ETV Bharat / bharat

'ମୋତେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ'- ସିଜେଆଇଙ୍କୁ ଚିଠି ଲେଖିଲେ ଯୌନ ନିର୍ଯାତନାର ଶୀକାର ମହିଳା ଜଜ୍

author img

By ETV Bharat Odisha Team

Published : Dec 15, 2023, 1:43 PM IST

UP Woman Judge seeks permission from CJI to 'End Life': ନ୍ୟାୟ ପାଇଁ ନ୍ୟାୟାଳୟରେ ମହିଳା ଜଜ୍ । ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଉତ୍ତରପ୍ରଦେଶର ଜଣେ ମହିଳା ଜଜ୍ । ମୃତ୍ୟୁ ଅନୁମତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଲେଖିଲେ ଖୋଲା ଚିଠି । ଆବେଦନକୁ ଗ୍ରହଣ କଲେ CJI । ଅଧିକ ପଢ଼ନ୍ତୁ,

'ମୋତେ ମରିବାକୁ ଅନୁମତି ଦିଅନ୍ତୁ'- ସିଜେଆଇଙ୍କୁ ଚିଠି ଲେଖିଲେ ଯୌନ ନିର୍ଯାତନା ପୀଡ଼ିତ ମହିଳା ଜଜ୍

ନୂଆଦିଲ୍ଲୀ: ଅଭାବନୀୟ, ଅବିଶ୍ବନୀୟ, ଅମାନବୀୟ। ନ୍ୟାୟ ନ ପାଇ ଶେଷରେ ମୃତ୍ୟୁ ପାଇଁ ମାଗିଲେ ଅନୁମତି । ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳା ଜଜ୍ । ସିନିୟର ଜଜଙ୍କ ଦ୍ବାରା ଯୌନ ନିର୍ଯାତନାର ଶୀକାର ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି ପୀଡ଼ିତା ଜଜ୍। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ 'ମୋତେ ମୃତ୍ୟୁ ପାଇଁ ଅନୁମତି ଦିଆଯାଉ'। ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଏହାକୁ ବିଚାର ପାଇଁ ଗ୍ରହଣ କରିବା ସହ ଆଲ୍ଲାହବାଦ ହାଇକୋର୍ଟଙ୍କୁ ରିପୋର୍ଟ ତଲବ କରିଛନ୍ତି।

CJIଙ୍କୁ ଚିଠି: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଏଭଳି ଚିଠି ଲେଖନ୍ତି ପୀଡ଼ିତା ମହିଳା ଜଜ୍। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ " ଦୟାକରି ମୋତେ ମୋ ଜୀବନକୁ ସମ୍ମାନଜନକ ଭାବେ ଶେଷ କରିବାକୁ ଅନୁମତି ଦିଅନ୍ତୁ। ମୋ ଜୀବନର ଶେଷ ହୋଇଯାଉ। ମୋ ପ୍ରତି ଯୌନ ନିର୍ଯାତନାର ସବୁ ସୀମା ଟପି ଯାଇଛି। ମୋତେ ସମ୍ପୂର୍ଣ୍ଣ ଅଳିଆ ଭଳି ବ୍ୟବହାର କରାଯାଇଛି । ମୁଁ ଏବେ ଏକ ଅବାଞ୍ଛିତ କୀଟ ସଦୃଶ ।"

ଏହା ମଧ୍ଯ ପଢ଼ନ୍ତୁ: ରାଜସ୍ଥାନରେ ‘ଭଜନ’ ଯୁଗ ଆରମ୍ଭ: ଜନ୍ମଦିନରେ ନେଲେ ଶପଥ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

