ETV Bharat / bharat

ୟୁପି ପୋଲିସଙ୍କ ଗୁଣ୍ଡାରାଜ, ଖାଇବା ଟଙ୍କା‌ ମାଗି ଫସିଲେ ହୋଟେଲ କର୍ମଚାରୀ

ଉତ୍ତରପ୍ରଦେଶରେ ପୋଲିସର ଗୁଣ୍ଡାରାଜି ଦେଖିବାକୁ ମିଳିଛି । ପୋଲିସ କର୍ମଚାରୀମାନେ ହୋଟେଲରେ ଖାଇ ଦେଲେନି ଟଙ୍କା । ଟଙ୍କା ମାଗିବାରୁ ମିଥ୍ୟା ମାମଲାରେ ଫସାଇଲେ ପୋଲିସ୍ । ଅଧିକ ପଢନ୍ତୁ...

ୟୁପି ପୋଲିସଙ୍କ ଗୁଣ୍ଡାରାଜି, ବିଲ୍‌ ମାଗିବାରୁ 10 ହୋଟେଲ କର୍ମଚାରୀଙ୍କୁ ଜେଲରେ କଲେ ଭର୍ତ୍ତି

author img

By

Published : Mar 24, 2021, 8:02 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟା ସହରର ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜି ଦେଖିବାକୁ ମିଳିଛି । ଭୋଜନ ପରେ ହୋଟେଲ ମାଲିକ 2 ଜଣ ପୋଲିସ ଅଧିକାରୀଙ୍କୁ ବିଲ୍‌ ମାଗିଥିଲେ । ମାତ୍ର ପୋଲିସ ଅଧିକାରୀ ଟଙ୍କା ବଦଳରେ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି 10 ଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି ।

ୟୁପି ପୋଲିସଙ୍କ ଗୁଣ୍ଡାରାଜି, ବିଲ୍‌ ମାଗିବାରୁ ହୋଟେଲ କର୍ମଚାରୀଙ୍କୁ ଜେଲରେ କଲେ ଭର୍ତ୍ତି

ମିଳିଥିବା ସୂଚନା ଅନୁସାରେ ହୋଟେଲ ମାଲିକ ପ୍ରଭୀନ କୁମାର କୋଟୱାଲି ଗ୍ରାମାଞ୍ଚଳ ପୋଲିସ ଷ୍ଟେସନର 2 ଜଣ କର୍ମଚାରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ପ୍ରଭୀନ ଜଣେ ଭିନ୍ନକ୍ଷମ ବ୍ୟକ୍ତି ବୋଲି ଜଣାପଡିଛି । ପ୍ରଭୀନଙ୍କ ଅଭିଯୋଗ ମୁତାବକ ତାଙ୍କ ହୋଟେଲ ଭୋଜନ କରିଥିବା 2 ପୋଲିସ ଅଧିକାରୀ ସନ୍ତୋଷ କୁମାର ଓ ଶୈଳେନ୍ଦ୍ର ୟାଦବ ଖାଦ୍ୟର ବିଲ୍‌ ପୈଠ କରିନଥିଲେ । ତେବେ ହୋଟେଲ କର୍ମଚାରୀମାନେ ସେମାନଙ୍କୁ ଖାଇବା ଟଙ୍କା ମାଗିବାରୁ ସେ ଟଙ୍କା ପୈଠ କରିବା ପରିବର୍ତ୍ତେ ସେମାନଙ୍କ ସହ ଯୁକ୍ତିତର୍କ କରିବା ସହ ଜେଲ ପଠାଇଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଏହା ପରେ 2 ଜଣ ପୋଲିସ କର୍ମଚାରୀ ହୋଟେଲ କର୍ମଚାରୀଙ୍କୁ ଏକ ମିଥ୍ୟା ଲୁଟ ମାମଲାରେ ଫସାଇ 10 ଜଣ ହୋଟେଲେ କର୍ମଚାରୀଙ୍କୁ ଗିରଫ କରିଛନ୍ତି । ସେପଟେ ଏନକାଉଣ୍ଟର ପରେ ଉକ୍ତ ହୋଟେଲ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ପୋଲିସ ଦାବି କରିଛି । ହୋଟେଲ କର୍ମଚାରୀଙ୍କୁ ମୁକ୍ତ କରିବା ପାଇଁ ଦୁଇ ପୋଲିସ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗକାରୀ ମାନେ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀ ପ୍ରଭୀନ ଏଟା ସହରର ଡିଏମଙ୍କୁ ନ୍ୟାୟ ମାଗିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଏହି ସମୟରେ ଡକ୍ଟର ବିଭା ଚାଞ୍ଚଲ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ବିଭାଗକୁ ଘଟଣାର ସଠିକ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଏସପି ରାହୁଲ କୁମାର କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ ତଦନ୍ତ ପାଇଁ ତାଙ୍କୁ ଆବେଦନ ପଠାଇଛନ୍ତି । ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ଭୂମିକାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ହୋଟେଲ କର୍ମଚାରୀମାନେ ମିଥ୍ୟା ଅଭିଯୋଗ କରିଥିବା ପୋଲିସ କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

କିନ୍ତୁ ଯଦି ଏହି ଘଟଣାରେ ଲୋକଙ୍କୁ ଜେଲକୁ ପଠାଇବା ମାମଲା ମିଥ୍ୟା ବୋଲି ଜଣାପଡେ ତେବେ ସମସ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରାହଲୁ କହିଛନ୍ତି । ତେବେ ନିରପେକ୍ଷ ଯାଞ୍ଚକୁ ସୁନିଶ୍ଚିତ କରିବା ପାଇଁ ମାମଲାଟି ପଞ୍ଜୀକୃତ ହୋଇଛି ଏବଂ ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.