ETV Bharat / bharat

ଗାଉନ୍‌ ପିନ୍ଧିବା ବେଳେ ନିଜ ବନ୍ଧୁକରୁ ଗୁଳି ଫୁଟି ବିଚାରପତି ଆହତ

author img

By

Published : Jan 21, 2023, 6:16 PM IST

ଅସାବଧାନତା ହେତୁ ଜଜଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଫୁଟିଲା ଗୁଳି । ଗୋଡରେ ଗୁଳି ବାଜି ବିଚାରପତି ଆହତ । ପୋଲିସ କରୁଛି ତଦନ୍ତ । ଅଧିକ ପଢନ୍ତୁ

ଗାଉନ ପିନ୍ଧିବା ବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ବିଚାରପତି ଆହତ

ହାଇଦ୍ରାବାଦ: ଗାଉନ୍‌ ପିନ୍ଧିବା ବେଳେ ଅସାବଧାନତାବଶତଃ ବିଚାରପତିଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ଏଥିରେ ବିଚାରପତିଙ୍କ ଗୋଡରେ ଗୁଳି ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶ ମିର୍ଜାପୁର କୋର୍ଟ କମ୍ପ୍ଲେକ୍ସ ମଧ୍ୟରେ ଏପରି ଅଘଟଣ ଘଟିଛି । ଆହତ ହୋଇଥିବା ବିଚାରପତି ହେଉଛନ୍ତି, ଅତିରିକ୍ତ ଜିଲ୍ଲା ଜଜ୍‌ ତାଲେଶ୍ବର ସିଂ । ଜଷ୍ଟିସ ସିଂଙ୍କର ନିଜ ଚାମ୍ବରରେ ଏହି ଅଘଟଣ ଘଟିଛି ।

ତେବେ ଘଟଣା ନେଇ ମିଳିଥିବା ସୂଚନା ଅନୁସାରେ, ଜଷ୍ଟିସ ସିଂ ଶୁଣାଣି ପୂର୍ବରୁ କୋର୍ଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ତାଙ୍କ ନିଜ ଚାମ୍ବରରେ ଗାଉନ ପିନ୍ଧୁଥିଲେ । ଏହି ସମୟରେ ତାଙ୍କ ପକେଟରେ ଥିବା ଲାଇସେନ୍ସ ପ୍ରାପ୍ତ ରିଭଲଭରଟି ଚଟାଣରେ ଖସିପଡିଥିଲା । ଚାଟାଣରେ ପିଟି ହେବା କାରଣରୁ ସେଥିରୁ ଗୋଟିଏ ରାଉଣ୍ଡ ଫାଏର ହୋଇ ଜଷ୍ଟିସ ସିଂଙ୍କ ଗୋଟିଏ ଗୋଡରେ ଗୁଳି ବାଜିଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅପରେସନ କରି ତାଙ୍କ ଗୋଡରୁ ଗୁଳିକୁ ବାହାର କରାଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ରହିଛନ୍ତି । ସେ ସୁସ୍ଥ ଥିବା ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ସ୍ଥାନୀୟ ଅତିରିକ୍ତ ଏସ.ପି ଶ୍ରୀକାନ୍ତ ପ୍ରଜାପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘‘ଏଡିଜି ସିଂଙ୍କ ଚାମ୍ବରରେ ଗୁଳି ଫୁଟିବା ନେଇ ସୂଚନା ମିଳିବା ପରେ ତୁରନ୍ତ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡରେ ଗୁଳି ବାଜିଥିଲା ଓ ଅପରେସନ ପରେ ତାଙ୍କ ଅବସ୍ଥା ସ୍ଥିର ରହିଛି । ପ୍ରାଥମିକ ଭାବେ ଅସାବଧାନତାବଶତଃ ଏପରି ହୋଇଥିବା ଜଣାପଡିଛି ।" ବନ୍ଧୁକଟି ଜଷ୍ଟିସଙ୍କର ସରକାରୀ ଅନୁମତି ପ୍ରାପ୍ତ ବନ୍ଧୁକ । ନ୍ୟାୟପାଳିକା ସହଯୋଗରେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି ।

ଅନେକ ସମୟରେ ଅସାବଧାନତାରୁ ନିଜ ସର୍ଭିସ ରାଇଫଲ ଓ ରିଭଲଭରରୁ ଗୁଳି ଫୁଟି ସେନାର ଯବାନ ଓ ପୋଲିସ କର୍ମୀଙ୍କ ପ୍ରାଣହାନୀ ଘବର ସାମ୍ନାକୁ ଆସିଥାଏ । କେଉଁଠି ବନ୍ଧୁକର ଚାମ୍ବର ସଫା ଓ ମ୍ୟାଗାଜିନ୍‌ରେ ବୁଲେଟ ଲୋଡିଂ ବେଳେ ତ ଅନ୍ୟ କେଉଁଠି ସେଫ୍ଟି ଲକ ଅସାବଧାନତା ପାଇଁ ଗୁଳି ଫୁଟିଥାଏ । ତେବେ ଜଣେ ବିଚାରପତିଙ୍କ ଚାମ୍ବରରେ ନିଜ ବନ୍ଧୁକରୁ ଗୁଳି ଫୁଟିବା ଘଟଣା ବିରଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.