ETV Bharat / bharat

UP Election 2022: ପୁଅକୁ ଟିକଟ ପାଇଁ ସାଂସଦ ପଦ ଛାଡିବି କହିଲେ ରୀତା ବହୁଗୁଣା ଯୋଶୀ

author img

By

Published : Jan 18, 2022, 4:55 PM IST

ଆହ୍ଲାବାଦ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ନିଜ ପୁଅର ବିଧାନସଭା ଟିକଟ ପାଇଁ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ପୁଅକୁ ଲକ୍ଷ୍ନୌ କେଣ୍ଟରୁ ଟିକଟ ଦିଆଯିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ପୁଅର ଟିକଟ ପାଇଁ ସାଂସଦ ପଦରୁ ଇସ୍ତଫା ଦେବି କହିଲେ ବିଜେପି ସାଂସଦ

ଲକ୍ଷ୍ନୌ: ପୁଅର ଟିକଟ ପାଇଁ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବିଜେପି ସାଂସଦ । ଆହ୍ଲାବାଦ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ନିଜ ପୁଅର ବିଧାନସଭା ଟିକଟ ପାଇଁ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ପୁଅକୁ ଲକ୍ଷ୍ନୌ କେଣ୍ଟରୁ ଟିକଟ ଦିଆଯିବା ପାଇଁ ଦାବି କରିଛନ୍ତି । ଏଥିପାଇଁ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।

  • He (son Mayank Joshi) has been working since 2009 & has applied for it (a ticket from Lucknow Cantt), rightfully. But if the party has decided to give ticket to only 1 person per family, I will resign from my present LS seat if Mayank gets a ticket: BJP LS MP Rita Bahuguna Joshi pic.twitter.com/QCu3zN7p8P

    — ANI UP/Uttarakhand (@ANINewsUP) January 18, 2022 " class="align-text-top noRightClick twitterSection" data=" ">

ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧନ କରିବା ବେଳେ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ କହିଛନ୍ତି ଯେ ୨୦୦୯ ରୁ ମୋ ପୁଅ ମୟଙ୍କ ଯୋଶୀ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଏହା ସହ ସେ ଲକ୍ଷ୍ନୌ କେଣ୍ଟରୁ ବିଧାନସଭା ଟିକଟ ପାଇଁ ଆଶାୟୀ ରହିଛନ୍ତି । ଯଦି ଦଳ 'ଗୋଟିଏ ପରିବାର ଗୋଟିଏ ଟିକଟ' ନୀତି ଆପଣାଉଛି । ତେବେ ମୁଁ ମୋ ପୁଅ ମୟଙ୍କ ପାଇଁ ବର୍ତ୍ତମାନର ଲୋକସଭା ସିଟରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ଅଛି । ମୁଁ ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଚିଠି ଲେଖିଛି । ମୁଁ ସବୁବେଳେ ବିଜେପି ପାଇଁ କାମ କରୁଥିବି । ଦଳ ମୋର ପ୍ରସ୍ତାବରେ ରାଜି ହେଉ କିମ୍ବା ନ ହେଉ କିନ୍ତୁ ବିକଳ୍ପ କରିପାରିବ ବୋଲି କହିଛନ୍ତି । ଆଉ ଆଗାମୀ ଦିନରେ ମୁଁ ନିର୍ବାଚନ ଲଢିବି ନାହିଁ ବୋଲି ବହୁ ପୂର୍ବରୁ ଘୋଷଣା କରିଛି ବୋଲି କହିଛନ୍ତି ।

ଲକ୍ଷ୍ନୌ କେଣ୍ଟ ବିଧାନସଭା ଆସନ

ଉତ୍ତପ୍ରଦେଶରେ ବିଧାନସଭା ନିର୍ବାଚନର ଲକ୍ଷ୍ନୌ କେଣ୍ଟ ବିଧାନସଭା ଆସନ ବହୁ ଗରୁତ୍ବପୂର୍ଣ୍ଣ ରହିଛି । ଏହି ଆସନରୁ ବିଜେପିର ବହୁ ଆଶାୟୀ ରହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ଲକ୍ଷ୍ନୌ କେଣ୍ଟ ଆସନରୁ ରୀତା ବହୁଗୁଣା ଯୋଶୀ ବିଜୟ ହାସଲ କରିଥିଲେ । ବର୍ତମାନ ନିଜ ପୁଅ ମୟଙ୍କ ଯୋଶୀଙ୍କୁ ଏହି ଆସନରୁ ରାଜନୀତି ପଦାର୍ପଣ କରିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି। ରୀତା ବହୁଗୁଣା ଯୋଶୀ ୨୦୧୯ ଲୋକସଭା ନିର୍ବାଚନରେ ଆହ୍ଲାବାଦରୁ ବିଜୟ ହାସଲ ପରେ ଏହି ଆସନ ଛାଡି ଦେଇଥିଲେ। ଏହା ପରେ ଉପନିର୍ବାଚନରେ ବିଜେପିର ସୁରେଶ ତିୱାରୀ ବିଧାୟକ ହୋଇଥିଲେ । ତେବେ ଲକ୍ଷ୍ନୌ କେଣ୍ଟ ଆସନରୁ ରୀତା ବହୁଗୁଣା ଯୋଶୀ ବହୁବାର ନିର୍ବାଚିତ ହୋଇଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.