ETV Bharat / bharat

ଉତ୍ତରପ୍ରଦେଶରୁ ହଟିଲା ୧୧୦୦୦ ଲାଉଡସ୍ପିକର - ଧାର୍ମିକସ୍ଥଳୀର ହଟିଲା ଲାଉଡସ୍ପିକର

ଉତ୍ତରପ୍ରଦେଶର ବିଭିନ୍ନ ଧାର୍ମିକସ୍ଥଳରୁ ହଟିଲା ୧୧ ହଜାର ଲାଉଡସ୍ପିକର । ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଙ୍ଘନ କରୁଥିବା ଲାଉଡସ୍ପିକର ଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରୁ ହଟିଲା ୧୧,୦୦୦ ଲାଉଡସ୍ପିକର
ଉତ୍ତରପ୍ରଦେଶରୁ ହଟିଲା ୧୧,୦୦୦ ଲାଉଡସ୍ପିକର
author img

By

Published : Apr 28, 2022, 10:02 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜାରି ରହିଛି ଲାଉଡସ୍ପିକର ହଟାଅ ଅଭିଯାନ । ଗତ ୪ ଦିନ ମଧ୍ୟରେ ରାଜ୍ୟରେ ଥିବା ମନ୍ଦିର, ମସଜିଦ ଭଳି ବିଭିନ୍ନ ଧାର୍ମିକସ୍ଥଳରୁ ପାଖାପାଖି ୧୧ ହଜାର ଲାଉଡସ୍ପିକର ହଟାଯାଇଛି । ଏଥିସହ ରାଜ୍ୟବ୍ୟାପୀ ୩୫ ହଜାରରୁ ଅଧିକ ଲାଉଡସ୍ପିକରର ଶବ୍ଦ(volume) କମ୍ କରାଯାଇଛି । ଧାର୍ମିକ ସ୍ଥଳଗୁଡିକରେ ଅବୈଧ ରୂପେ ଲାଗିଥିବା ଲାଉଡସ୍ପିକର ହଟାଇବା ଏବଂ ଏହାର ଶବ୍ଦ କମ୍ କରିବା ନେଇ ଏହି ଅଭିଯାନ ଚାଲିଛି । ଅଭିଯାନ ଅନ୍ତର୍ଗତ ବୁଧବାର ସନ୍ଧ୍ୟା ସୁଦ୍ଧା ୧୦,୯୨୩ ଲାଉଡସ୍ପିକର ହଟାଯାଇଥିବା ବୁଧବାର ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି ।

ଯେଉଁ ଲାଉଡସ୍ପିକର ଗୁଡିକ ହଟାଯାଇଛି, ସେଗୁଡିକ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ନଥିଲା । ପୋଲିସ ଦ୍ବାରା ବୁଧବାର ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଲକ୍ଷ୍ନୌରେ ସବୁଠୁ ଅଧିକ 2,395 ଲାଉଡସ୍ପିକର ହଟାଯାଇଛି । ଏହାପରେ ଗୋରଖପୁରରୁ 1,788, ବାରଣାସୀରୁ 1,366, ମିରଟରୁ 1204ଟି ହଟାଯାଇଛି । ସେହିପରି ଲକ୍ଷ୍ନୌରେ 7,397 ଲାଉଡସ୍ପିକର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିନା କୌଣସି ଭେଦଭାବରେ ଲାଉଡସ୍ପିକର ହଟାଇବା ଅଭିଯାନ ଜାରି ରହିଛି । ଏଥିପାଇଁ କୌଣସି ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡିନଥିବା ୟୁପି ଏଡିଜି କହିଛନ୍ତି ।

କିଛି ଦିନ ତଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ନିଜ ନିଜ ଧର୍ମି ରୀତିନୀତି ଅନୁସାରେ ପୂଜା ପାଠ କରିବାର ସମସ୍ତଙ୍କର ଅଧିକାର ଅଛି । ହେଲେ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନ କରେ ସେଥିପ୍ରତି ଯତ୍ନବାନ ହେବା ଦରକାର । ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଙ୍ଘନ କରୁଥିବା ଲାଉଡସ୍ପିକର ଗୁଡିକୁ ହଟାଇବାକୁ ଏବଂ ଶବ୍ଦ କମ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.