ETV Bharat / bharat

ନୂଆବର୍ଷ ପାର୍ଟିରେ ଓକିଲଙ୍କୁ ଗୁଳି କରି ହତ୍ୟା - Lawyer Shot by Guard

Lawyer Murder in Varanasi: ନୂଆବର୍ଷ ପାର୍ଟି ଚାଲିଥିବା ବେଳେ ଓକିଲଙ୍କୁ ଗୁଳି କରି ହତ୍ୟା । ଜାତିଆଣ ଆକ୍ଷେପରେ ଉତକ୍ଷିପ୍ତ ହୋଇ ଗୁଳିମାଡ଼ କରିଛି ସିକ୍ୟୁରିଟି ଗାର୍ଡ । ଅଧିକ ପଢନ୍ତୁ

ଜାତିଗତ ଆକ୍ଷେପ ହେଲା କାଳ, ଓକିଲଙ୍କୁ ଗୁଳି କରି ହତ୍ୟା

author img

By ETV Bharat Odisha Team

Published : Jan 2, 2024, 7:13 AM IST

ଲକ୍ଷ୍ନୌ: ନୂଆବର୍ଷକୁ ସ୍ବାଗତ କରିବାରେ ସମସ୍ତେ ମସଗୁଲ ଥିବାବେଳେ ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି ହତ୍ୟାକାଣ୍ଡ । ବାରଣାସୀର ଲାଲପୁର ଥାନା ଅଞ୍ଚଳରେ ଜାତିଆଣ ଆକ୍ଷେପକୁ ନେଇ ଫୁଟିଛି ଗୁଳି । ଲନରେ ନୂଆବର୍ଷ ପାର୍ଟି ଚାଲିଥିବା ବେଳେ ଓକିଲଙ୍କୁ ଗୁଳିମାଡ଼ କରି ହତ୍ୟା କରିଛି ସିକ୍ୟୁରିଟି ଗାର୍ଡ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ... ଶ୍ରାଦ୍ଧ ଭୋଜିରେ ଫୁଟିଲା ଗୁଳି, ୩ ଗୁରୁତର ଆହତ

ପୋଲିସର କହିବା ମୁତାବକ, ଗତକାଲି (ରବିବାର) ରାତିରେ ସାଙ୍ଗସାଥିଙ୍କ ସହ ନୂଆବର୍ଷ ପାର୍ଟି ଚାଲିଥିବା ବେଳେ ନଦେସର ବାସିନ୍ଦା ତଥା ପେଶାରେ ଓକିଲ ଥିବା ରାଘବେନ୍ଦ୍ର ସିଂ(୩୬ ବର୍ଷ) ମଦ ନିଶାରେ ସିକ୍ୟୁରିଟି ଗାର୍ଡ ହରଦେନ୍ଦୁ ଶେଖର ତ୍ରିପାଠୀଙ୍କ ସହ ଝଗଡା କରିଥିଲା । ଉଭୟଙ୍କ ମଧ୍ୟରେ ଜାତିଆଣ ମନ୍ତବ୍ୟକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହରଦେନ୍ଦୁ ରାଘବେନ୍ଦ୍ରଙ୍କୁ ଗୁଳି କରିଥିଲା । ଏହାପରେ ଆହତ ଓକିଲଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଗୁଳି କରିବା ପରେ ଅଭିଯୁକ୍ତ ହରଦେନ୍ଦୁ ନିଜ ପିସ୍ତଲ ସହ କେଣ୍ଟ ଥାନାରେ ଆତ୍ମ ସମର୍ପଣ କରିଥିଲା । ରାଘବେନ୍ଦ୍ର ବାରମ୍ବାର ଜାତିକୁ ନେଇ ଆକ୍ଷେପ କରିଥିଲେ । ଏହାକୁ ଅଭିଯୁକ୍ତ ରୋକିବାକୁ ଚେଷ୍ଟା କରିଥିଲା । ଦୁହିଁଙ୍କ ମଧ୍ୟରେ ଝଗଡ଼ା ପରେ ପ୍ରଥମେ ଓକିଲ ରାଘବେନ୍ଦ୍ର ହିଁ ତା' ଉପରକୁ ଗୁଳି କରିଥିଲା କିନ୍ତୁ ଏଥିରୁ ବଞ୍ଚି ଯାଇଥିଲା ହରଦେନ୍ଦୁ । ଏହାପରେ ତା'ର ଗୁଳିମାଡରେ ଘଟଣାସ୍ଥଳରେ ରାଘବେନ୍ଦ୍ରର ମୃତ୍ୟୁ ହୋଇଥିଲା ବୋଲି ଅଭିଯୁକ୍ତ ପୋଲିସକୁ କହିଛି ।

ଏହା ମଧ୍ୟ ପଢନ୍ତୁ... ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ, ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ

ସିକ୍ୟୁରିଟି ଗାର୍ଡ ସୁପରଭାଇଜର ଭାବେ କାମ କରୁଥିବା ହରଦେନ୍ଦୁ ରାତିରେ ୩ ରାଉଣ୍ଡ ଗୁଳି ଫାୟରିଂ ହୋଇଥିବା କଥା ପୋଲିସ ଆଗରେ କହିଛି । ମୃତକ ରାଘବେନ୍ଦ୍ର ସିଂର ଛାତି ଏବଂ ପେଟରେ ଗୁଳି ବାଜି ଥିବାବେଳେ ତୃତୀୟ ଗୁଳିଟି ହାୱାରେ ଫାୟରିଂ ହୋଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ରାଘବେନ୍ଦ୍ରକୁ ଚିକିତ୍ସା ପାଇଁ ବିଏଚୟୁ ମେଡିକାଲକୁ ନେବା ରାସ୍ତାରେ ସେ ପ୍ରାଣ ହରାଇ ଥିଲେ । ଏହି ହତ୍ୟା ମାମଲା ସମ୍ପର୍କରେ ଯାଞ୍ଚ ଚାଲିଛି ବୋଲି ଲାଲପୁର ପାଣ୍ଡେପୁର ଥାନା ପ୍ରଭାରୀ ମନୋଜ କୁମାର କହିଛନ୍ତି । ଅଭିଯୁକ୍ତ ହରଦେନ୍ଦୁ ବର୍ତ୍ତମାନ ପୋଲିସ ହେପାଜତରେ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.