ETV Bharat / bharat

Atiq-Ashraf Murder: ଉଚ୍ଚସ୍ତରୀୟ କମିଟି ଗଠନ କଲେ ୟୁପି ସରକାର - ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ହତ୍ୟା

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ହତ୍ୟା ଘଟଣା ନେଇ ତିନି ଜଣିଆ ନ୍ୟାୟିକ କମିଶନ ଗଠନ କରାଯାଇଛି । ଅଧିକ ପଢ଼ନ୍ତୁ

Mafia Atiq Ashraf Murder
ଅତିକ ଅହମ୍ମଦ ଓ ଅସରଫ ହତ୍ୟା ଘଟଣା
author img

By

Published : Apr 16, 2023, 8:41 PM IST

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗ୍ୟାଙ୍ଗଷ୍ଟାର ଦୁଇ ଭାଇକୁ ତିନି ଜଣ ଯୁବକ କାହିଁକି ମାରିଲେ ? ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନାଁ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ପରିପ୍ରେକ୍ଷୀରେ ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି । ତିନି ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ହତ୍ୟା ଘଟଣାକୁ ଅତି ଗୁରୁତର ସହକାରେ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଏହି ପରିପ୍ରେକ୍ଷୀରେ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ କମିଶନ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ଦାଖଲ କରିବେ । ହାଇକୋର୍ଟର ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ଏବଂ ଜଣେ ପୂର୍ବତନ ଡିଜିପି ଏହି ଉଚ୍ଚସ୍ତରୀୟ କମିଟିରେ ସାମିଲ ଥିବା ବେଳେ ଘଟଣାର ତଦନ୍ତ କରିବେ ।

ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ କହିଛନ୍ତି ଯେ, "ଶନିବାର ରାତିରେ ଘଟିଥିବା ପ୍ରୟାଗରାଜ ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନ୍ୟାୟିକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ କମିଶନ ୧୯୫୨ ଅଧୀନରେ ଏକ ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ କମିଟି ଗଠନ କରାଯାଇଛି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରବିନ୍ଦ ତ୍ରିପାଠୀ ଓ ବ୍ରିଜେଶ କୁମାର ସୋନି ଏବଂ ପୂର୍ବତନ ଡିଜିପି ସୁବେଶ କୁମାର ସିଂ ଏଥିରେ ସାମିଲ ହୋଇଛନ୍ତି ।"

ପ୍ରକାଶ ଥାଉକି, ଶନିବାର ରାତିରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫକୁ ତିନି ଜଣ ଯୁବକ ଗୁଳି କରି ହତ୍ୟା କରିଛନ୍ତି । ଅତିକ ଓ ଅସରଫକୁ ପୋଲିସ ପ୍ରାୟାଗରାଜ ହସ୍ପିଟାଲରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ହେପାଜତକୁ ନେଉଥିଲା । ଏତିକି ବେଳେ ଉଭୟ ପୋଲିସ କଷ୍ଟଡିରେ ରହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ପଏଣ୍ଟ ବ୍ଲାଙ୍କ୍‌ରୁ ତିନି ଜଣ ଯୁବକ ସେମାନଙ୍କ ଉପରେ ଗୁଳି ବର୍ଷା କରିଥିଲେ । ହାତକଡି ଲାଗିଥିବା ଅବସ୍ଥାରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.