ETV Bharat / bharat

ରାହୁଲ ବି ଯାଇପାରିବେନି ଉତ୍ତର ପ୍ରଦେଶ - ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ଛାଡିଲେନି

ଭିଡ଼ ପାଇଁ ଲାଗୁ ହୋଇଥିବା କଟକଣାକୁ ଆଧାର କରି ରାହୁଲ ଗାନ୍ଧୀଙ୍କ ଉତ୍ତର ପ୍ରଦେଶ ଗସ୍ତକୁ ଅନୁମତି ଦେଲେନି ୟୁପି ସରକାର । ଅଧିକ ପଢନ୍ତୁ...

UP govt denies permission to Rahul Gandhi to visit Lakhimpur Kheri
ରାହୁଲ ଗାନ୍ଧୀ ବି ଉତ୍ତର ପ୍ରଦେଶ ଯାଇପାରିବେନି
author img

By

Published : Oct 6, 2021, 9:28 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଚାଷୀ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ଗତକାଲି(ମଙ୍ଗଳବାର) କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରାଯାଇ ଥିବାବେଳେ ଆଜି ରାହୁଲ ଗାନ୍ଧୀଙ୍କୁ ଲଖୀମପୁର ଯିବାକୁ ଅନୁମତି ଦେଲେନି ଉତ୍ତର ପ୍ରଦେଶ ସରକାର ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ମଣ୍ଡଳ ଲଖୀମପୁର ଖେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ରବିବାର ଚାଷୀ ଆନ୍ଦୋଳନରେ ଘଟିଥିବା ହିଂସାକାଣ୍ତରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ବର୍ଗଙ୍କୁ ଭେଟିଥାନ୍ତା ଏହି ପ୍ରତିନିଧି ମଣ୍ଡଳୀ । ହେଲେ ଅନ୍ୟ ବିରୋଧୀ ଦଳର ନେତାଙ୍କ ଭଳି ଉତ୍ତର ପ୍ରଦେଶ ସରକାର ରାହୁଲଙ୍କ ଲଖୀମପୁର ଖେରୀ ଗସ୍ତରେ ପ୍ରତିବନ୍ଧକ ଲଗାଇଛନ୍ତି ।

ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ପ୍ରତିନିଧି ମଣ୍ଡଳୀ ଗସ୍ତ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲା କଂଗ୍ରେସ । ଏଥିରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଲଖୀମପୁର ଖେରୀ ଯିବାକୁ ଚାହୁଁଥିବା କୁହାଯାଇଥିଲା । ଏଥିସହ ପ୍ରିୟଙ୍କାଙ୍କ ଗିରଫଦାରୀକୁ ବେଆଇନ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଥିଲା ।

ତେବେ ଯୋଗୀ ସରକାର ଭିଡ଼ ପାଇଁ ଲାଗୁ ହୋଇଥିବା କଟକଣାକୁ ଆଧାର କରି ରାହୁଲ ଗାନ୍ଧୀଙ୍କ ଲଖୀମପୁର ଖେରୀ ଗସ୍ତକୁ ଅନୁମତି ଦେଇନାହାନ୍ତି । ରାହୁଲ ଗାନ୍ଧୀ, ସଚିନ ପାଇଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ବରିଷ୍ଠ ନେତା କେସି ଭେନୁଗୋପାଲ ଲଖୀମପୁର ଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ମୁଖ୍ୟମନ୍ତ୍ରୀ ବାଘେଲ ଲକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ବାହାରକୁ ଛଡ଼ା ଯାଇ ନଥିଲା । ଫଳରେ ବାଘେଲ ଏହାକୁ ବିରୋଧ କରି ଦୀର୍ଘ ସମୟ ଏୟାରପୋର୍ଟ ଚଟାଣରେ ଧାରଣା ଦେବାପରେ ରାୟପୁର ଫେରି ଯାଇଛନ୍ତି ।

ତେବେ ଉତ୍ତର ପ୍ରଦେଶ ସରକାର ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଅନୁମତି ନ ଦେବା ପରେ ସେ ଲଖୀମପୁର ଗସ୍ତ କରୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.