ETV Bharat / bharat

ୟୁନିଫର୍ମରେ Paytm QR Code ମାରି ବକ୍ସିସ୍ ଆଦାୟ, ନିଲମ୍ବିତ ହେଲେ କୋର୍ଟ କର୍ମଚାରୀ - ୟୁନିଫର୍ମରେ ପେଟିଏମ କ୍ୟୁଆର କୋର୍ଡ

ବକ୍ସିସ ନେବା ଲାଗି ଉତ୍ତରପ୍ରଦେଶ ହାଇକୋର୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ମାର୍ଟ ଉପାୟ । ପେଟିଏମ କ୍ୟୁଆର କୋର୍ଡ ଲଗାଇ ଟଙ୍କା ନେବା ଅଭିଯୋଗରେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

ୟୁନିଫର୍ମରେ Paytm QR Code ମାରି ଟଙ୍କା ନେବା ପଡ଼ିଲା ମହଙ୍ଗା, କୋର୍ଟ କର୍ମଚାରୀ ନିଲମ୍ବିତ

author img

By

Published : Dec 2, 2022, 3:13 PM IST

Updated : Dec 2, 2022, 4:36 PM IST

ଲକ୍ଷ୍ନୌ: ୟୁନିଫର୍ମରେ ଅନଲାଇନ ଟଙ୍କା ନେଣଦେଣ କମ୍ପାନୀ ପେଟିମ (Paytm) କ୍ୟୁଆର କୋଡ଼ ଲଗାଇବା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ଉତ୍ତରପ୍ରଦେଶ ହାଇକୋର୍ଟ (High Court) କର୍ମଚାରୀ ରାଜେନ୍ଦ୍ର କୁମାର (Orderly Rajendra Kumar) । ରାଜେନ୍ଦ୍ର ଅନ୍ୟ ଆଇନଜୀବୀଙ୍କ ଠାରୁ ବକ୍ସିସ ନେବା ଲାଗି ଏପରି ନିଜ ୟୁନିଫର୍ମରେ ପେଟିଏମର କ୍ୟୁଆର କୋର୍ଡ (Paytm qr code) ଲଗାଇ ବୁଲୁଥିଲେ । ଏନେଇ ଗଣମାଧ୍ୟମରେ ଫଟୋଟି ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।

ହାଇକୋର୍ଟରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ବ୍ୟକ୍ତିଗତ କର୍ମଚାରୀ ଭାବେ ରାଜେନ୍ଦ୍ର କାମ କରୁଥିଲେ । ସେ ଅନ୍ୟ ଆଇନଜୀବୀଙ୍କ ଠାରୁ ଉପୁରି ଟଙ୍କା ବା ବକ୍ସିସ ନେବା ଲାଗି ନିଜ ୟୁନିଫର୍ମରେ ପେଟିଏମର କ୍ୟୁଆର କୋର୍ଡ ଲଗାଇ କୋର୍ଟ ପରିସରରେ ବୁଲୁଥିଲେ । ଏନେଇ ଅଭିଯୋଗ ମଧ୍ୟ ଆସିଥିଲା । ଯେଉଁ ଆଇନଜୀବୀ ତାଙ୍କୁ ନଗଦ ଟଙ୍କା ଦେଉନଥିଲେ ସେ ଏହି କ୍ୟୁଆର କୋର୍ଡରେ ସ୍କାନ କରି ଉକ୍ତ ଆଇନଜୀବୀଙ୍କ ଠାରୁ ଅନଲାଇନ ମାଧ୍ୟମରେ ଟଙ୍କା ନେଉଥିଲେ ।

ୟୁନିଫର୍ମରେ Paytm QR Code ମାରି ଟଙ୍କା ନେବା ପଡ଼ିଲା ମହଙ୍ଗା, କୋର୍ଟ କର୍ମଚାରୀ ନିଲମ୍ବିତ
ୟୁନିଫର୍ମରେ Paytm QR Code ମାରି ଟଙ୍କା ନେବା ପଡ଼ିଲା ମହଙ୍ଗା, କୋର୍ଟ କର୍ମଚାରୀ ନିଲମ୍ବିତ

ଏହା ବି ପଢନ୍ତୁ- ଗାଳି ଦେଇଥିଲେ ବାପା: ଝିଅକୁ ଦୁଷ୍କର୍ମ ଓ ହତ୍ୟା କରି ପ୍ରତିଶୋଧ ନେଲା ୧୫ ବର୍ଷୀୟ ନାବାଳକ

ନିକଟରେ ଏନେଇ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ କୋର୍ଟରେ ଜଣେ କର୍ମଚାରୀ ନିଜ ୟୁନିଫର୍ମରେ ପେଟିଏମର କ୍ୟୁଆର କୋର୍ଡ ଲଗାଇଥିଲେ । ମାତ୍ର ଏହି ଭାଇରାଲ ଫଟୋରେ କର୍ମଚାରୀଙ୍କ ଚେହେରା ଦେଖାଯାଉନାହିଁ । ଯାଞ୍ଚ ପରେ ଏହା ଜଣାପଡ଼ିଥିଲା ଯେ ଉକ୍ତ ଭାଇରାଲ ଫଟୋରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ହାଇକୋର୍ଟରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ବ୍ୟକ୍ତିଗତ କର୍ମଚାରୀ ରାଜେନ୍ଦ୍ର କୁମାର । ଏହାପରେ ଜଷ୍ଟିସ ଅଜିତ ସିଂ ଏନେଇ ମୁଖ୍ୟ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହାପରେ ମୁଖ୍ୟ ବିଚାରପତି ପ୍ରମାଣ ଆଧାରରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜେନ୍ଦ୍ର କୁମାରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ସେପଟେ କୋର୍ଟ ପରିସରରେ ସେ ଏତେ ଦିନ ଧରି କିପରି ଏପରି ଅପରାଧିକ କାର୍ଯ୍ୟ କରୁଥିଲେ ତାହାକୁ ନେଇ ସାଧାରଣରେ ସମାଲୋଚନା ମଧ୍ୟ କରାଯାଇଛି ।

Last Updated : Dec 2, 2022, 4:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.