ଲକ୍ଷ୍ନୌ: ବିଧାନସଭା ନିର୍ବାଚନ 2022(assembly elections 2022) ପୂର୍ବରୁ ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥଙ୍କ(Uttar Pradesh CM Yogi Adityanath) ରାଜ୍ୟବାସୀଙ୍କୁ ଉପହାର । ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଯୋଗୀ ସରକାର । ଆଉ ଏବେ ଯୋଗୀ, ଲୋକଙ୍କୁ 1 ଟଙ୍କାରେ ଘର ଯୋଗାଇ ଦେବା ନେଇ(1 rupee house scheme) ଯୋଜନା କରିଥିବା ସୂଚନା ମିଳୁଛି । ଏହି ନୂତନ ଯୋଜନା ଅଧୀନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ଆଇନଜୀବୀଙ୍କୁ ଘର ପ୍ରଦାନ କରିବେ। ତାହା ପୁଣି କେବଳ ଗୋଟିଏ ଟଙ୍କାରେ ।
ବାସ୍ତବରେ, ୟୁପି ସରକାର ଗ୍ରୁପ ସି ଏବଂ ଡି ର ଲକ୍ଷ ଲକ୍ଷ କର୍ମଚାରୀ ଏବଂ ଓକିଲମାନଙ୍କୁ ସବସିଡି ଉପରେ ଘର ଯୋଗାଇବାକୁ ଯାଉଛନ୍ତି । ସୂଚନାନୁସାରେ, ଉଚ୍ଚ ଅଧିକାରୀଙ୍କ ବୈଠକରେ ଏହି ଯୋଜନାଗୁଡ଼ିକର ଡ୍ରାଫ୍ଟ ବା ନକ୍ସା ପ୍ରସ୍ତୁତ କରାଯାଇଛି। ଉଚ୍ଚ ସ୍ତରରୁ ଅନୁମୋଦନ ପରେ ଏହି ପ୍ରସ୍ତାବ କ୍ୟାବିନେଟ ଦ୍ବାରା ପାରିତ ହେବ। ଏହା ପରେ ହିଁ ହଜାର ହଜାର କର୍ମଚାରୀ ଏହି ଯୋଜନାର ଲାଭ ପାଇପାରିବେ ।
ଆପଣଙ୍କୁ କହି ରଖୁଛୁ ଯେ, ଘର ପାଇଥିବା କର୍ମଚାରୀମାନେ ଏହି ଘରକୁ ୧୦ ବର୍ଷ ମଧ୍ୟରେ ବିକ୍ରି କରିପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି । ସୂଚନାଯୋଗ୍ୟ ଯେ ଗ୍ରୁପ୍ ସି ଏବଂ ଡି କର୍ମଚାରୀଙ୍କୁ ରିହାତିରେ ଘର ଯୋଗାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ। ଏଭଳି ପରିସ୍ଥିତିରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଏହି ନିଷ୍ପତ୍ତିକୁ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ପସନ୍ଦ କରିପାରନ୍ତି ।