ETV Bharat / bharat

ଭାରତ ହିନ୍ଦୁ ରାଷ୍ଟ୍ର ଥିଲା, ଭବିଷ୍ୟତରେ ମଧ୍ୟ ରହିବ: ଯୋଗୀ - ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଭାରତ ହିନ୍ଦୁ ରାଷ୍ଟ୍ର ଥିଲା ଓ ଆଗକୁ ରହିବ । ହଜ୍‌ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁ ମଧ୍ୟ ସେଠାରେ ହିନ୍ଦୁ ନାମରେ ପରିଚିତ ହେଉଛନ୍ତି କହିଲେ ଯୋଗୀ । ଅଧିକ ପଢନ୍ତୁ

ଭାରତ ହିନ୍ଦୁରାଷ୍ଟ୍ର ଥିଲା, ରହିବ
ଭାରତ ହିନ୍ଦୁରାଷ୍ଟ୍ର ଥିଲା, ରହିବ
author img

By

Published : Feb 15, 2023, 10:16 PM IST

ଲକ୍ଷ୍ନୌ: ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଆଜି (ବୁଧବାର) ଏକ ଗଣମାଧ୍ୟମ ସଂସ୍ଥା ଦ୍ବାରା ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଭାରତ ହିନ୍ଦୁରାଷ୍ଟ୍ର ଥିଲା ଓ ଭବିଷ୍ୟତରେ ମଧ୍ୟ ହିନ୍ଦୁ ରାଷ୍ଟ୍ର ହୋଇରହିବ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏବେ ନିଜ ବକ୍ତବ୍ୟ ଓ ମନ୍ତବ୍ୟ ପାଇଁ ଗଣମାଧ୍ୟମ ହେଡଲାଇନରେ ଥିବା ମଧ୍ୟ ପ୍ରଦେଶର ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ବିଷୟରେ ଅନେକ ଥର ମତ ଦେଇ ଚର୍ଚ୍ଚାରେ ରହିଛନ୍ତି । ଯାହାକୁ ନେଇ ବିତର୍କ ଜାରି ରହିଛି । ଅନେକ ହିନ୍ଦୁ ସଂଗଠନ ଏହାକୁ ସମର୍ଥନ କରୁଥିବା ବେଳେ ବିରୋଧୀ ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ଆଜି ରାଜଧାନୀ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସଂସ୍ଥା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଂଶଗ୍ରହଣ କରିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସଙ୍ଗରେ ନିଜ ମତାମତ ରଖିଛନ୍ତି । ଯୋଗୀ ଆଦିତ୍ୟନାଥ କହିଛନ୍ତି, ଭାରତ ଏକ ହିନ୍ଦୁ ରାଷ୍ଟ୍ର ଥିଲା ଏବେ ମଧ୍ୟ ରହିଛି ଓ ଆଗରୁ ହିନ୍ଦୁ ରାଷ୍ଟ୍ର ହୋଇ ରହିବ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ‘‘ପ୍ରତ୍ୟେକ ନାଗରିକଙ୍କ ପାଇଁ ତାଙ୍କର ସାଂସ୍କୃତିକ ନାଗରିକତା ଗୁରୁତ୍ବ ବହନ କରେ । ଯଦି ଆପଣ ଏହି ଦୃଷ୍ଟିକୋଣରୁ ଦେଖନ୍ତି, ଭାରତ କେବଳ ହିନ୍ଦୁ ରାଷ୍ଟ୍ର ।’’ ଓମ୍ ଏବଂ ଆଲ୍ଲାଙ୍କ ଉପରେ ଜାମିଆତ୍ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ଅର୍ସଦ ମଦାନୀଙ୍କ ବିବୃତ୍ତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ କଡା ଟିପ୍ପଣୀ ରଖି କହିଥିଲେ, ‘‘ଯେତେବେଳେ ଭାରତର ଜଣେ ବ୍ୟକ୍ତି ହଜ୍ ଯାତ୍ରା ପାଇଁ ଯାଉଛନ୍ତି ଏବଂ ସେଠାରେ କେହି ତାଙ୍କୁ ହାଜି କିମ୍ବା ଇସଲାମ୍‌ ବୋଲି ଭାବନ୍ତି ନାହିଁ, ବରଂ ତାଙ୍କୁ କେବଳ ହିନ୍ଦୁ ନାମରେ ସମ୍ବୋଧିତ କରାଯାଏ । ତେଣୁ ସେଠାରେ ତାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡେନାହିଁ । ଯଦି ଆପଣ ଏହି ଉପାୟରେ ଦେଖନ୍ତି, ଭାରତ ଏକ ହିନ୍ଦୁରାଷ୍ଟ୍ର ଏବଂ ଆଗୁକୁ ମଧ୍ୟ ହିନ୍ଦୁ ରାଷ୍ଟ୍ର ହୋଇ ରହିବ ।’’

ଏହି କାର୍ଯ୍ୟକ୍ରମରେ ରାମଚରିତ ମାନସକୁ ନେଇ ହୋଇଥିବା ବିବାଦ ସମ୍ପର୍କରେ ଯୋଗୀ କହିଛନ୍ତି, ‘‘ଉତ୍ତର ପ୍ରଦେଶରେ ବିକାଶର ଧାରାକୁ ନେଇ ଜାରି ରହିଥିବା ଆଲୋଚନାକୁ ଭିନ୍ନ ମୋଡ ଦେବା ପାଇଁ ଏଭଳି ବିବାଦ ସୃଷ୍ଟି କରାଯାଉଛି । ରାମଚରିତ ମାନସ ରଚନା ମାଧ୍ୟମରେ ଗୋସ୍ୱାମୀ ତୁଲସୀ ଦାସ ସମାଜକୁ ଏକ ନୂତନ ଦିଶା ପ୍ରଦାନ କରିଛନ୍ତି । ଏଥିପାଇଁ ହିନ୍ଦୁ ସମାଜ ତାଙ୍କ ପାଇଁ ସର୍ବଦା କୃତଜ୍ଞ ରହିବ ।’’ ଯୋଗୀଙ୍କ ଏପରି ସ୍ପଷ୍ଟ ବୟାନ ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.