଉମେଶ ପାଲ ହତ୍ୟା ଘଟଣାରେ ମଧ୍ୟ ଅତିକକୁ ପଚରାଉଚରା କରାଯିବ । ଟ୍ରାନ୍ସଫର ୱାରେଣ୍ଟ୍‌ ଲାଗି ସମସ୍ତ ପ୍ରକ୍ରିୟା ପୂରଣ ହେବା ପରେ ଅତିକକୁ ୟୁପି ଆଣୁଛି ପୋଲିସ ।

ସାବରମତୀ ସେଣ୍ଟ୍ରାଲ ଜେଲରୁ ଅତିକ ବାହାରିବା ପରେ ତାକୁ ଗଣମାଧ୍ୟମ ପ୍ରତିନିଧି ସେ ଭୟଭୀତ ହେବା ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅତିକ କହିଛି ଯେ, " ହତ୍ୟା ହତ୍ୟା । ମୁଁ ଏମାନଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଜାଣିଛି । ଏମାନେ ମୋତେ ହତ୍ୟା କରିବା ଲାଗି ଯୋଜନା କରିଛନ୍ତି ।" ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ତଥା ଗ୍ୟାଙ୍ଗଷ୍ଟାର ଅତିକକୁ ୟୁପି ଆଣିବା ଲାଗି ଶନିବାର ସକାଳେ ଅହମ୍ମଦାବାଦ ସହରରେ ପହଞ୍ଚିଛି ୟୁପି ପୋଲିସ । ଟ୍ରାନ୍ସଫର ୱାରେଣ୍ଟ୍‌ ଲାଗି ସମସ୍ତ ପ୍ରକ୍ରିୟା ପୂରଣ ହେବା ପରେ ସନ୍ଧ୍ୟା ପ୍ରାୟ ୬ଟାରେ ଅତିକୁ ଧରି ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି ପୋଲିସ ।

ଅତିକକୁ ଆଣିବା ଲାଗି ପୋଲିସ ଏକ ବଡ଼ କାର ଓ ବୋଲେରୋର ବ୍ୟବସ୍ଥା କରିଥିଲା । କିଛି ମିଡିଆ ରିପୋର୍ଟ ଅନୁସାରେ ଅତିକକୁ ଝାନ୍ସୀ ରାସ୍ତା ଦେଇ ୟୁପିକୁ ଅଣାଯାଉଛି । ଅପହରଣ, ଦଙ୍ଗା ଆଦି ମାମଲାରେ ଆସନ୍ତା ୨୯ ତାରିଖରେ କୋର୍ଟରେ ହାଜର ହେବ ଅତିକ । ଏହି ମାମଲା ୨୦୦୭ ମସିହାର ବୋଲି ଜଣାପଡ଼ିଛି । ବହୁଚର୍ଚ୍ଚିତ ରାଜୁ ପାଲ ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ରହିଥିଲେ ଉମେଶ ପାଲ । ଏଣୁ ଉମେଶଙ୍କୁ ଯୋଜନାବଦ୍ଧ ଭାବେ ଅତିକର ସହଯୋଗୀ ହତ୍ୟା କରିଥିଲେ ।

ଏହା ବି ପଢନ୍ତୁ-Umesh Pal Murder Case: ପଡ଼ୋଶୀ ସାଜିଥିଲେ ସୂଚନଦାତା, ଅତିକ ଗ୍ୟାଙ୍ଗକୁ ଦେଉଥିଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଏହି ଘଟଣାର ପୋଲିସ ଅତିକ ଓ ତାର ପୁଅ ବିରୋଧରେ ମାମଲା ରୁଜୁ କରିବା ସହ ମାମଲାରେ ପୋଲିସ ଏଯାବତ ୨ଜଣଙ୍କର ଏନକାଉଣ୍ଟର କରିଛି । ଏଣୁ ଅତିକକୁ ମଧ୍ୟ ଏନକାଉଣ୍ଟର କରାଯିବ ବୋଲି ଆଶଙ୍କା କରାଯାଉଛି । ଏଥିଲାଗି ଗ୍ୟାଙ୍ଗଷ୍ଟାର ପତ୍ନୀ ଅତିକକୁ ୟୁପି ନ ଆଣିବାକୁ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଆସୁଥିଲେ । ସେ ଆଶଙ୍କା କରିଛନ୍ତି ଯେ ୟୁପି ଆଣିବା ବାଟରେ ହିଁ ଅତିକର ଏନକାଉଣ୍ଟର କରାଯିବ । ହେଲେ ଆସନ୍ତା ୨୯ ତାରିଖରେ ଅତିକକୁ କୋର୍ଟରେ ହାଜର କରିବା ଲାଗି ପୋଲିସ ଉତ୍ତରପ୍ରଦେଶକୁ ଅତିକକୁ କଡା ସୁରକ୍ଷାର ସହିତ ଆଣୁଛି ।

ଅତିକକୁ ସଡ଼କପଥରେ ୟୁପି ଅଣାଯିବା ଖବର ପ୍ରକାଶ ପାଇବା ପରେ ଅନେକ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ୟୁପି ପୋଲିସ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ମଧ୍ୟପ୍ରଦେଶରୁ ୟୁପି ଆଣୁଥିଲା । ପୋଲିସର କହିବାନୁସାରେ ଗାଡ଼ି ପଲଟିବା ପରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏଣୁ ତାର ଏନକାଉଣ୍ଟର କରାଯାଇଥିଲା । ଏହି କଥାକୁ ମନେ ପକାଇ ୟୁପି ସରକାରଙ୍କୁ କଟାକ୍ଷ କରିଛନ୍ତି ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ଯୋଗୀ ସରକାର ନିଜ ମନ୍ତ୍ରୀଙ୍କ କଥାକୁ ସତ୍ୟ ପ୍ରମାଣିତ କରିପାରିବେ । କାରଣ ତାଙ୍କ ମନ୍ତ୍ରୀ କହିଥିଲେ ଯେ କୌଣସି ବି ପରିସ୍ଥିତିରେ ଗାଡି ପଲଟିବାର ସମ୍ଭାବନା ରହିଛି ।"

Last Updated : Mar 26, 2023, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.