ମହିଳା ଜଜଙ୍କ ଖୋଲା ଚିଠିକୁ ଗୁରୁତ୍ବର ସହ ନେଇଛନ୍ତି ସିଜେଆଇ ଚନ୍ଦ୍ରଚୂଡ଼। ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ, ଆଲ୍ଲାହବାଦ ହାଇକୋର୍ଟଙ୍କୁ ଜବାବ ତଲବ କରିଛନ୍ତି। ମହିଳା ଜଜ୍ ଆଣିଥିବା ଅଭିଯୋଗ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇ। ଏହାସହ ମାମଲାର ଶୁଣାଣି କରାଯିବ ବୋଲି ସିଜେଆଇ କହିଛନ୍ତି। ସିଜେଆଇଙ୍କ ନିର୍ଦ୍ଦେଶ ଅନୁସାରେ, ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ୍ ଅତୁଲ ଏମ କୁରହେକର ଆଲ୍ଲାହବାଦ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ମହିଳା ବିଚାରପତିଙ୍କ ସମସ୍ତ ଅଭିଯୋଗର ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ: କେସିଆର ହସପିଟାଲରୁ ଡିସଚାର୍ଜ: ହିପ୍ ରିପ୍ଲେସମେଣ୍ଟ୍ ପରେ ସଂପୂର୍ଣ୍ଣ ସୁସ୍ଥ

ଜଣେ ବରିଷ୍ଠ ପୁରୁଷ ଜଜଙ୍କ ବିରୋଧରେ, ଜଣେ କନିଷ୍ଠ ମହିଳା ଜଜ ଆଣିଛନ୍ତି ଯୌନ ନିର୍ଯାତନାର ସଙ୍ଗୀନ ଅଭିଯୋଗ। ଆଉ ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀ ଅଞ୍ଚଳରେ। ଜଣେ ଜିଲ୍ଲା ଜଜ୍ ଏବଂ ତାଙ୍କର ସହକର୍ମୀମାନେ କିପରି ଜଣେ ମହିଳା ଜଜଙ୍କୁ ନିର୍ଯାତନା ଦେଉଥିଲେ ତାହା ନିଜେ ଖୁଲାସା କରିଛନ୍ତି ପୀଡ଼ିତା। ମହିଳା ଜଙ୍କ ଅଭିଯୋଗ ଯେ, ସେ ଯେତେବେଳେ ସଂପୃକ୍ତ ପୁରୁଷ ଜଜଙ୍କ ଅଧିନରେ କାର୍ଯ୍ୟ କରୁଥିଲେ, ସେତେବେଳେ ପରୁଷ ଜଜ ତାଙ୍କୁ ଉଭୟ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ମଧ୍ୟ ଦିଆଯାଉଥିଲା। ଆଉ ଏହି ଘଟଣା ସବୁ ସୀମା ଟପି ଯାଇଥିଲା।

ପୀଡ଼ିତା ମହିଳା ଜଜଙ୍କ କହିବା ଅନୁସାରେ, ଜୁଲାଇ 2023 ରେ ସେ ହାଇକୋର୍ଟଙ୍କ ଇଣ୍ଟରନାଲ କମ୍ପଲେଣ୍ଟ କମିଟିରେ (ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ଅଭିଯୋଗ କରିବା ପରେ, ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମହିଳା ଜଜ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ' ମୁଁ କେବଳ ଅନୁରୋଧ କରିଥିଲି ଯେ ଅନୁସନ୍ଧାନ ବିଚାରାଧୀନ ରହିଥିବା ସମୟରେ ସଂପୃକ୍ତ ଜିଲ୍ଲା ଜଜଙ୍କୁ ସ୍ଥାନାନ୍ତର କରାଯାଉ। ମାତ୍ର ତାହା ମଧ୍ୟ ଶୁଣାଯାଇ ନଥିଲା । ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ଗତ ଦେଢ଼ବର୍ଷ ଧରି ମୁଁ ଜଣେ ଶବ ପରି ବଞ୍ଚିଛି। ଏଭଳି ସ୍ଥିତିରେ ଆଉ ବଞ୍ଚିବାର ମାନେ କିଛି ନାହିଁ ।' ମହିଳା ଜଜଙ୍କ ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.