ETV Bharat / bharat

ବିଧାନସଭା ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ !

author img

By

Published : Jan 3, 2022, 6:58 AM IST

ନିର୍ବାଚନ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ( UP CM Yogi Adityanath) । ନୂଆବର୍ଷ ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Yogi Adityanath
ବିଧାନସଭା ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ !

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ( UP CM Yogi Adityanath)। ନୂଆବର୍ଷ ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛି ସେ ଅଯୋଧ୍ୟା ହେଉ କିମ୍ବା ଗୋରଖପୁର ହେଉ ଦଳ ଯେଉଁଠି ପ୍ରାର୍ଥୀ କରିବି ସେଠାରେ ଲଢିବି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।

ଉତ୍ତରପ୍ରଦେଶରେ ଚଳିତ ବର୍ଷ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ଉଷ୍ଣ ହେବାରେ ଲାଗିଛି । ଶାସକ ବିଜେପିକୁ କଡା ଟକ୍କର ଦେଉଛନ୍ତି ବିରୋଧ ସମାଜବାଦୀ ପାର୍ଟୀ ସମେତ କଂଗ୍ରେସ ଓ ଏଆଇଏମଆଇଏମ ସହ ଅନ୍ୟାନ୍ୟ ରାଜନୈତିକ ଦଳ। ଯୋଗୀ ଆଦିତ୍ୟନାଥଙ୍କ ବିଧାନସଭା ନିର୍ବାଚନ ଲଢିବା ମାଷ୍ଟରଷ୍ଟ୍ରୋକ ସଦୃଶ୍ୟ ହୋଇପାରେ। ଯେହେତୁ ନିର୍ବାଚନ ଲଢିବା ସଂକେତ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟର ଆତ୍ମବିଶ୍ବାସ ଦେଖାଇଛନ୍ତି। ଗତ ନଭେମ୍ବର ମାସରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନ ଲଢିବି ନାହିଁ କେବଳ ଦଳୀୟ ପ୍ରଚାର କରିବି ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ଆଜମଗଡର ସାଂସଦ ଅଛନ୍ତି ଅଖିଳେଶ ଯାଦବ ।

ସୂଚନାଥାଉକି ଯୋଗୀ ଆଦିତ୍ୟନାଥ ୨୦୧୭ ରେ ଗୋରଖପୁର ସାଂସଦ ପଦରୁ ଇସ୍ତଫା ଦେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ପରେ ସେ ୬ ମାସ ମଧ୍ୟରେ ଉତ୍ତରପ୍ରଦେଶର ବିଧାନପରିଷଦର ସଦସ୍ୟ ହୋଇଥିଲେ। ଯୋଗୀ ଆଦିତ୍ୟନାଥ ଗୋରଖପୁର ସଂସଦୀୟ ଆସନରୁ ୧୯୯୮ରୁ ଲଗାତାର ୫ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ।

ଚଳିତ ବର୍ଷ ପ୍ରାରମ୍ଭରେ ନିର୍ବାଚନ ଧାର୍ଯ୍ୟ ହୋଇଛି, ନିର୍ବାଚନ ଆୟୋଗ ମଧ୍ୟ ବିଭିନ୍ନ ରାଜନୈତିକ ଦଳକୁ କହିଛନ୍ତି କୋରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ତୃତୀୟ ପର୍ଯ୍ୟାୟ ଯୋଗୁଁ ନିର୍ବାଚନ ଆୟୋଜନ ନେଇ ଆଶଙ୍କା ରହିଛି। ତେବେ କୋରୋନାକୁ ନଜରରେ ରଖି ସଠିକ ସମୟରେ ମତଦାନ ସପକ୍ଷରେ ଅଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.